Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||
  • ସମ୍ବଲପୁର : ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||

କରୋନା ପଲିଟିକ୍ସ : ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଅଭିଯୋଗ କରୁଛନ୍ତି ବିରୋଧୀ : କିନ୍ତୁ ବିଜେଡିର ଯୁକ୍ତି କରୋନା ମୁକାବିଲାରେ ମିଳିଛି ସଫଳତା

2/06/2020 at 6:01 PM

ଭୁବନେଶ୍ୱର ୦୨/୦୬ : କରୋନା ସଂକ୍ରମଣ ଦିନକୁ ଦିନ ବଢିବଢି ଚାଲିଛି । କ୍ବାରାଣ୍ଟାଇନ ସେଣ୍ଟର ବାହାରରୁ କୋଭିଡ-19 ପଜିଟିଭ ସାମ୍ନାକୁ ଆସିବାକୁ ଗୋଷ୍ଠୀ ସଂକ୍ରମଣ ସହିତ ଯୋଡ଼ିଛନ୍ତି ବିରୋଧୀ। ରାଜ୍ୟ ସରକାର କରୋନା ମୁକାବିଲା ଲାଗି ଠିକ ଭାବେ ଟେଷ୍ଟିଂଙ୍କ କରୁ ନଥିବା କଥା ବିରୋଧୀ ଉଠାଇଛନ୍ତି । ସେପଟେ ବିଜେଡି କହିଛି ଜୁନ ମାସ କୋଭିଡ ମୁକାବିଲା ଲାଗି ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଏଭଳି ସ୍ଥିତିରେ ରାଜନୀତି କରାନଯାଉ।

କରୋନା ସଂକ୍ରଣକୁ ନେଇ ରାଜ୍ୟରେ ଦିନକୁ ଦିନ ନୂଆ ରେକର୍ଡ ହେଉଛି । ଆଜି ୧୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କ୍ବାରେଣ୍ଟିନ ସେଣ୍ଟର ବାହାରୁ ଚିହ୍ନଟ ହୋଇଛନ୍ତି ୩୧ ଜଣ । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ସରକାରଙ୍କ ନୂଆ କଟକଣାକୁ ସ୍ବାଗତ କରିଥିଲେ ବି ସରକାର ବିନା ଟେଷ୍ଟରେ ପ୍ରବାସୀ ମାନଙ୍କୁ କ୍ବାରେଣ୍ଟିନ ସେଣ୍ଟରୁ ଛାଡି ଦେଉଥିବା ନେଇ ପ୍ରଶ୍ନ ଉଠାଇଛନ୍ତି । କ୍ବାରେଣ୍ଟିନ ସେଣ୍ଟରରୁ ଆକ୍ରାନ୍ତଙ୍କୁ ଛାଡିବା ଆଗରୁ ସେମାନଙ୍କର କୋଭିଡ ଟେଷ୍ଟ କରାଯାଉ ବୋଲି ବିଜେପି କହିଛି । କଂଗ୍ରେସର ଯୁକ୍ତି ସରକାର ସାହାଣ ମେଳା କଲା ପରି ସବୁ ଖୋଲିଦେଲେ। ଏବେ କଟକଣା କରୁଛନ୍ତି ।

ସେପଟେ କରୋନା ମୁକାବିଲାର ସଫଳତା ମିଳିଥିବା ଯୁକ୍ତି ବାଢିଛି ବିଜେଡି । ଚାରୋଟି ପର୍ଯ୍ୟାୟରେ କରୋନା କଟକଣାକୁ ରାଜ୍ୟବାସୀ ମାନିଛନ୍ତି । ସମସ୍ତଙ୍କ ସମର୍ଥନ ମିଳିଛି । ଏବେ ପଞ୍ଚମ ପାଳିର କଟକଣା ଲାଗୁ ହୋଇଛି । ଜୁନ ମାସ ଆମ ସମସ୍ତଙ୍କ ଲାଗି ଗୁରୁତ୍ବ ପୂଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେଣୁ ସମସ୍ତେ ମିଳି ମିଶି ସଚେତନ ବାର୍ତ୍ତାକୁ ଗାଁ ଗାଁ ରେ ପହଁଚାଇ ବା ସହ ଗାଇଡ ଲାଇନ ମାନିଲେ କରୋନାର ମୁକାବିଲା କରିପାରିବା ।

ଏବେ ରାଜ୍ୟରେ କରୋନା ଗୋଷ୍ଟୀ ସଂକ୍ରମଣ ଭୟ ନାହିଁ ଏହା ସତ୍ତ୍ବେ ବି ସମସ୍ତେ ସତର୍କ ରହିବା ଲାଗି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।  

   Related Posts