Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମେ’ ୧୧ରୁ ୧୫ ମଧ୍ୟରେ ପିକ୍‌ରେ ରହିବ କରୋନା, ୩୫ ଲକ୍ଷରେ ପହଁଚିବ ଆକ୍ଟିଭ୍ କେସ୍ !

22/04/2021 at 12:34 PM

ନୂଆଦିଲ୍ଲୀ, ୨୨/୦୪:  କରୋନା ଭାଇରସର ଦ୍ୱିତୀୟ ଲହର ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହା ପୂର୍ବାପେକ୍ଷା ଅଧିକ ମାରାତ୍ମକ ସାବ୍ୟସ୍ତ ହେଉଛି । ମେ ୧୧ରୁ ମେ ୧୫ ମଧ୍ୟରେ କରୋନା ପିକ୍‌ରେ ରହିବ । ମେ ୧୫ ବେଳକୁ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ରୁ ୩୫ ଲକ୍ଷ ପହଁଚିଯିବ ବୋଲି ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ।

ବୈଜ୍ଞାନିକଙ୍କ କହିବାନୁସାରେ, ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଗତବର୍ଷ ଯେପରି ଅନୁମାନ ଲଗାଯାଇଥିଲା ସେପରି ସ୍ଥିତି ହେଲେ ମେ ମଧ୍ୟ ଆଡକୁ ତିନି ଗୁଣା ଅଧିକ ଆକ୍ରାନ୍ତ ବାହାରିବେ । ଗତବର୍ଷ ସେପ୍ଟେମ୍ବର ୧୭ରେ କରୋନା ପିକ୍‌ରେ ରହିଥିଲା । କିନ୍ତୁ ଚଳିତ ବର୍ଷ ସ୍ଥିତି ଆହୁରି ସଙ୍ଗୀନ ହୋଇ ପଡିଛି ।

ଏବେକାର କରୋନା ସ୍ଥିତିକୁ ଦେଖିଲେ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ତେଲେଙ୍ଗାନାରେ ଏପ୍ରିଲ ୨୫ରୁ ୩୦ ମଧ୍ୟରେ କରୋନା ପିକ୍‌ରେ ରହିବ । ୧ରୁ ୫ ମଧ୍ୟରୋ ଓଡିଶା, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ମେ ୬ରୁ ୧୦ ମଧ୍ୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶରେ କୋଭିଡ୍ ପିକ୍‌ରେ ପହଁଚିଯିବ । ମହାରାଷ୍ଟ୍ର ଓ ଛତିଶଗଡରେ କରୋନା ଏବେବି ପିକ୍‌ରେ ରହିଛି ।ବିହାରରେ ମଧ୍ୟ କରୋନା ଏପ୍ରିଲ ୨୫ ଆଖପାଖରେ ପିକ୍‌ରେ ରହିବ । ବୈଜ୍ଞାନିକମାନେ ଆହୁରି ମଧ୍ୟ ଅନୁମାନ କରିଛନ୍ତି ଯେ, କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ମେ ୧ରୁ ୫ ମଧ୍ୟରେ ଦୈନିକ ସାଢେ ୩ ଲକ୍ଷ କେସ୍ ଆସିପାରେ । ମେ ୧୧ରୁ ୧୫ ମଧ୍ୟରେ ଆକ୍ସିଭ୍ କେସ୍ ୩୩ରୁ ୩୫ ଲକ୍ଷରେ ପହଁଚିଯିବ ବୋଲି ଅନୁମାନ କରାଯାଉଛି।

   Related Posts