Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଭୁବନେଶ୍ବରରୁ ହାଇଦ୍ରାବାଦ ଯିବେ କରୋନା ରୋଗୀ: ସୁସ୍ଥ ହେବା ପରେ ଫୁସ୍‌ଫୁସ୍‌ ଜନିତ ରୋଗରେ ଆକ୍ରାନ୍ତ ଥିଲେ

23/10/2020 at 12:18 PM

ଭୁବନେଶ୍ବର୨୩/୧୦: ଭୁବନେଶ୍ବରରୁ ହାଇଦ୍ରାବାଦ ଯିବେ କରୋନା ରୋଗୀ। ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବରରୁ ନିଆଯିବ ହାଇଦ୍ରାବାଦ। ନୟାପଲ୍ଲୀ ହେଲ୍‌ଥ ଭିଲେଜ ହସପିଟାଲରୁ ଏୟାରପୋର୍ଟ ପର୍ଯ୍ୟନ୍ତ ଗ୍ରୀନ୍‌ କରିଡରର ବ୍ୟବସ୍ଥା କରାଯାଇଛି । ଏନେଇ ଟ୍ରାଫିକ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆମ୍ବୁଲାନ୍ସ ଯିବା ବେଳେ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ସମସ୍ତ ରାସ୍ତା।

କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କର ଫୁସଫୁସରେ ସଂକ୍ରମଣ ହୋଇଥିଲା। ଭୁବନେଶ୍ବରରେ ତାଙ୍କର କୃତ୍ରିମ ଫୁସଫୁସ ପ୍ରତିରୋପଣ କରାଯାଇଛି। ଅଧିକ ଚିକିତ୍ସା ପାଇଁ ହାଇଦ୍ରାବାଦ ଯିବେ। ଏ ନେଇ ହାଇଦ୍ରାବାଦରୁ ଡାକ୍ତରୀ ଟିମ୍ ଆସିଛନ୍ତି। ଏୟାରପୋର୍ଟରେ କିପରି ଶୀଘ୍ର ରୋଗୀ ପ୍ରବେଶ କରିବେ ନେଇ ମଧ୍ୟ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ରହିଛି। ମାତ୍ର ୭/୫ ମିନିଟ୍ ମଧ୍ୟରେ ରୋଗୀମାନେ ଏୟାରପୋର୍ଟ ଅଭିମୁଖେ ବାହାରିବେ।

   Related Posts