ଦେଶରେ ୪୨ହଜାର ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ପ୍ରାଣ ହରାଇଲେଣି ୧୩୭୩ ରୋଗୀ

Published By : Prameya-News7 Bureau | May 04, 2020 IST

ନୂଆଦିଲ୍ଲୀ ୪।୫: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୪୨ ହଜାର ଅତିକ୍ରମ କରିଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୪୨,୫୩୩କୁ ବୃଦ୍ଧି ପାଇଛି । ଏହି ମାରାତ୍ମକ ଭାଇରସ୍ ସଂକ୍ରମିତ ହୋଇ ଏପର୍ଯ୍ୟନ୍ତ ୧୩୭୩ ଜଣ ପ୍ରାଣ ହରାଇଛନ୍ତି । ଏହି ଭାଇରସ୍ କବଳରୁ ୧୧,୭୦୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୯,୪୫୩ ରୋଗୀ ଚିକିତ୍ସିତ ହେଉଛନ୍ତି ।

କରୋନା ଭାଇରସ୍ ଦ୍ବାରା ମହାରାଷ୍ଟ୍ର ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏପର୍ଯ୍ୟନ୍ତ ସେଠାରେ ୧୨,୯୭୪ ଜଣ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୪୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୧୧୫ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ର ପରେ ଗୁଜୁରାଟରେ ଦ୍ବିତୀୟ ସ୍ଥାନରେ ରହିଛି । ଗୁଜୁରାଟରେ ୫,୪୨୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୨୯୦ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ଦିଲ୍ଲୀରେ ୪୫୪୯ ଜଣ ସଂକ୍ରମିତ ହୋଇଥିବା ବେଳେ ୬୪ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ତାମିଲନାଡୁରେ ୩୦୨୩ ସଂକ୍ରମିତ (୩୦ ମୃତ୍ୟୁ), ରାଜସ୍ଥାନରେ ୨୮୮୬ ସଂକ୍ରମିତ (୭୧ ମୃତ୍ୟୁ), ମଧ୍ୟପ୍ରଦେଶରେ ୨୮୪୬ ସଂକ୍ରମିତ (୧୫୬ ମୃତ୍ୟୁ), ଉତ୍ତରପ୍ରଦେଶରେ ୨୬୪୫ ସଂକ୍ରମିତ (୪୩ ମୃତ୍ୟୁ), ଆନ୍ଧ୍ରପ୍ରଦେଶରେ ୧୫୮୩ ସଂକ୍ରମିତ (୩୩ ମୃତ୍ୟୁ), ଆଣ୍ଡାମାନ ଏବଂ ନିକୋବରରେ ୩୩ ସଂକ୍ରମିତ, ଅରୁଣାଚଳ ପ୍ରଦେଶରେ ଜଣେ ସଂକ୍ରମିତ, ଆସାମରେ ୪୩ ସଂକ୍ରମିତ (ଗୋଟିଏ ମୃତ୍ୟୁ), ବିହାରରେ ୫୦୩ ସଂକ୍ରମିତ (୪ ମୃତ୍ୟୁ), ଚଣ୍ଡିଗଡରେ ୯୪ ସଂକ୍ରମିତ, ଛତିଶଗଡରେ ୫୭ ସଂକ୍ରମିତ, ଗୋଆରେ ୭ ସଂକ୍ରମିତ, ହରିୟାଣାରେ ୪୪୨ ସଂକ୍ରମିତ (୫ ମୃତ୍ୟୁ), ହିମାଚଳପ୍ରଦେଶରେ ୪୦ ସଂକ୍ରମିତ (ଗୋଟିଏ ମୃତ୍ୟୁ) ରିପୋର୍ଟ ହୋଇଛି ।

ସେହିଭଳି ଜାମ୍ମୁ କାଶ୍ମୀରରେ ୭୦୧ ସଂକ୍ରମିତ (୮ ମୃତ୍ୟୁ), ଝାଡଖଣ୍ଡରେ ୧୧୫ ସଂକ୍ରମିତ (୩ ମୃତ୍ୟୁ), କର୍ଣ୍ଣାଟକରେ ୬୧୪ ସଂକ୍ରମିତ (୨୫ ମୃତ୍ୟୁ), କେରଳରେ ୫୦୦ ସଂକ୍ରମିତ (୪ ମୃତ୍ୟୁ), ଲଦାଖରେ ୪୧ ସଂକ୍ରମିତ, ମଣିପୁରରେ ୨ ସଂକ୍ରମିତ, ମେଘାଳୟରେ ୧୨ ସଂକ୍ରମିତ (ଗୋଟିଏ ମୃତ୍ୟୁ), ମିଜୋରାମରେ ଜଣେ ସଂକ୍ରମିତ, ଓଡିଶାରେ ୧୬୩ ସଂକ୍ରମିତ (ଗୋଟିଏ ମୃତ୍ୟୁ) ରିପୋର୍ଟ ହୋଇଛି ।

ଏହା ବ୍ୟତୀତ ପୁଡୁଚେରୀରେ ୮ ସଂକ୍ରମିତ, ପଞ୍ଜାବରେ ୧୧୦୨ ସଂକ୍ରମିତ (୨୧ ମୃତ୍ୟୁ), ତେଲେଙ୍ଗାନାରେ ୧୦୮୨ ସଂକ୍ରମିତ (୨୯ ମୃତ୍ୟୁ), ତ୍ରିପୁରାରେ ୧୬ ସଂକ୍ରମିତ, ଉତ୍ତରାଖଣ୍ଡରେ ୬୦ ସଂକ୍ରମିତ, ପଶ୍ଚିମବଙ୍ଗରେ ୯୬୩ ସଂକ୍ରମିତ (୩୫ ମୃତ୍ୟୁ) ରିପୋର୍ଟ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.