ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ

Published By : Prameya-News7 Bureau | January 17, 2021 IST

ଭୁବନେଶ୍ବର ୧୭/୦୧: କରୋନା ମହାମାରୀ ଭୟ କମିଛି! ଆସିସାରିଛି କରୋନା ଟିକା। ତଥାପି ଟିକାକରଣ ଶେଷ ହେବା ପର୍ଯ୍ୟନ୍ତ ନିୟମ ମାନି ଚଳିବାକୁ ପଡ଼ିବ ବୋଲି ସରକାର ଲୋକଙ୍କୁ ଅପିଲ୍‌ କରିଛନ୍ତି। ଭ୍ୟାକ୍‌ସିନ୍‌ ଆସିସାରିଛି କିନ୍ତୁ ନିୟମ ନମାନିଲେ ସଂକ୍ରମଣ ହୋଇପାରନ୍ତି ଲୋକେ। ଯଦିଓ ସଂକ୍ରମଣ ହାର ବହୁତ କମିଛି କିନ୍ତୁ ସଂକ୍ରମଣକୁ ଏଡାଇ ଦିଆଯାଇପାରିବନି। ସେହିଭଳି ଲୋକେ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି।

ରବିବାର ୨୨୦ ଜଣ କରୋନା ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ଏହା ସହିତ ଓଡ଼ିଶାରେ ମୋଟ ୩୨୯୫୪୬ କରୋନା ସଂକ୍ରମିତ ସୁସ୍ଥ ହୋଇସାରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୩୯ ଜଣ ସୁସ୍ଥ ହୋଇଛନ୍ତି। ଅନୁଗୁଳ ୨୩, ଖୋର୍ଦ୍ଧା ୨୦, କେନ୍ଦୁଝର ୧୯, ବାଲେଶ୍ବର ୧୬, ବରଗଡ଼ ୧୩, ଯାଜପୁର ୧୨, ଝାରସୁଗୁଡ଼ା ୧୦, ନୂଆପଡ଼ା ୧୦, ବଲାଙ୍ଗୀର ୯, କଟକ ୮, ଗଜପତି ୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।

ଏହା ସହ କେନ୍ଦ୍ରାପଡ଼ାରୁ ୫, ମୟୂରଭଞ୍ଜ ୫, ଦେବଗଡ଼ ୪, ପୁରୀ ୪, ସୁବର୍ଣ୍ଣପୁର ୪, ଭଦ୍ରକ ୩, ରାୟଗଡ଼ା ୩, ସମ୍ବଲପୁର ୩, ବୌଦ୍ଧ ୨, ଗଞ୍ଜାମ ୨, ଜଗତସିଂହପୁର ୧, କୋରାପୁଟରୁ ଜଣେ କରୋନା ସଂକ୍ରମିତ ଘରକୁ ଫେରିଥିବା ସୂଚନା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.