କରୋନାକୁ ନେଇ ନୂଆ ଖୁଲାସା, ୯ ଦିନ ପରେ ରୋଗୀ ଠାରୁ ପ୍ରସାର ହୋଇନଥାଏ ଭାଇରସ୍

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦/୦୭ : କରୋନା ଭାଇରସକୁ ନେଇ ବ୍ରିଟେନରେ ହେଇଥିବା ନୂଆ ଅଧ୍ୟୟନରେ ଏକ ନୂଆ ଖୁଲାସା ହୋଇଛି | ଏହି ଖୁଲାସା ଅନୁସାରେ ୯ ଦିନ ପରେ କରୋନା ରୋଗୀଙ୍କ ଦ୍ୱାରା ସଂକ୍ରମଣ ବ୍ୟାପିବା ନାହିଁ | ଅର୍ଥାତ ଯଦି କାହାକୁ କରୋନା ହୋଇଛି ତାହେଲେ ତାଙ୍କଠାରୁ କେବଳ ୯ ଦିନ ଯାଏଁ ସଂକ୍ରମଣ ଆଶଙ୍କା ରହିବ | ୭୯ ରିସର୍ଚ୍ଚ ପରେ ବ୍ରିଟେନ ଏହି ଖୁଲାସା କରିଛି | ସମାଚାର ଏଜେନ୍ସି ରାଇଟର୍ସ ଖବର ଅନୁସାରେ, ରିସର୍ଚ୍ଚରେ କୁହାଯାଇଛି ଯେ ୯ ଦିନ ପରେ ଭାଇରସ ଶରୀରରେ ଓପସ୍ଥିତ ଥାଏ କିନ୍ତୁ ତାହା ଦ୍ୱାରା ଭାଇରସ ପ୍ରସାର ହୋଇନଥାଏ | ୯ ଦିନ ପରେ କାନ, ନର୍ଭ ସିଷ୍ଟମ ଓ ହୃଦୟ ଉପରେ ଭାଇରସର ପ୍ରଭାବ ରହିଥାଏ | ରିସର୍ଚ୍ଚରେ ଦାବି କରାଯାଇଛି ଯେ, କରୋନା ରୋଗୀ ସଂକ୍ରମିତ ହେବାର ୧୭ ରୁ ୮୩ ଦିନ ମଧ୍ୟରେ ଭାଇରସ ରୋଗୀଙ୍କ ଗଳାରେ ପହଞ୍ଚି ଯାଇଥାଏ | ରିସର୍ଚ୍ଚରଙ୍କ କହିବାନୁଯାୟୀ, ଏହି ପରିଣାମ ହସ୍ପିଟାଲରେ ରୋଗୀଙ୍କୁ ଶୀଘ୍ର ଡିସଚାର୍ଜ କରିବାରେ ସହାୟକ ପ୍ରମାଣିତ ହେବ ଏବଂ ମେଡିକାଲ ସୁବିଧା ମିଳିବା ଠାରୁ ଅଧିକ ଲୋକଙ୍କୁ ଲାଭ ମିଳିପାରିବ |

ଗବେଷକ ମୁଗେ କେବିକ ଓ ଏଣ୍ଟୋନିୟା ହୋ କହିଛନ୍ତି ଯେ, ସଂକ୍ରମିତ ହେବାର ପ୍ରଥମ ସପ୍ତାହରେ ରୋଗୀ ମଧ୍ୟରେ ଲକ୍ଷଣ ଅଧିକ ଦେଖାଦେଇଥାଏ | ଅର୍ଥାତ ଯେତେବେଳେ ସଂକ୍ରମିତଙ୍କ ଯାଞ୍ଚ କରାଯାଇଥାଏ, ସେତେବେଳେ ରୋଗୀ ସଂକ୍ରମଣର ସବୁଠାରୁ ଖରାପ ସ୍ଥିତି ପାରି କରି ସାରିଥାନ୍ତି | ସେଥିପାଇଁ ଗବେଷକ କହିଛନ୍ତି, ଯେମିତି ଆପଣ ଜାଣନ୍ତି ଯେ ଆପଣ ସଂକ୍ରମିତ ହୋଇଛନ୍ତି, ସେତେବେଳେ ତୁରନ୍ତ ଆପଣଙ୍କୁ ଆଇସୋଲେଟ ହୋଇଯିବ ଉଚିତ | ଲକ୍ଷଣ ନଥିବା ଲୋକ ମଧ୍ୟ ସଂକ୍ରମିତ ହେବା ପରେ ସବୁଠାରୁ ଅଧିକ ସଂକ୍ରାମକ ହୋଇଥାନ୍ତି |

ଡାକ୍ତର କହିଛନ୍ତି, ଯେଉଁ ରୋଗୀମାନେ ସପ୍ତାହେ ଯାଏଁ ଭେଣ୍ଟିଲେଟରରେ ରହନ୍ତି ସେମାନେ ଦୁର୍ବଳ ହୋଇପଡନ୍ତି ଏବଂ ସେମାନଙ୍କ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ | ଅଧିକ ସମୟ ଧରି ସଂକ୍ରମିତ ହୋଇଥିବା ବ୍ୟକ୍ତି ବହୁତ ଦୁର୍ବଳ ହୋଇପଡେ | ବ୍ରିଟେନର ଏକ ବଡ ହସ୍ପିଟାଲର ଡାକ୍ତର କହିଛନ୍ତି ଯେ, କୋଭିଡ-୧୯ ସହିତ ତାଙ୍କର ଆଇସିୟୁ ରୋଗୀଙ୍କ ଏକ ମହତ୍ଵପୁର୍ଣ ଅନୁପାତ 'ଏକ୍ସୋନଲ ମୋନୋଅନୁରାଇଟିସ୍‌ ମଲ୍ଟିପ୍ଲେକ୍ସ' ନାମକ ଏକ ତନ୍ତ୍ର ବିକଶିତ କରିଥାଏ ଯାହାଫଳରେ ଭସାଣ ପୀଡା, ସମବେଦନା ହାନି ଓ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ | ଡାକ୍ତର କହିଛନ୍ତି ଯେ, ତାଙ୍କ ଅନୁଭବରୁ ସେ ଜାଣିବାକୁ ପାଇଛନ୍ତି ଯେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ଏହିସବୁ ସମସ୍ୟା ଦେଖାଦେବ ସାଧାରଣ କଥା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.