Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଜେଲ୍ ଗଲେ ଆଇସୋଲେସନ ଓ୍ବାର୍ଡରେ ଭର୍ତ୍ତି କରୋନା ରୋଗୀ, ଅଭିଯୋଗ କରିଥିଲେ ନର୍ସ

6/04/2020 at 3:50 PM

ବାରାଣାସୀ ୬।୪: ଉତ୍ତରପ୍ରଦେଶର ବାରାଣାସୀର ଦୀନଦୟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ରବିବାର ଦିନ ମଛୋଦରୀ ନିବାସୀ ଜଣେ ଯୁବକଙ୍କୁ ଦୁର୍ବ୍ୟବହାର ଏବଂ ବିଶୃଙ୍ଖଳା କରିବା ଅଭିଯୋଗରେ ପୋଲିସ ଗିରଫ କରି ଜେଲ୍ ପଠାଇଦେଇଛି । ଡିଏମଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ସୂଚନା ଅନୁଯାୟୀ, ଏସଏସପି ପ୍ରଭାକର ଚୌଧୁରୀ ଏବଂ ଡିଏମ୍ କୌଶଲ ରାଜ ଶର୍ମା ଏବଂ କମିଶନର ଦୀପକ ଅଗ୍ରୱାଲ ରବିବାର ଦିନ ଦୀନଦୟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଯାଞ୍ଚ କରିବାକୁ ଯାଇଥିଲେ। ଏହି ସମୟରେ କିଛି ନର୍ସ ଅଭିଯୋଗ କରିଥିଲେ ଯେ, ୱାର୍ଡରେ ଭର୍ତ୍ତି ହୋଇଥିବା ଜଣେ ଯୁବକ ଛୋଟ ଛୋଟ ଜିନିଷକୁ ବିଶୃଙ୍ଖଳା କରୁଛନ୍ତି । ଏହାସହ ବାରମ୍ବାର ବୁଝାଇବା ପରେ ବି ଏକାଠି ହେଉଛନ୍ତି ।

ଯେତେବେଳେ ଡିଏମ୍ ସମସ୍ତଙ୍କୁ ବୁଝାଇବାକୁ ଆରମ୍ଭ କରିଥିଲେ ସେତେବେଳେ ଆବୁଧାବିରୁ ଫେରିଥିବା ମଛୋଦରୀ ବାସିନ୍ଦା ଯୁବକ ସେମାନଙ୍କ ସହ ଯୁକ୍ତିତର୍କ ଆରମ୍ଭ କରିଥିଲା । ପ୍ରଥମେ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରାଯାଇଥିଲା କିନ୍ତୁ ସେ ଶାନ୍ତ ହୋଇନଥିଲେ । ତାପରେ ଡିଏମ ଇନ୍ସପେକ୍ଟର କ୍ୟାଣ୍ଟଙ୍କୁ ତାଙ୍କ ବିରୋଧରେ ମାମଲା ଦାୟର କରି ସେଣ୍ଟ୍ରାଲ ଜେଲକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବାଞ୍ଚଳରେ ଏପର୍ଯ୍ୟନ୍ତ ୧୮ଜଣ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରବିବାର ଦିନ ବାରାଣାସୀ ଏବଂ ଗାଜିପୁରରେ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି । ଅପ୍ରେଲ ୩ ତାରିଖରେ ସେମାନଙ୍କ ମଧ୍ୟରୁ ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ରବିବାର ଦିନ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା । ଶନିବାର ଦିନ ମିର୍ଜାପୁର-ଗାଜିପୁରରେ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି । ଶୁକ୍ରବାର ଦିନ ବାରାଣାସୀରେ ୩ ଜଣ ଏବଂ ଆଜମଗଡରେ ୩ ଜଣ କରୋନା ଭାଇରସ୍ ରେ ସଂକ୍ରମିତ ହୋଇଛନ୍ତି ।

   Related Posts