Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

୮ ଦିନ ଧରି ହସ୍ପିଟାଲ ବାର୍ଥରୁମରେ ପଡି ରହିଥିଲା କରୋନା ରୋଗୀଙ୍କ ଶବ, ଜୁନ ୨ରୁ ନିଖୋଜ ଥିଲେ

10/06/2020 at 4:26 PM

ମୁମ୍ବାଇ ୧୦।୦୬: କରୋନା ଭୂତାଣୁ ସଂକ୍ରମଣ ମହାରାଷ୍ଟ୍ରରେ ଭୟାବହ ରୂପ ନେଇ ସାରିଛି। ହୁ ହୁ ହୋଇ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ  ଲାଗିଛି। ଏହା ମଧ୍ୟରେ ମହାରାଷ୍ଟ୍ରର ଜଲଗାଓଁ ସିଭିଲ ହସ୍ପିଟାଲରେ ବଡ ଧରଣର ଅବହେଳା ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କରୋନା ପଜିଟିଭ୍ ୮୦ ବର୍ଷୀୟ ବୃଦ୍ଧାଙ୍କ ଶବ ହସ୍ପିଟାଲର ବାର୍ଥରୁମରେ ମିଳିଛି, ଯିଏ ଜୁନ ୨ରୁ ନିଖୋଜ ଥିଲେ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ଜୁନ ୧ରେ ବୃଦ୍ଧାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାର ପରବର୍ତ୍ତୀ ଦିନ ଅର୍ଥାତ ଜୁନ୍‌ ୨ରେ ଖବର ଆସିଥିଲା ଯେ, ବୃଦ୍ଧାଜଣକ ନିଖୋଜ ହୋଇ ଯାଇଛନ୍ତି। ଥାନାରେ ବୃଦ୍ଧାଙ୍କ ନିଖୋଜ ନେ ରିପୋର୍ଟ ଦିଆଯାଇଥିଲା। ଏବେ ବୃଦ୍ଧାଙ୍କ ମୃତ ଶରୀରର ହସ୍ପିଟାଲର ବାର୍ଥରୁମରୁ ମିଳିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି।

ସୂଚନା ମୁତାବକ, ୮୦ ବର୍ଷୀୟ ବୃଦ୍ଧାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ଜଲଗାଓଁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ ୧ରେ ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଜୁନ ୨ରେ ବୃଦ୍ଧା ନିଖୋଜ ହୋଇଥିବା ଖବର ଆସିଥିଲା। ଏହି ପୂରା ଘଟଣାରେ ଥାନାରେ ନିଖୋଜ ମାମଲା ରୁଜୁ ହୋଇଥିଲା। ବୃଦ୍ଧାଙ୍କ ପରିଜନଙ୍କ ଅନୁଯାୟୀ ବୁଧବାର ସକାଳେ ୯ଟା ୩୦ରେ ଆମକୁ ସୂଚନା ଦିଆଗଲା ଯେ, ବୃଦ୍ଧାଙ୍କ ମୃତ ଶରୀର ହସ୍ପିଟାଲର ବାର୍ଥରୁମରୁ ମିଳିଛି। ଏବେ ପ୍ରଶ୍ନ ଉଠୁଛି ଯେ, ଯଦି ବାର୍ଥରୁମରେ ଶବ ପଡି ରହିଥିଲା ତେବେ ଏତେ ଦିନ ଧରି କେମିତି କେହି ହେଲେ ମୃତ ଶରୀରକୁ ଦେଖି ପାରିଲେ ନାହିଁ। ପୁଣି ହସ୍ପିଟାଲର ବାର୍ଥରୁମ ନିୟମିତ ଦିନକୁ ୨ ରୁ ୩ ଥର ସଫା ହୁଏ।

କାର୍ଯ୍ୟାନୁଷ୍ଠାନ ନିଆଯିବ

ଜଲଗାଓଁର ଡିଏମ ଅବିନାଶ ଡାଙ୍ଗେ କହିଛନ୍ତି ଏହା ଏକ ଗମ୍ଭୀର ମାମଲା। ଏଥିରେ ବହୁତ ବଡ ଅବହେଳା ହୋଇଛି। ହସ୍ପିଟାଲର ବାର୍ଥରୁମରେ ଦିନକୁ ୨ ରୁ ୩ ଥର ସଫା କରାଯାଏ। ଏମିତିରେ କେମିତି କେହି ବି ହେଲେ ବୃଦ୍ଧାଙ୍କୁ ଦେଖି ପାରିଲେ ନାହିଁ। ଆମେ ଏହି ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ କହିଛନ୍ତି।

   Related Posts