ପୁଣି କରୋନା ରୋଗୀଙ୍କ ମୃତଦେହକୁ ଅସମ୍ମାନ : ହସ୍ପିଟାଲରୁ ଅଟୋରିକ୍ସାରେ ସ୍ମଶାନକୁ ନେଇଗଲେ ସମ୍ପର୍କୀୟ

Published By : Prameya-News7 Bureau | July 12, 2020 IST

ନିଜାମାବାଦ ୧୨/୦୭ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ଲଗାତାର ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନତାର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି | କରୋନା ରୋଗୀଙ୍କ ମୃତଦେହକୁ ଅସମ୍ମାନ କରୁଥିବା ମାମଲା ଲଗାତାର ସାମ୍ନାକୁ ଆସୁଛି | ଆନ୍ଧ୍ର ପ୍ରଦେଶରେ କରୋନା ରୋଗୀଙ୍କ ମୃତଦେହକୁ ଜେସିବିରେ ବୁହାହେବା ଘଟଣା ସାମ୍ନାକୁ ଆସିବା ପରେ ତେଲେଙ୍ଗାନାରୁ ଏହିଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି | ତେଲେଙ୍ଗାନା ନିଜାମାବାଦ ସ୍ଥିତ ସରକାରୀ ହସ୍ପିଟାଲରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି | କରୋନା ପୀଡିତଙ୍କ ଜଣେ ରୋଗୀଙ୍କ ମୃତ୍ୟୁ ପରେ ମୃତଦେହକୁ ଅଟୋ ରିକ୍ସାରେ ସ୍ମଶାନ ପର୍ଯ୍ୟନ୍ତ ନିଆଯାଇଥିଲା | ଆଶ୍ଚର୍ଯ୍ୟର କଥା ହେଲା ଅଟୋ ରିକ୍ସା କୌଣସି ହସ୍ପିଟାଲରେ କର୍ମଚାରୀ ନଥିଲେ ଯିଏ ନିଜ ଦାୟିତ୍ୱରେ ମୃତଦେହର ଅନ୍ତିମ ସଂସ୍କାର କରିଥାନ୍ତେ |

{"id":299319,"sizeSlug":"large"}

ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ନିଜାମାବାଦ ସ୍ଥିତ ସରକାରୀ ହସ୍ପିଟାଲ ପ୍ରବନ୍ଧନ କରୋନା ରୋଗୀଙ୍କ ମୃତଦେହକୁ ଆମ୍ବୁଲାନ୍ସ ବିନା ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ | ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନତା ସାମ୍ନାକୁ ଆସିବା ପରେ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ଡ.ନାଗେଶ୍ୱର ରାଓ କହିଛନ୍ତି ଯେ, ମୃତକଙ୍କ ସମ୍ପର୍କୀୟ ହସ୍ପିଟାଲରେ କାମ କରନ୍ତି | ସେ କହିବାରୁ ମୃତଦେହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା | ସେ କହିଛନ୍ତି ଯେ ମୃତକଙ୍କ ସମ୍ପର୍କୀୟ ଶବଗୃହରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ସାହାଯ୍ୟରେ ମୃତଦେହକୁ ଅଟୋରିକ୍ସାରେ ରଖି ସେଠାରେ ନେଇଯାଇଥିଲେ |

{"id":299320,"sizeSlug":"large"}

ଡ.ରାଓ କହିଛନ୍ତି ଯେ ୫୦ ବର୍ଷ ବୟସ୍କ ଜଣେ ରୋଗୀଙ୍କୁ ଜୁନ ୨୭ ତାରିଖରେ ନିଜାମାବାଦ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଯାଞ୍ଚରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା | ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା | ସେ କହିଛନ୍ତି ଯେ, ରୋଗୀଙ୍କ ସମ୍ପର୍କୀୟଙ୍କୁ ଆମ୍ବୁଲାନ୍ସ ପାଇଁ ଅପେକ୍ଷା କରିବାକୁ କୁହାଯାଇଥିଲା କିନ୍ତୁ ସେ ନ ଶୁଣି ଅଟୋରିକ୍ସା ଡାକି ଶବ ନେଇଯାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.