Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୯ ଜଣଙ୍କ ଜୀବନ, ୩୪୭୧ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କାମାକ୍ଷାନଗରରେ ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ : ଜଣେ ମୃତ, ୨ ଗୁରୁତର
  • ||
  • ନୟାଗଡ : ୫ ଦିନ ପରେ ମିଳିଳା ନିଖୋଜ ଶିଶୁକନ୍ୟାର ମୃତଦେହ, ଶରୀରଠୁ ଅଲଗା ହୋଇ ପଡିଛି ମୁଣ୍ଡ
  • ||
  • ଖୋର୍ଦ୍ଧା : ଠାକୁରପଡ଼ାରେ ଯୁବକଙ୍କୁ ନିର୍ମମ ହତ୍ୟା ଘଟଣା, ୩ ଗିରଫ
  • ||
  • ଭୁବନେଶ୍ୱର : ୧୮ ଓ ୧୯ରେ ବଢିବ ବର୍ଷା, ୨୦ରୁ ବଦଳିବ ପାଗ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ପୁଣି ଦୋହରାଇଲା ଭୁଲ୍ : ଜେସିବିରେ ନିଆଗଲା କରୋନା ରୋଗୀଙ୍କ ମୃତଦେହ, ଅଧିକାରୀ କହିଲେ ‘ଶବ ଭାରୀ ଥିଲା’

7/07/2020 at 12:00 PM

ତିରୁପତି ୦୭/୦୭ : ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ମଧ୍ୟ ବଢି ବଢି ଚାଲିଛି | କରୋନା ମୃତକଙ୍କୁ ନେଇ ଦେଶରେ ବିଭିନ୍ନ ବିବାଦୀୟ ସ୍ଥିତି ଦେଖିବାକୁ ମିଳିଛି | ଆନ୍ଧ୍ର ପ୍ରଦେଶ ତିରୁପତିରେ କୋଭିଡ-୧୯ ରୋଗୀଙ୍କ ଶବ ପୁଣିଥରେ ଜେସିବି ଉଠାଇଥିବା ମାମଲା ସାମ୍ନାକୁ ଆସିଛି | ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହୋଇଛି | ଭାଇରାଲ ଭିଡିଓରେ ଦେଖିପାରିବେ କିଛି ଲୋକେ କରୋନା ପୀଡିତଙ୍କ ଶବକୁ ଜେସିବିରେ ନେଇ ଏକ ଖାଲରେ ପକାଇ ଦେଉଛନ୍ତି | କିଛି ଦିନ ପୂର୍ବରୁ ଆନ୍ଧ୍ର ପ୍ରଦେଶରୁ ସେହି ସମାନ ମାମଲା ସାମ୍ନାକୁ ଆସିଥିଲା | ଏଥର କିନ୍ତୁ ଅଧିକାରୀ ଭିନ୍ନ ଏକ ବୟାନ ଦେଇଛନ୍ତି | ସେ କହିଛନ୍ତି ଯେ ଶବର ଓଜନ ୧୭୦ କିଲୋଗ୍ରାମ ଥିଲା | ସେଥିପାଇଁ ଶବକୁ ଇଲେକ୍ଟ୍ରିକ ଦାହ ସଂସ୍କାର କରାଯାଇପାରିବ ନାହିଁ | ସେଥିପାଇଁ ତାଙ୍କୁ ଜେସିବିରେ ନିଆଯାଇଥିଲା | ଅଧିକାରୀ କହିଛନ୍ତି ଯେ ପରିବାରରୁ ଅନୁମତି ନେବା ପରେ ତାଙ୍କର ଅନ୍ତିମ ସଂସ୍କାର ପ୍ରକ୍ରିୟା କରାଯାଇଥିଲା | 

କରୋନା ଜନିତ ମୃତ୍ୟୁ ପରେ ଶବର ଅନ୍ତିମ ସଂସ୍କାର ନେ ସରକାରଙ୍କ ତରଫରୁ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି | ଭୟାବହ ମହାମାରୀର ଶବ ଯୋଗୁଁ ଯେପରି ସଂକ୍ରମଣ ନ ବ୍ୟାପିବ ସେନେଇ ସରକାର ଗାଇଡଲାଇନ ଜାରି କରିଛନ୍ତି | କିନ୍ତୁ ପ୍ରତିଦିନ ବିଭିନ୍ନ ରାଜ୍ୟରୁ ଶବକୁ ଅସମ୍ମାନ ମାମଲା ସାମ୍ନାକୁ ଆସୁଛି | ଆନ୍ଧ୍ରପ୍ରଦେଶରୁ ଲଗାତାର ତୃତୀୟଥର ଏହିଭଳି ମାମଲା ସାମ୍ନାକୁ ଆସିଛି ଯେଉଁଠି କରୋନା ପୀଡିତଙ୍କ ଶବକୁ ଜେସିବିରେ ଉଠାଇ ପୋତାଯାଉଛି |

ଏହା ପୂର୍ବରୁ ଉଦୟପୁରମରେ ୭୨ ବର୍ଷ ବୟସ୍କ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା | ପିପିଇ କିଟ ପିନ୍ଧି ନଗର ନିଗମ କର୍ମଚାରୀ ତାଙ୍କ ମୃତଦେହକୁ ପ୍ଲାଷ୍ଟିକ ପଲିଥିନରେ ବାନ୍ଧି ଜେସିବି ମେସିନରେ ପକାଇ ଦେଇଥିଲେ | ଶବକୁ ମେସିନର ଅଗପଟ ରଖାଯାଇଥିଲା ଯେଉଁଠାରେ ମାଟି ଖୋଳାଯାଇଥାଏ | ଏହାପରେ ଶବକୁ ଅଣ୍ଟିଆ ସଂସ୍କାର ପାଇଁ ସ୍ମଶାନକୁ ନିଆଯାଇଥିଲା | ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଭିଡିଓ ଭାଇରାଲ ପରେ ରାଜ୍ୟ ସରକାରଙ୍କୁ ବହୁତ ନିନ୍ଦା କରାଯାଇଥିଲା | ମାମଲାରେ ଦୋଷୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା |

   Related Posts