Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଆଶାର କିରଣ ସାଜିଛନ୍ତି ଡାକ୍ତର: ରୋଗୀଙ୍କ ଆତ୍ମବିଶ୍ୱାସ ବଢାଇବାକୁ ପିପିଇ କିଟ୍ ପିନ୍ଧି ନାଚିଲେ, ଦେଖନ୍ତୁ ଭିଡିଓ….

18/04/2021 at 10:09 AM

ଗୁଜୁରାଟ ୧୮/୪: ସାରା ଦେଶରେ କରୋନାର ହାହାକାର ପରିସ୍ଥିତି । ଦୈନିକ ଲକ୍ଷାଧିକ ସଂକ୍ରମଣ ସଂଖ୍ୟା ଦେଖିବାକୁ ମିଳୁଛି ।  ମୃତ୍ୟୁ ସଂଖ୍ୟା ମଧ୍ୟ ଦୈନିକ ରେକର୍ଡ କରୁଛି । ହେଲେ ଏହି ଦୁଃଖ ଏବଂ ଘଡିସନ୍ଦି ମୂହୂର୍ତ୍ତରେ ଆଶାର କିରଣ ଦେଖାଉଛନ୍ତି ଆଗଧାଡିର ଯୋଦ୍ଧା । କୁହାଯାଏ ବୁଡି ଯାଉଥିବା ଲୋକ କୁଟା ଖିଅକୁ ଭରସା କରିଥାଏ । ଅର୍ଥାତ ଜୀବନ ମରଣ ମଧ୍ୟରେ ସଂଘର୍ଷ କରୁଥିବା ଲୋକଙ୍କୁ ଆତ୍ମବିଶ୍ୱାସ ଦେଇଥାଏ  ସକାରାତ୍ମକ ଚିନ୍ତାଧାରା ।

ଭୂତାଣୁ ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ପୋଲିସ କର୍ମଚାରୀ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ରୋଗୀଙ୍କୁ ଚିକିତ୍ସା ଦେବା ସହ ବଢାଉଛନ୍ତି ମନୋବଳ । ସୋସିଆଲ ମିଡିଆରେ ଭିଡିଓ ଭାଇରଲ ହୋଇଛି । ଯେଉଁଥିରେ କିଛି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ରୋଗୀଙ୍କ ଆତ୍ମବିଶ୍ୱାସ ବଢାଇବାକୁ ନାଚି ଗାଇ ପ୍ରୋତ୍ସାହିତ କରୁଛନ୍ତି ।

ୟେ ଭିଡିଓ ହେଉଛି ଗୁଜୁରାଟ ପାରୁଲ ସେବାଶ୍ରମ ହସ୍ପିଟାଲର । ନାମୀଦାମୀ ଫଟୋଗ୍ରାଫର ବିରଲ ବୟାନି ନିଜ ଇନଷ୍ଟାରେ ଏହି ଭିଡିଓଟିକୁ ସେୟାର କରିଛନ୍ତି । ୧୯୯୦ ର ଏକ ହିଟ୍ ଗୀତର ତାଳେ ତାଳେ ଡାକ୍ତର ନାଚି ସମସ୍ତ ରୋଗୀଙ୍କୁ ଚିୟର ଅପ୍ କରୁଛନ୍ତି । କେବଳ ସେତିକି ନୁହେଁ ଏମାନଙ୍କ ନାଚ ଦେଖି ରୋଗୀମାନେ ମଧ୍ୟ ତାଳି ମାରି ସ୍ୱାଗତ କରୁଛନ୍ତି । କିଛି ଲୋକ ଏହିକୁ ମୋବାଇଲରେ ମଧ୍ୟ ସୁଟ୍ କରିବାକୁ ପଛାଇନଥିଲେ  । କୋଭିଡ ରୋଗୀଙ୍କୁ ମନୋରଞ୍ଜନର ଖୋରାକ୍ ମିଳିବା ସହ ସକାରାତ୍ମକ ଚିନ୍ତାଧାରା ବଢାଇବା ଚେଷ୍ଟା କରାଯାଇଥିବା ଏଭଲି ପ୍ରୟାସକୁ ସମସ୍ତେ ପ୍ରଶଂସା କରିଛିନ୍ତି ।

   Related Posts