ମାତ୍ର ୨୦ ମିନିଟ୍‌ରେ ଚିହ୍ନଟ ହେବେ ଆକ୍ରାନ୍ତ, ଦୋକାନରୁ କିଟ୍ କିଣି ନିଜ ଘରେ କରାଇ ପାରିବେ ପରୀକ୍ଷା

Published By : Prameya-News7 Bureau | July 18, 2020 IST

ନୂଆଦିଲ୍ଲୀ ୧୮।୦୭:  ଏଣିକି ମାତ୍ର ୨୦ ମିନିଟ୍‌ରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିହେବ । ଅକ୍ସଫୋର୍ଡ଼ ୟୁନିଭର୍ସିଟି ଏବଂ ବ୍ରିଟେନର ଏକ ପ୍ରତିଷ୍ଠିତ ଡାଇଗ୍ନୋଷ୍ଟିକ୍ ସଂସ୍ଥାର ମିଳିତ ପ୍ରୟାସରେ ପ୍ରସ୍ତୁତ କରାଯାଇଥିବା ଆଣ୍ଟିବଡି ଟେଷ୍ଟ କିଟ ମାଧ୍ୟମରେ ମାତ୍ର ୨୦ ମିନିଟ୍ ଭିତରେ କରୋନା ଟେଷ୍ଟ ହୋଇପାରୁଛି । ସେପଟେ ବିଭିନ୍ନ ଲକ୍ଷଣକୁ ଆଧାର କରି ବୈଜ୍ଞାନିକମାନେ କରୋନା ଭାଇରସ ୬ପ୍ରକାରର ବୋଲି ଜାଣିବାକୁ ପାଇଛନ୍ତି । ତେବେ ଏ ସମସ୍ତ କ୍ଷେତ୍ରରେ ରୋଗୀଙ୍କ ଠାରେ ମୁଣ୍ଡବିନ୍ଧା ଏବଂ ବାସ୍ନା ବାରିବାର କ୍ଷମତା ହରାଇବା ଭଳି ଲକ୍ଷଣ ସମାନ ବୋଲି ଜଣାପଡ଼ିଛି ।

{"id":302238,"sizeSlug":"large"}

ଏଣିକି ମାତ୍ର ୨୦ ମିନିଟ୍ରେ ଜଣାପଡ଼ିବ ଆପଣ କରୋନା ପଜିଟିଭ୍ ନା’ ନେଗେଟିଭ୍ । ମାତ୍ର ୨୦ ମିନିଟ୍ରେ ଆକ୍ରାନ୍ତଙ୍କୁ ଚିହ୍ନଟ କରିହେବ । ଟେଷ୍ଟ ପାଇଁ ସାମ୍ପଲ କଲେକ୍ସନର ଆବଶ୍ୟକତା ପଡ଼ିବ ନାହିଁ ।

{"id":302239,"sizeSlug":"large"}

ଅକ୍ସଫୋର୍ଡ଼ ବିଶ୍ବବିଦ୍ୟାଳୟ ଏବଂ ବ୍ରିଟେନ୍‌ର ଏକ ପ୍ରତିଷ୍ଠିତ ଡାଇଗ୍ନୋଷ୍ଟିକ୍ ସଂସ୍ଥାର ମିଳିତ ଉଦ୍ୟମରେ ପ୍ରସ୍ତୁତ କରାଯାଇଥିବା ଆଣ୍ଟିବଡି ଟେଷ୍ଟିଂ କିଟ୍ କରୋନା ଲଢ଼େଇରେ ହେବ ଗେମ୍ ଚେଞ୍ଜର ।

{"id":302241,"sizeSlug":"large"}

ଏହି କିଟ୍‌କୁ କୌଣସି ବି ବ୍ୟକ୍ତି ଔଷଧ ଦୋକାନରୁ କିଣି ନିଜ ଘରେ ନିଜର ପରୀକ୍ଷା କରିପାରିବେ । ଏହି କିଟ୍ ପରୀକ୍ଷଣରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟକୁ ୯୮ଦଶମିକ୍ ୬ପ୍ରତିଶତ ସଫଳତା ମିଳିଛି । Abc-19 ଲାଟେରାଲ୍ ଫ୍ଲୋ ଟେଷ୍ଟ ନାଁରେ ପ୍ରସ୍ତୁତ ହୋଇଥିବା ଏହି କିଟ୍ ଚଳିତବର୍ଷ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.