ଭୁବନେଶ୍ୱରରେ ଜଣେ କରୋନା ସଂକ୍ରମିତ! କିଛିଦିନ ତଳେ ଇଜିପ୍ଟରୁ ଫେରିଥିଲେ
6/03/2020 at 9:27 PM

ଭୁବନେଶ୍ୱର ୦୬|୦୩: ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏହା ମଧ୍ୟରେ ଭାରତରେ ଏବେ ସୁଦ୍ଧା ୩୧ଟି କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ତେବେ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଜଣେ ସନ୍ଦିଗ୍ଧ କରୋନା ସଂକ୍ରମିତ ଭର୍ତ୍ତି ହୋଇଛନ୍ତି।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଛାତ୍ର ଜଣଙ୍କ ଜଗତସିଂପୁର ଅଞ୍ଚଳର ବୋଲି ଜଣାପଡିଛି। ସେ ଗତ କିଛିଦିନ ତଳେ ଇଜିପ୍ଟରୁ ଓଡିଶା ଆସିଥିଲେ। ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯିବା ପରେ କରୋନା ବାବଦରେ ସ୍ପଷ୍ଟ ସୂଚନା ମିଳିବ।

ସୂଚନାଯୋଗ୍ୟ, ଚୀନରୁ ବ୍ୟାପିଥିବା କରୋନା ଭାଇରସ ଏବେ ସୁଦ୍ଧା ୩୩୦୦ଜଣଙ୍କ ମୁଣ୍ଡ ନେଇ ସାରିଲାଣି। ଭାରତ ସମେତ ୮୦ଟି ଦେଶ କରୋନା ଭୟରେ ଥରହର ହେଉଛନ୍ତି। ଏକ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି।