Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଡାକ୍ତରଖାନାରେ କରୋନା ଭୟ: ୨ ମହିଳାଙ୍କ ସମେତ ହସ୍ପିଟାଲ କର୍ମଚାରୀ କରୋନା ପଜିଟିଭ୍

24/08/2020 at 9:37 PM

ନୀଳଗିରି୨୪/୮୫: ଡାକ୍ତରଖାନାରେ କରୋନା ଆତଙ୍କ। ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ କରୋନା ଆତଙ୍କ ଦେଖାଦେଇଛି। ପୁଷ୍ଟି ସାଧନ କେନ୍ଦ୍ରରେ ଦୁଇ ଶିଶୁଙ୍କ ମାଆ ଓ ହସ୍ପିଟାଲ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଉକ୍ତ ବିଭାଗର ଜଣେ ମହିଳା କର୍ମଚାରୀଙ୍କ ବାପା କରୋନା ସଂକ୍ରମିତ ହେବା ପରେ ଆଜି ସମ୍ପୃକ୍ତ ମହିଳାଙ୍କ ସମେତ ଆଉ ୨ କର୍ମଚାରୀଙ୍କ ନମୁନା ପରୀକ୍ଷା ପରେ ପଜିଟିଭ ଆସିଥିଲା।

ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଶିଶୁଙ୍କ ସହ ତାଙ୍କ ମାଆଙ୍କ ଅବସ୍ଥା ନେଇ ଏବେ ଚିନ୍ତା ଘାରିଛି । ଶିଶୁ ବିଭାଗର ଡାକ୍ତର ନଥିବାରୁ ଶିଶୁଙ୍କ ସ୍ୱାବ ପରୀକ୍ଷା କରାଯାଇ ପାରିନଥିବା ବେଳେ ଦୁଇ ଶିଶୁଙ୍କ ମାଆଙ୍କ ସ୍ୱାବ ପରୀକ୍ଷା ପରେ ନମୁନା ପଜିଟିଭ ଆସିଥିଲା। ତେବେ ଶିଶୁଙ୍କ ସମେତ ମାଆମାନଙ୍କୁ ବାଲେଶ୍ଵର କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି। ପୃଷ୍ଟି ସାଧନ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଥିବା ବେଳେ ଏହାକୁ ବିଶୋଧନ ପରେ ଯାଇ ପୁଣି ଥରେ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି। ତେବେ ହସ୍ପିଟାଲରେ କର୍ମଚାରୀଙ୍କୁ କରୋନା ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି ଏନେଇ କଣ୍ଟ୍ରାକ୍ଟ ଟ୍ରେସିଂ କରାଯିବ।

   Related Posts