Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଯୁବକଙ୍କ ନିଆରା ପ୍ରୟାସ : ସଚେତନତା ପାଇଁ ରାସ୍ତାରେ ଆଙ୍କିଲେ କରୋନା ପେଣ୍ଟିଙ୍ଗ

18/04/2020 at 10:35 AM

ନୂଆଦିଲ୍ଲୀ ୧୮।୦୪: ସାରା ଦେଶରେ କରୋନା ଲଢେଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି | କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରି କରାଯାଇଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ସରକାର ସ୍ଥରରେ ଲଗାତାର ଜନତାଙ୍କୁ ଲକଡାଉନ ନିୟମ ପାଳନ କରିବାକୁ ଅପିଲ କରାଯାଉଛି | କିନ୍ତୁ ଏବେ ବି ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଲକଡାଉନକୁ ପରିହାସ କରିବାରେ ପଛାଉ ନାହାନ୍ତି ଏବଂ ବିନା କାରଣରେ ରାସ୍ତାରେ ବୁଲୁଛନ୍ତି |

ଏହିଭଳି ଲୋକଙ୍କୁ ସଚେତନ କରିବା ପାଇଁ ଉତ୍ତର ପ୍ରଦେଶର ଚନ୍ଦୋଲି ଜିଲ୍ଲାରେ ଏକ ନିଆରା ଅଭିଯାନ ଆରମ୍ଭ କରାଯାଇଛି | ଏଠାରେ ରାସ୍ତାରେ କରୋନା ପେଣ୍ଟିଙ୍ଗ ତିଆରି କରି ଲୋକଙ୍କୁ ଲକଡାଉନ ନିୟମ ପାଳନ କରିବାକୁ ଅପିଲ କରାଯାଉଛି | ଏହି ନିଆରା ଅଭିଯାନ ଚନ୍ଦୋଲି ଜିଲ୍ଲା ଦିନଦୟାଲ ନଗରରେ ଆରମ୍ଭ କରାଯାଇଛି | ସହରର ପ୍ରତ୍ୟେକ ଛକରେ କରୋନା ପେଣ୍ଟିଙ୍ଗ ତିଆରି କରାଯାଉଛି | ପେଣ୍ଟିଙ୍ଗ ସହ ସ୍ଲୋଗାନ ମଧ୍ୟ ଲେଖାଯାଉଛି ଯେ,”ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ଏବଂ ଲକଡାଉନ ନିୟମ ପାଳନ କରନ୍ତୁ |”

ବାସ୍ତବରେ, କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ଦେଶରେ ଲକଡାଉନ ଚାଲିଛି ଏବଂ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି | ବିନା କାରଣରେ ବାହାରକୁ ନ ବାହାରିବା ପାଇଁ ବାରମ୍ବାର ଅପିଲ କରାଯାଉଛି | ଏହାସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ କୁହାଯାଉଛି | ତଥାପି କିଛି ଅମାନିଆ ଲୋକ ଲକଡାଉନ ନିୟମ ପାଳନ କରୁନାହାନ୍ତି | ଲକଡାଉନ ନିୟମ ଉଲଙ୍ଘନ କରି ଅଯଥାରେ ରାସ୍ତା ବୁଲୁଛନ୍ତି | ପୋଲିସର ତାଗିଦ ସତ୍ୱେ ବୁଲୁଛନ୍ତି | ଏମିତି ଲୋକଙ୍କୁ ସଚେତନ କରିବା ପାଇଁ ଦିନଦୟାଲ ନଗରର କିଛି ଯୁବକ ସହରର ପ୍ରତ୍ୟେକ ଛକରେ କରୋନା ପେଣ୍ଟିଙ୍ଗ ଆଙ୍କୁଛନ୍ତି ଏବଂ ନିୟମ ପାଳନ ପାଇଁ ସନ୍ଦେଶ ଦେଉଛନ୍ତି | ପେଣ୍ଟିଙ୍ଗ କରୁଥିବା ନନ୍ଦ ଗୋପାଳ ସିଂହ କହିଛନ୍ତି ଯେ, ” ସରକାରଙ୍କ ଅପିଲ ସତ୍ୱେ ଅନେକ ଜନତା ରାସ୍ତାରେ ବୁଲୁଛନ୍ତି | ଏହି କାରଣରୁ ଆମେ ରାସ୍ତାରେ ପେଣ୍ଟିଙ୍ଗ କରି ଲୋକଙ୍କୁ ସଚେତନ କରୁଛୁ |”

   Related Posts