କରୋନା ମୁକାବିଲା ପାଇଁ ଅଢେଇ ବର୍ଷର ଶିଶୁ କୁମ୍ପି (Piggy Bank) ଭାଙ୍ଗି ଦେଲେ ୪,୪୦୦ ଟଙ୍କା, ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ

Published By : Prameya-News7 Bureau | March 30, 2020 IST

ଚେନ୍ନାଇ ୩୦।୩: ଦେଶରେ ଚାଲିଥିବା ସଙ୍କଟ ସମୟରେ କରୋନା ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକ ନିଜ ସକ୍ଷମ ଅନୁଯାୟୀ ସହାୟତା ରାଶି ପ୍ରଦାନ କରୁଛନ୍ତି । ଏପରିକି ପିଏମ୍ କେୟାର୍ସ ଫଣ୍ଡରେ ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି କ୍ରୀଡାବିତ୍, ବଲିଉଡ୍ ତାରକା, ବ୍ୟବସାୟୀ ଏବଂ ସାଧାରଣ ଲୋକ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ଦାନ କରୁଛନ୍ତି । ପିଲାମାନେ ଏହି ଲଢେଇରେ ସାମିଲ୍ ହେବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍ ପରେ ଅଢେଇ ବର୍ଷର ଶିଶୁ ମଧ୍ୟ ତାଙ୍କ କୁମ୍ପି ଭାଙ୍ଗି ପିଏମ୍ କେୟାର୍ସ ଫଣ୍ଡରେ ଜମା କରିବାକୁ ନିଷ୍ପତ୍ତି ନେଇଛି ।
ତାମିଲନାଡୁର ବିଲୁପୁରମରୁ ଏହି ଶିଶୁ ସ୍ପୁର୍ତ୍ତି ଏଭଳି କରି ନା କେବଳ ଦର୍ଶାଇଛି ଯେ ପିଲାମାନେ ସମାଜ ପାଇଁ ମଧ୍ୟ ଚିନ୍ତିତ ବରଂ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ସାଜିଛନ୍ତି । ସେ ତାଙ୍କ ବାପା ଏସ.ଜେ. ରଘୁନାଥନ୍ ଏବଂ ମା’ ଶାଲିନୀଙ୍କ ସହ ରୁହନ୍ତି । ରଘୁନାଥନ୍ ହେଉଛନ୍ତି ଜଣେ ଅଡିଟର ଏବଂ ଶାଲିନୀ ଜଣେ ଗୃହିଣୀ । ୩ଜଣ ଟିଭିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ଶୁଣୁଥିଲେ ।

କରୋନା ଭାଇରସ୍ କୁ ନେଇ ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତ ପାଇଁ ମଧ୍ୟ ଏହି ଛୋଟ ଶିଶୁଟି ଚିନ୍ତିତ । ସେ ତାଙ୍କ ବାପା ମା’ଙ୍କୁ କହିଥିଲେ ଯେ, ସେ ମଧ୍ୟ ଦାନ କରିବାକୁ ଚାହୁଁଛନ୍ତି । ପିଲାଟିର ପ୍ରଶ୍ନରେ ଆଶ୍ଚର୍ଯ୍ୟ ହୋଇ ବାପା ପଚାରିଥିଲେ ସେ କେଉଁଠାରେ ଦାନ କରିବେ ? ପ୍ଲେ ସ୍କୁଲକୁ ଯାଉଥିବା ସ୍ପୁର୍ତ୍ତି ଶୀଘ୍ର ଯାଇ ତାଙ୍କ କୁମ୍ପିଟି ଆଣିଥିଲେ । ତାଙ୍କ ବାପା-ମା’ ପ୍ରାୟତଃ ତାଙ୍କ ନାମରେ କିଛି ଟଙ୍କା ସେଥିରେ ରଖି ଦେଉଥିଲେ । ସେଥିରୁ ୪,୪୦୦ ଟଙ୍କା ବାହାରିଥିଲା ।
ତାଙ୍କ ବାପା ଏହି ଟଙ୍କାକୁ ଦୁଇ ଭାଗ କରି ଅଧା ପିଏମ୍ କେୟାର୍ସ ଫଣ୍ଡ ଏବଂ ଆଉ ଅଧା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ସେ ପିଏମ୍ କେୟାର ଫଣ୍ଡରେ ଦାନ କରିବାକୁ ଅନ୍ୟମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.