କରୋନା : ଯଦି ଅସୁସ୍ଥ ଅନୁଭବ କରୁଛନ୍ତି , ତେବେ କଣ କରିବା ଦରକାର ଜାଣନ୍ତୁ…

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ ୧୭/୦୩ : କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ଘୋଷଣା କରିଛି | ବିଶ୍ୱ ସାରା କରୋନାରେ ୧ ଲକ୍ଷ ୪୫ ହଜାର ଲୋକ ଆକ୍ରାନ୍ତ ହୋଇସାରିଲେଣି | ବର୍ତ୍ତମାନ ସାରା ବିଶ୍ୱ ସଙ୍କଟରେ | କରୋନା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି | କରୋନାର ଲକ୍ଷଣ ଠିକ ଫ୍ଲୁ ଭଳି | ତେବେ ଫ୍ଲୁ ପାଇଁ ଟୀକା ରହିଛି | ଚିକିତ୍ସା ଦ୍ୱାରା ଏହାକୁ ଠିକ କରାଯାଇପାରେ | କିନ୍ତୁ ସାରା ବିଶ୍ୱକୁ ଗ୍ରାସ କରିଥିବା ଏହି ନୂଆ ଭାଇରସ କରୋନାର ଏପର୍ଯ୍ୟନ୍ତ କୌଣସି ଟୀକା ବାହାରି ପାରିନାହିଁ | ବୈଜ୍ଞାନିକମାନେ ଏହା ଉପରେ ଗବେଷଣା କରୁଛନ୍ତି | ତେବେ ଲକ୍ଷଣ ଦେଖାଦେବ ପୂର୍ବରୁ ଭାଇରସ ଶରୀରରେ କେତେ ସମୟ ଯାଏଁ ରହିବ ସେ ସମ୍ପର୍କରେ ଏଯାଏଁ ଡାକ୍ତରମାନେ ସ୍ପଷ୍ଟ ହୋଇପାରିନାହାନ୍ତି | ତେବେ ଭୟରେ ଲୋକେ ଚିନ୍ତିତ ହୋଇପଡିଲେଣି | ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି |

{"id":239568,"sizeSlug":"large"}

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମସ୍ତଙ୍କୁ ସାବଧାନ ରହିବ ପାଇଁ ପରାମର୍ଶ ଦେଇଛି | ଯଦି କୌଣସି ଲକ୍ଷଣ ଦେଖାଦିଏ ତାହେଲେ ଅତି ଶୀଘ୍ର ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ଉପଦେଶ ଦେଇଛି | ସାମାନ୍ୟ ଥଣ୍ଡା କିମ୍ବା ଜ୍ୱର ହେଲେ ମଧ୍ୟ ଡାକ୍ତରଙ୍କୁ ପରାମର୍ଶ କରିବା ପାଇଁ ଆଦେଶ ଦିଆଯାଇଛି ଯେଭଳି ରୋଗ ନ ବ୍ୟାପେ | ତେବେ ଏଠାରେ ପ୍ରଶ୍ନ ଉଠୁଛି ଘରେ ରହିବା ସବୁଠାରୁ ସୁରକ୍ଷିତ କି ?

ଯଦି ଅସୁସ୍ଥତା ଅନୁଭବ ହୁଏ ତାହେଲେ କଣ କରିବା ଉଚିତ ଆସନ୍ତୁ ଜାଣିବା :

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା କେମିତି ଜାଣିବା କିଏ ଘର ଭିତରେ ରହିବା ଉଚିତ ଏବଂ କିଏ ଅଲଗା ରହିବା ଉଚିତ | ପ୍ରତ୍ୟେକ ଦେଶରେ ପର୍ଯ୍ୟାପ୍ତ ସଂଖ୍ୟକ ସ୍କ୍ରିନିଙ୍ଗ ବୁଥ ରହିବା ଆବଶ୍ୟକ ଯେଭଳି ଲୋକେ ସଂକ୍ରମଣ ପରୀକ୍ଷା କରିପାରିବେ | ସଠିକ ପରୀକ୍ଷା ହେଇପାରୁନାହିଁ ଏବଂ ସମସ୍ତେ ପରୀକ୍ଷା କରାଇବା ସମ୍ଭବ ହୋଇପାରୁନାହିଁ | ଏବେ ପର୍ଯ୍ୟନ୍ତ ମଧ୍ୟ ଲୋକେ ଜାଣିପାରିନାହାନ୍ତି କେଉଁଠାରେ ସ୍କ୍ରିନିଙ୍ଗ କରାଇବେ | ଲୋକେ ନିଜ ନିକଟତମ କ୍ଲିନିକ କିମ୍ବା ହସ୍ପିଟାଲରେ ସ୍କ୍ରିନିଙ୍ଗ କରାଉଛନ୍ତି କିନ୍ତୁ ପ୍ରାୟତଃ ସମସ୍ତ କ୍ଲିନିକ କିମ୍ବା ହସ୍ପିଟାଲରେ ସ୍କ୍ରିନିଙ୍ଗର ସମସ୍ତ ଉପକରଣ ଉପଲବ୍ଧ ନୁହଁ |

ସ୍କ୍ରିନିଙ୍ଗକୁ ନେଇ ବର୍ତ୍ତମାନ ସବୁ ଦେଶ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛି | ତେବେ ସାମାନ୍ୟ ଲକ୍ଷଣ ଦେଖାଦେଉଥିବ ବ୍ୟକ୍ତି ନିଜେ ଚିକିତ୍ସିତ ହେବ ସମ୍ପୂର୍ଣ ଭୁଲ | ଏହା ଦ୍ୱାରା ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି | ସାମାନ୍ୟ ଲକ୍ଷଣ ଦେଖା ଦେଉଥିବା ବ୍ୟକ୍ତି ମଧ୍ୟ ଚିକିତ୍ସିତ ହେବା ଦରକାର | କରୋନାର ଲକ୍ଷଣଗୁଡିକ ହେଲା, ଜ୍ୱର, ଥଣ୍ଡା, କାଶ, ନିମୋନିଆ | ଯଦି ଅକ୍ସିଜେନ ନେବା ଦରକାର ନପଡେ଼ ତାହେଲେ ଜାଣିବେ ଏହା ସାମାନ୍ୟ ଲକ୍ଷଣ | କିନ୍ତୁ ରୋଗୀଙ୍କୁ ଯଦି ଭେଣ୍ଟିଲେଟର ସାହାଯ୍ୟରେ ଅକ୍ସିଜେନ ନେବାକୁ ପଡେ ତାହେଲେ ମାମଲା ଗମ୍ଭୀର ବୋଲି ଜାଣିବେ | ରୋଗୀ ଗମ୍ଭୀର ଭାବେ ପୀଡିତ ହେବା ପରେ ଶରୀରର ବିଭିନ୍ନ ଅଙ୍ଗ କାମ କରିବା ବନ୍ଦ କରିଦେଇଥାଏ | ତେବେ ସାମାନ୍ୟ ଲକ୍ଷଣ ଦେଖା ଦେଉଥିବା ରୋଗୀ ମଧ୍ୟ ସଂଗେସଂଗେ ଡାକ୍ତରଙ୍କୁ ପରାମର୍ଶ କରି ଚିକିତ୍ସା କରାଇବା ଆବଶ୍ୟକ |

ରିସର୍ଚ୍ଚ ଅନୁଯାୟୀ, ବର୍ତ୍ତମାନ ଯାଏଁ ୩୦ ରୁ ୬୦ ପ୍ରତିଶତ ଲୋକଙ୍କ ପରୀକ୍ଷା ହୋଇଛି | ତେବେ କରୋନାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ | କିନ୍ତୁ ଲୋକେ ନିଜ ପ୍ରଶ୍ନର ସଠିକ ଉତ୍ତର ପାଇପାରୁନାହାନ୍ତି | ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା ପରାମର୍ଶ ଅନୁସରଣ କରିବା ସର୍ବୋତ୍ତମ | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରି ଭାଇରସକୁ ବ୍ୟାପିବାରେ ରୋକିବା ଆବଶ୍ୟକ |

କରୋନା ପାଇଁ କେବଳ ଲୋକେ ହଇରାଣ ହେଉନାହାନ୍ତି ବରଂ ବିଶ୍ୱ ଅର୍ଥନୀତି ମଧ୍ୟ ଦୋହଲି ଗଲାଣି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.