ଗୋଟିଏ ଚର୍ଚ୍ଚରୁ ସାରା ଦେଶରେ ବ୍ୟାପିଲା କରୋନା : ରେଡ୍ ଆଲର୍ଟ ଜାରି

Published By : Prameya-News7 Bureau | August 25, 2020 IST

ସିୟୋଲ ୨୫/୦୮ : ଦକ୍ଷିଣ କୋରିଆରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ପୁଣି ରେଡ ଆଲର୍ଟ ଜାରି କରାଯାଇଛି | ଦକ୍ଷିଣ କୋରିଆର ଅଧିକାରୀଙ୍କ କହିବାନୁଯାୟୀ ସାରା ଦେଶରେ କରୋନା ସଂକ୍ରମଣ ପୁଣିଥରେ ବିସ୍ତାର କରିବାର ଆଶଙ୍କା ବୃଦ୍ଧି ପାଇଛି | ଏକ ଚର୍ଚ୍ଚରୁ ସଂକ୍ରମଣ ଆରମ୍ଭ ହୋଇ ଦକ୍ଷିଣ କୋରିଆର ୧୭ ପ୍ରାନ୍ତରେ ବ୍ୟାପି ସାରିଛି | ଚର୍ଚ୍ଚରୁ ବ୍ୟାପିଥିବା ସଂକ୍ରମଣ ସଂଖ୍ୟା ୩୧୯ ରେ ପହଞ୍ଚିଛି | ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ମୁଖ୍ୟ କାର୍ଯ୍ୟାଳୟରୁ ଏହି ସୂଚନା ମିଳିଛି |

କିଛି ଦିନ ପୂର୍ବରୁ ଦକ୍ଷିଣ କୋରିଆକୁ ସଂକ୍ରମଣରୁ ଲଢ଼ିବାରେ ଏକ ମଡେଲ ଦେଶ ଭାବେ ଉପସ୍ଥାପନା କରାଯାଇଥିଲା | ରାଜଧାନୀ ସୋଲ ଆଖପାଖ ଅଞ୍ଚଳରୁ ଅଧିକାଂଶ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି | ସୋଲର ଜନସଂଖ୍ୟା ପାଖାପାଖି ଏକ କୋଟି | ଚର୍ଚ୍ଚକୁ ଯାଇଥିବା ଅଧିକାଂଶ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି | ଏହି ଲୋକମାନଙ୍କ ବିଶ୍ୱାସ ଚର୍ଚ୍ଚ ବନ୍ଦ କରିବାକୁ ଏହା ଏକ ଷଡଯନ୍ତ୍ର | ସଂକ୍ରମିତଙ୍କ ମଧ୍ୟରୁ ଅନେକ ଲୋକ ଲୁଚି ଯାଇଛନ୍ତି କିମ୍ବା ଦେଶର ବିଭିନ୍ନ ସ୍ଥାନକୁ ଚାଲି ଯାଇଛନ୍ତି | ସଂକ୍ରମିତଙ୍କ ମଧ୍ୟରେ ଅଧିକାଂଶ ୨୦ ରୁ ୩୦ ବର୍ଷ ବୟସର ଯୁବକ ଯୁବତୀ ଅଛନ୍ତି |

ଚର୍ଚ୍ଚର ମୁଖ୍ୟ ଜୁନ୍-କ୍ୱାଙ୍ଗ-ହୁନ୍ ମଧ୍ୟ କରୋନା ପଜିଟିଭ୍ | ସରକାର ସମସ୍ତଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ କହିଛନ୍ତି ଯେଉଁମାନେ ଚର୍ଚ୍ଚ ଦ୍ୱାରା ଆୟୋଜିତ ସରକାର ବିରୋଧୀ ରାଲିରେ ସାମିଲ ହୋଇଥିଲେ | ଚର୍ଚ୍ଚ ମୁଖ୍ୟଙ୍କ ବିରୋଧରେ ରାଜଧାନୀରେ ଆୟୋଜିତ ହୋଇଥିବା ସରକାର ବିରୋଧୀ ରାଲିରେ ସାମିଲ ହେବାକୁ ଲୋକଙ୍କୁ ଉସୁକାଇବା ଏବଂ ଆଇସୋଲେସନ ନିୟମ ଉଲଙ୍ଘନ କରିଥିବା ଆରୋପ ହୋଇଛି | ରାଷ୍ଟ୍ରପତି ମୁ ଜେ-ଇନ୍ କହିଛନ୍ତି ଯେ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇ ଅକ୍ଷମଣୀୟ ଅପରାଧ କରିଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ରାଲିରେ ସାମିଲ ହୋଇଥିବା ପାଖାପାଖି ୩ ହଜାର ୪୦୦ ଲୋକଙ୍କୁ ଚିହ୍ନଟ କରି କ୍ଵାରେଣ୍ଟାଇନ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.