ଆମେରିକାରେ କରୋନାକୁ ଲାଗୁନି ବ୍ରେକ୍, ଖବରକାଗଜର ୧୧ପୃଷ୍ଠାରେ ଛପାଗଲା କେବଳ ଶୋକ ବାର୍ତ୍ତା

Published By : Prameya-News7 Bureau | April 14, 2020 IST

ଓ୍ବାଶିଂଟନ୍ ୧୪।୪: କରୋନା ଭାଇରସ୍ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଛି । କିନ୍ତୁ ଏହି ମହାମାରୀ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛି ଆମେରିକା । କରୋନା ଭାଇରସ୍ ଯୋଗୁଁ ମୃତ୍ୟୁସଂଖ୍ୟାରେ ଆମେରିକା ଇଟାଲୀକୁ ପଛରେ ପକାଇ ଦେଇଛି । ଇଟାଲୀରେ ଏହି ଭାଇରସ୍ ଯୋଗୁଁ ଏପର୍ଯ୍ୟନ୍ତ ୧୯୪୬୮ ଜଣଙ୍କର ମୃତ୍ୟୁ ହୋଇଛି । ମାତ୍ର ଆମେରିକାରେ ଏହି ମାରାତ୍ମକ ଭାଇରସ୍ ଯୋଗୁଁ ୨୦,୦୭୧ ଜଣଙ୍କର ଜୀବନ ଗଲାଣି । ଏହି ଭାଇରସ୍ ଦ୍ବାରା ଆମେରିକା ହେଉଛି ସର୍ବାଧିକ ପ୍ରଭାବିତ ଦେଶ ହୋଇଥିବା ବେଳେ ଏବେ ଏଥିରେ ଲଗାମ ଲାଗିବା ପରି ମନେହେଉନି ।

{"id":253794,"sizeSlug":"large"}

ଆମେରିକାର ପରିସ୍ଥିତି ଗମ୍ଭୀର ହେବା ସହ ମୃତ୍ୟୁ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଗୋଟିଏ ଖବରକାଗଜରେ କେବଳ ୧୧ ପୃଷ୍ଠାର ଶ୍ରଦ୍ଧାଞ୍ଜଳି ଏବଂ ସମବେଦନା ବାର୍ତ୍ତା ଛପା ଯାଇଛି । ଆମେରିକୀୟ ସାମ୍ବାଦିକ ଜୁଲିଓ ରିକାର୍ଡୋ ବରେଲା ସେହି ଖବରକାଗଜର ଏକ ଫଟୋ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ବୋଷ୍ଟନ୍ ଗ୍ଲୋବ ଖବରକାଗଜର ଶ୍ରଦ୍ଧାଞ୍ଜଳି ସେକ୍ସନର ଏକ ଭିଡିଓ ସେୟାର କରିଛନ୍ତି । ବରେଲା ଟ୍ବିଟ୍ ରେ ସ୍ପଷ୍ଟ କରିଛନ୍ତି ଯେ ସମସ୍ତ ମୃତ୍ୟୁ କରୋନା ଭାଇରସଜନିତ ନୁହେଁ, କିନ୍ତୁ ଅଧିକାଂଶ ମୃତ୍ୟୁ ଏହି କରୋନା ଭାଇରସ୍ ଯୋଗୁଁ ହୋଇଛି ।

wp:html /wp:html

ଗତ ମାସରେ ଇଟାଲୀର ଏକ ଖବରକାଗଜର କ୍ଲିପ୍ ଭାଇରାଲ୍ ହୋଇଥିଲା । ମାର୍ଚ୍ଚ ୧୩ରେଏକ ଦୈନିକ ଖବରକାଗଜ LEco di Bergamo ୧୦ ପୃଷ୍ଠାରେ ମୃତମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ଛପାଯାଇଥିଲା ।

ସୂଚନାଯୋଗ୍ୟ ଯେ, ସାରା ବିଶ୍ବରେ କରୋନା ଦ୍ବାରା ୧,୯୨୦,୬୧୮ ଜଣ ସଂକ୍ରମିତ ହୋଇଥିବା ବେଳେ ୧୧୯,୬୬୬ ଲୋକ ପ୍ରାଣ ହରାଇସାରିଲେଣି । ପ୍ରାୟ ୪୪୯,୫୮୯ ଜଣ ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି । ସେହିଭଳି ଭାରତରେ ୧୦,୩୬୩ ଜଣ ସଂକ୍ରମିତ ହୋଇଥିବା ବେଳେ ୧,୦୩୬ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ୩୩୯ ଜଣ ଏହି ଭାଇରସ୍ ଯୋଗୁଁ ପ୍ରାଣ ହରାଇସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.