୮ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୮୨୧୬ ପଜିଟିଭ୍

Published By : Prameya-News7 Bureau | May 04, 2021 IST

ଭୁବନେଶ୍ବର ୦୪।୦୫ : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୮୨୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୯୭୫୨ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୬୮୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୩୫୩୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

wp:html /wp:html

ଅନୁଗୋଳରୁ ୩୯୪ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ବାଲେଶ୍ୱରରୁ ୩୦୨, ବରଗଡରୁ ୩୭୫, ଭଦ୍ରକରୁ ୬୩, ବଲାଙ୍ଗୀରରୁ ୩୦୫, ବୌଦ୍ଧରୁ ୯୮, କଟକରୁ ୪୪୭, ଦେବଗଡରୁ ୯୮, ଢେଙ୍କାନାଳରୁ ୪୭, ଗଜପତିରୁ ୧୨୧, ଗଞ୍ଜାମରୁ ୬୯, ଜଗତସିଂପୁରରୁ ୧୦୬, ଯାଜପୁରରୁ ୩୪୭, ଝାରସୁଗୁଡାରୁ ୩୧୬, କଳାହାଣ୍ଡିରୁ ୨୩୮, କନ୍ଧମାଳରୁ ୭୭, କେନ୍ଦ୍ରାପଡାରୁ ୮୭, କେନ୍ଦୁଝରରୁ ୧୨୯, ଖୋର୍ଧାରୁ ୧୨୭୧, କୋରାପୁଟରୁ ୧୩୩, ମାଲକାନଗିରିରୁ ୩୨, ମୟୂରଭ଼ଞ୍ଜରୁ ୧୯୦, ନବରଙ୍ଗପୁରରୁ ୩୧୯, ନୟାଗଡରୁ ୨୫୦, ନୂଆପଡାରୁ ୨୬୧, ପୁରୀରୁ ୪୦୨, ରାୟଗଡାରୁ ୨୩୨, ସମ୍ବଲପୁରରୁ ୩୮୫, ସୋନପୁରରୁ ୨୪୮, ସୁନ୍ଦରଗଡରୁ ୬୩୬ ଜଣ ଆକ୍ରାନ୍ତ ରହିଛନ୍ତି ।

wp:html /wp:html

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭୯୭୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୩୫୪୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୦୪୦୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୦୨୭୧୦୦୩ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.