ଓଡିଶାରେ ଏବେ ପ୍ଲାଟୋ ଷ୍ଟେଜ୍‌ରେ କରୋନା : ଡିଏମଇଟି

Published By : Prameya-News7 Bureau | April 26, 2021 IST

ଭୁବନେଶ୍ବର ୨୬।୪: ଓଡିଶାରେ ଏବେ ଫ୍ଲାଟୋ ଷ୍ଟେଜ୍ ରେ ଅଛି କରୋନା । ଗତ ଦୁଇ ତିନି ଦିନ ହେବ ଫ୍ଲାଟ୍ ବା ସମାନ୍ତରାଳ ଷ୍ଟେଜରେ ରହିଛି କରୋନା ସଂକ୍ରମଣ ।  ଯେହେତୁ ଗତ ୫ ଦିନ ହେବ ଗୋଟିଏ ଲେଭେଲରେ ସଂକ୍ରମଣ ରହୁଛି ତେଣୁ ଏହାକୁ ପ୍ଲାଟୋ ବୋଲି କୁହାଯାଉଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ଆଗକୁ ଏହି ସ୍ଥିତି ବା ପରିସଂଖ୍ୟାନ କମିପାରେ ବୋଲି ଆଶା କରାଯାଉଛି ବୋଲି ସେ କହିଛନ୍ତି ।  ଆଗକୁ କ’ଣ ହେବ ନିର୍ଦ୍ଦିଷ୍ଟ ଭାବେ କହି ହେବନି ।  

ପିଜିଟିଭ ସଂଖ୍ୟା ଏହିପରି ରହିବ ବୋଲି ଆଶା କରାଯାଉଛି । ଲୋକଙ୍କ ଭିତରେ ସନ୍ଦେହ ହେଉଛି ଯେ, ରାଜ୍ୟରେ ଆଇସିୟୁ ବେଡ୍ କମି କମି ଯାଉଛି । ମାତ୍ର ରାଜ୍ୟରେ ଅନେକ ଆଇସିୟୁ ବେଡ୍ ରହିଛି ।  ଆଗକୁ ଯଦି ପରିସଂଖ୍ୟାନ ବଢେ ସେହି ଅନୁପାତରେ ଭେଣ୍ଟିଲେଟର ବି ବଢାଯିବ ବୋଲି ଡିଏମଇଟି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୧୪୦୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୦୭୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୬୨୯୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାସହ କରୋନା ଯୋଗୁଁ ୧୯୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୯୯୧୭୮୯୪ସାମ୍ପୁଲ ଟେଷ୍ଟ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.