ପିଲା ପୋଷ୍ଟ କରିଛନ୍ତି ଭିଡିଓ, ଅଧ୍ୟକ୍ଷା କହୁଛନ୍ତି -'କିଛି ହୋଇନି, ଦରକାର ନାହିଁ ଅନୁମତି' : କାମଠଣା ନର୍ସିଂ ସ୍କୁଲରେ କୋଭିଡ୍ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ

Published By : Prameya-News7 Bureau | May 07, 2021 IST

କଳାହାଣ୍ଡି, ୦୭।୦୫: କରୋନା ନିୟମର ଖୁଲମ ଖୁଲା ଉଲ୍ଲଙ୍ଘନ । ହାତ ଧରାଧରି ହୋଇ ନାଟୁଛନ୍ତି ଛାତ୍ରଛାତ୍ରୀ । ଲାଗୁଛି କରୋନା ଆଉ ନାହିଁ । କଳାହାଣ୍ଡି କାମଠଣା ନର୍ସିଂ ସ୍କୁଲରେ କୋଭିଡ୍ ଗାଇଡଲାଇନ ଉଲ୍ଲଂଘନର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗାଇଡଲାଇନକୁ ଦଳିଚକଟି ଦିଆଯାଇଥିବା ଦେଖିବାକୁ ମିଳିଛି ।

ସୂଚନାନୁସାରେ, ଗତ ଏପ୍ରିଲ୍ ୩୦  ତାରିଖରେ ପ୍ରାୟ ୧୮୦ ଛାତ୍ରଛାତ୍ରୀ  କଲେଜର ଏକ ଉତ୍ସବରେ ଭାଗ ନେଇଥିଲେ। ଭାଇରାଲ୍ ଭିଡିଓରେ କଲେଜ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ଉସ୍ରବର ଆୟୋଜନ କରାଯାଇଥିବେ ଦେଖିବାକୁ ମିଳିଛି। ଯେଉଁଥିରେ ସାମାଜିକ ଦୂରତା, ମାସ୍କ ପରିଧାନ କଟକଣାର ଉଲ୍ଲଙ୍ଘନ କରି ନୃତ୍ୟ ଓ ଭୋଜିଭାତ ହୋଇଥିଲା।

wp:html /wp:html

ସବୁଠାରୁ ବଡ କଥା ହେଉଛି ଯେ, ଆୟୋଜିତ ଉତ୍ସବ ପାଇଁ ସିଡିଏମଓ କିମ୍ବା ଏଡିଏମଓଙ୍କ  ଅନୁମତି ପ୍ରଦାନ ହୋଇ ନ ଥିବା ସୁଚନା ମିଳିଛି । ସେହିପରି ନର୍ସିଂ ସ୍କୁଲର ଇନଚାର୍ଜ ଅମିତା ଦାସ କହିଛନ୍ତି ଯେ, ଆୟୋଜନ ପାଇଁ ତାଙ୍କୁ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ନାହିଁ | ହେଲେ ନୃତ୍ୟ କିମ୍ବା ଭୋଜିର ଆୟୋଜନ ହୋଇ ନ ଥିଲା। ଯେତେ ବେଳେ କି ଛାତ୍ର ଛାତ୍ରୀ ସୋସିଆଲ ମିଡ଼ିଆ ରେ ନୃତ୍ୟ ଓ ଉତ୍ସବର ଭିଡିଓ ପୋଷ୍ଟ କରି ଭାଇରାଲ କରିଛନ୍ତି।

କଳାହାଣ୍ଡି କୋଭିଡ ହସ୍ପିଟାଲ ପାର୍ଶ୍ବରେ ପାଖାପାଖି ୧୮୦ ଛାତ୍ର ଛାତ୍ରୀଙ୍କ ସମାଗମ ଶିକ୍ଷା ଅନୁଷ୍ଠାନମାନଙ୍କରେ ଜାରି କୋଭିଡ କଟକଣାର ଉଲଂଘନ ସଂକ୍ରମଣ ଆଶଙ୍କାକୁ ଦର୍ଶାଉଛି। ସାଧାରଣ ଲୋକେ ଆଇନ ଉଲ୍ଲଂଘନ କଲେ ଜରିମାନା ଓ ଟଙ୍କା ଆଦାୟ କରାଯାଉଥିବା ବେଳେ ଦାୟିତ୍ଵରେ ଥିବା ସରକାରୀ କତୃପକ୍ଷ ପାଇଁ ମାଫ୍ କାହିଁକି ? ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଠାରେ ଅଭିଯୋଗ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.