ଭୋଟ୍ ବେଳେ କରୋନା ଟେନସନ୍ : ୫ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନ

Published By : Prameya-News7 Bureau | January 22, 2022 IST

ନୂଆଦିଲ୍ଲୀ ୨୨/୦୧:  ୫ଟି ରାଜ୍ୟରେ ନିର୍ବାଚନ ପରିଚାଳନା ବାବଦରେ ଶନିବାର ନିର୍ବାଚନ କମିଶନ ସ୍ବାସ୍ଥ୍ୟ ସଚିବଙ୍କ ସହିତ ଆଲୋଚନା କରିବେ। ଏହି ସମୟରେ ୫ ରାଜ୍ୟର ସ୍ୱାସ୍ଥ୍ୟ ସଚିବମାନେ ମଧ୍ୟ ଉପସ୍ଥିତ ରହିବେ।

ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ନିର୍ବାଚନ ହେବାକୁ ଯାଉଥିବା ବେଳେ, କରୋନା ହିଁ ଚିନ୍ତାର କାରଣ ହୋଇଛି। ତେଣୁ କରୋନା କଟକଣା ମଧ୍ୟରେ କିଭଳି ନିର୍ବାଚନ ଆୟୋଜନ ହୋଇପାରିବ, ସେନେଇ ନିର୍ବାଚନ କମିଶନ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବାକୁ ଯାଉଛନ୍ତି। ପୂର୍ବରୁ ଏ ସବୁ ରାଜ୍ୟରେ ରାଜନୈତିକ ଶୋଭାଯାତ୍ରା ଉପରେ କଟକଣା ଜାରି କରିଛନ୍ତି କମିଶନ। ଜାନୁଆରୀ ୨୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିଛି।

ଫେବ୍ରୁଆରୀ ୧୦ ରୁ ମାର୍ଚ୍ଚ ୭ ମଧ୍ୟରେ ୭ଟି ପର୍ଯ୍ୟାୟରେ ୫ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି। ଜାନୁଆରୀ ୮ ରେ ଯେତେବେଳେ ନିର୍ବାଚନ ଘୋଷଣା କରାଗଲା ,କମିଶନ ଏହା ସହିତ ଏକାଧିକ କଟକଣା ମଧ୍ୟ ଲଗାଇଥିଲେ। କରୋନାର ଦ୍ବିତୀୟ ଲହର ଯେତେବେଳେ ଜଟିଳ ଥିଲା ସେତେବେଳେ ୪ଟି ରାଜ୍ୟରେ ନିର୍ବାଚନ ଆୟୋଜନ କରାଯାଇଥିଲା। ଯେଉଁଥିପାଇଁ ନିର୍ବାଚନ କମିଶନଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ତେଣୁ ଏଥର ଯେମିତି ନିର୍ବାଚନ ଆୟୋଜନରେ ସମସ୍ତ କଟକଣା ପାଳନ କରାଯିବ।, କିମ୍ବା ଲାଗିଥିବା କିଛି କଟକଣାରେ ପରିବର୍ତ୍ତନ କରାଯିବ , ଏ ସଂପର୍କରେ ଆଲୋଚନା କରିବା ଲାଗି ଏହି ବୈଠକ ଡାକିଛନ୍ତି ନିର୍ବାଚନ କମିଶନ।.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.