ବଦଳୁଛି ଭାଇରସର ଲକ୍ଷଣ: କେବଳ ଥଣ୍ଡା ଜ୍ୱର ନୁହେଁ, ଡାଇରିଆ ଓ ଶରୀର ପୀଡା ବି ଥିଲେ ହୋଇପାରେ କରୋନା

Published By : Prameya-News7 Bureau | April 16, 2021 IST

ନୂଆଦିଲ୍ଲୀ ୧୬/୪ : ସାବଧାନ, ଧୀରେ ଧୀରେ ଲକ୍ଷଣ ବଦଳାଉଛି ମହାମାରୀ । ଭାଇରସ ଯେତିକି ଭୟଙ୍କର ମାତ୍ରାରେ ମାତୁଛି ସେତିକି ମାତ୍ରାରେ ତାର ଲକ୍ଷଣ ବି ପରିବର୍ତ୍ତନ ହେଉଛି । ଦେଶରେ ଏବେ ପ୍ରବାହିତ ହେଉଛି ୨ୟ ଲହର । ଆଉ ଏହି ଲହର ପ୍ରଥମ ଲହର ତୁଳନାରେ ଯଥେଷ୍ଟ ଅଧିକ ରହିଛି । ପ୍ରଥମ ଥର ସଂକ୍ରମିତ ହେବା ପରେ ଲୋକେ ପୁନଃ ସଂକ୍ରମିତ ହେବାର ଅଧିକ ଚାନ୍ସ ରହିଛି ।

ଖାସ ସେଥିପାଇଁ ଭାଇରସର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି । ପୂର୍ବରୁ ଜ୍ୱର, ଥଣ୍ଡା, ଆଖି ଲାଲ, ଗଳାଦରଜ, ଦେହ ହାତ କୁଣ୍ଡାଇବା ଭଳି ଲକ୍ଷଣ ଥିଲା । ଏବେ ଏସବୁରେ ଯୋଡି ହୋଇଛି ଆଉ କିଛି ନୂଆ ଲକ୍ଷଣ । ଯେମିତିକି ଡାଇରିଆ ଓ ଶରୀର ପୀଡା ସହ ବାନ୍ତି ହେବା  ।  ଯଦି ଆପଣଙ୍କ ଡାଇରିଆ ବା ପତାଳା ଝାଡା ହେଉଛି ତାହେଲେ ହୋଇଯାଆନ୍ତୁ ସାବଧାନ । ସେହିଭଳି ଯଦି ଶରୀର ପୀଡା ବି ଜୋରରେ ହେଉଥାଏ ତାହାଲେ ମଧ୍ୟ କରୋନା ହେବାର ଆଶଙ୍କା ରହିଛି । ଏ ସବୁ ଲକ୍ଷଣ ଥିଲେ ଆପଣ ତୁରନ୍ତ ଯାଇ ନିଜର ପରୀକ୍ଷା କରାଇ ନିଅନ୍ତୁ ଓ ସଂକ୍ରମଣରୁ ବଞ୍ଚନ୍ତୁ । ୪୦ ପ୍ରତିଶତ ଲୋକଙ୍କ ନିକଟରୁ ଏହି ସବୁ ଲକ୍ଷଣ ଥିବାରୁ ସେମାନଙ୍କର ପରୀକ୍ଷା କରାଯାଇଥିଲା, ସେମାନଙ୍କର ରିପୋର୍ଟ ପଜିଟିଭ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.