କରୋନା ରୋଗୀଙ୍କ ମଧ୍ୟରେ ଦେଖାଦେଲା ନୂଆ ଲକ୍ଷଣ: ମଳଦ୍ୱାରରୁ ହେଉଛି ରକ୍ତସ୍ରାବ, ସତର୍କ କଲେ ଡାକ୍ତର

Published By : Prameya-News7 Bureau | June 29, 2021 IST

ନୂଆଦିଲ୍ଲୀ ୨୯/୦୬ : କରୋନା ମହାମାରୀ ଯେଉଁଭଳି ନୂଆ ନୂଆ ରୂପ ବଦଳାଉଛି ସେହିଭଳି ମହାମାରୀ ସମ୍ବନ୍ଧୀୟ ନୂଆ ନୂଆ ଲକ୍ଷଣ ମଧ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ କରୋନା ରୋଗୀଙ୍କ ମଧ୍ୟରେ ସାଇଟୋମେଗାଲୋଭାଇରସ୍ (Cytomegalovirus-CVM) ଦେଖାଦେଇଛି, ଅର୍ଥାତ ମଳଦ୍ୱାରରୁ ରକ୍ତସ୍ରାବ ହେବା। ଏବେ ଯାଏଁ ଦେଶରେ ୫ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀ ସାର ଗଙ୍ଗାରାମ ହସ୍ପିଟାଲର ଡାକ୍ତର ଅନିଲ ଅରୋରା କହିଛନ୍ତି ଯେ ଏହି ରୋଗୀ ପେଟରେ ଯନ୍ତ୍ରଣା ହେଉଥିବା ମଳରେ ରକ୍ତସ୍ରାବ ହେଉଥିବା ଅଭିଯୋଗ କରିଛନ୍ତି। କରୋନାର ୨୦-୩୦ ଦିନ ପରେ ଏହି ଲକ୍ଷଣ ଦେଖାଦେଇଛି।

ବର୍ତ୍ତମାନ ଦେଶରେ କରୋନାର ନୂଆ ଭାରିଏଣ୍ଟ ଡେଲଟା ପ୍ଲସକୁ ନେଇ ଚିନ୍ତା ଜାହିର ହୋଇଛି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାପରେ କଟକଣା କଡାକଡି କରାଯାଇଛି।

ଦେଶର କରୋନା ଟାସ୍କ ଫୋର୍ସ ସଦସ୍ୟ ଡ.ଭିକେ ପାଲ ଦିନେ ପୂର୍ବରୁ କହିଥିଲେ ଯେ ମହାମାରୀର ଆଗାମୀ ଲହର ସମ୍ପର୍କରେ ନିଶ୍ଚିତ ସମୟ କୁହାଯାଇ ପାରିବନାହିଁ। କାରଣ କରୋନାର ଆଗମନ ଅନିଶ୍ଚିତ। ସେଥିପାଇଁ ମହାମାରୀ ବିରୋଧରେ ଲଗାତାର ଦୃଢ ପଦକ୍ଷେପ ନେବା ଆବଶ୍ୟକ। ଡେଲଟା ପ୍ଲସ ଭାରିଏଣ୍ଟକୁ ନେଇ ପାଲ କହିଛନ୍ତି ଯେ ଏବେ ଯାଏଁ ଏମିତି କୌଣସି ବୈଜ୍ଞାନିକ ତଥ୍ୟ ନାହିଁ ଯାହା ପ୍ରମାଣ କରିଦେବ ଯେ ନୂଆ ଭାରିଏଣ୍ଟ ଅଧିକ ସଂକ୍ରମଣ ନା ଭ୍ୟାକସିନର ପ୍ରଭାବ ଉପରେ ଓଲଟା ପ୍ରଭାବ ପକାଇବ। ସେ କହିଛନ୍ତି, କରୋନାର ଆଗାମୀ ଲହର କେତେ ବଡ ଓ ମାରାତ୍ମକ ହେବ ତାହା ଅନେକ କାରଣ ଉପରେ ନିର୍ଭର କରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.