ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ

Published By : Prameya-News7 Bureau | January 19, 2022 IST

ନୂଆଦିଲ୍ଲୀ ୧୯/୦୧: ବୋଲ ମାନୁନି କରୋନା । ଦେଶରେ ପୁଣି କରୋନା ବିସ୍ଫୋରଣ । ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ୩ ଲକ୍ଷ ମୁହାଁ ହୋଇଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪୧ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨୮୨୯୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୪୪୧ ଛୁଇଁଛି ।

wp:html /wp:html

ସେହିପରି ୧୮୩୧୦୦୦ସକ୍ରିୟ ମାମଲା ରହିଛି ଏବଂ ୩,୫୫,୮୩,୦୩୯ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪,୮୭,୨୦୨ ସଂକ୍ରମିତ ପ୍ରାଣ ହରାଇଛନ୍ତି । ସେହିପରି ଦେଶରେ ୮ ହଜାର ଟପିଛି ଓମିକ୍ରନ ସଂକ୍ରମିତ ମାମଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.