ପୁଣି କରୋନାରେ ଆଖି ବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୩ ଶହକୁ ଛୁଇଁଲା

Published By : Prameya-News7 Bureau | October 30, 2020 IST

ଭୁବନେଶ୍ବର ୩୦/୧୦: କରୋନା ସଂକ୍ରମଣ କମିଛି ସତ ମୃତ୍ୟୁରେ ବ୍ରେକ୍‌ ଲାଗୁନି । ରାଜ୍ୟରେ ବେକାବୁ ହେଉଛି କୋଭିଡ୍‌ ମୃତ୍ୟୁ । ଗତ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।

୨୪ଘଣ୍ଟାରେ ୧୧ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ସଂପୃକ୍ତ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩ ଜଣ, କଟକରୁ ୨ ଜଣ, ଅନୁଗୁଳ, ଗଞ୍ଜାମ,ଝାରସୁଗୁଡା,କନ୍ଧମାଳ,ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ସଂକ୍ରମିତ କରୋନାରେ ଆଖିବୁଜିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୮୮ ହଜାର ୬୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫ ହଜାର ୨୪୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୭୨ ହଜାର ୦୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୩୦୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୫ ଲକ୍ଷ ୦୮ ହଜାର ୦୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.