‘ଯେଉଁ ସହରରେ ଅଛନ୍ତି, ସେଠାରେ କିଛି ଦିନ ରୁହନ୍ତୁ’, ଦେଶବାସୀଙ୍କୁ ମୋଦୀଙ୍କ ପ୍ରାର୍ଥନା
21/03/2020 at 8:57 PM

ନୂଆଦିଲ୍ଲୀ, ୨୧|୦୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିଲ୍ଲୀ ସମେତ ଅନେକ ରାଜ୍ୟରେ ସ୍କୁଲ, କଲେଜ, ଅଫିସ, ହୋଟେଲ, ଗାଡି ଚଳାଚଳ ଆଦି ବନ୍ଦ ରହିବ। ଯେଉଁମାନେ କାମ ପାଇଁ ବାହାରକୁ ଯାଇଥିଲେ, ଏହି ସ୍ଥିତିରେ ଅନେକ ଲୋକ ନିଜ ଘରକୁ ଫେରିବାରେ ଲାଗିଛନ୍ତି।
ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଯେଉଁ ସହରରେ ଅଛନ୍ତି ସେହି ସହରରେ କିଛି ଦିନ ରହିବାକୁ ଅପିଲ କରିଛନ୍ତି। ମୋଦୀ କହିଛନ୍ତି ଯେ, କରୋନା ଭୟରେ ଅନେକ ଭାଇ ଭଉଣୀ କର୍ମସ୍ଥାନ ଛାଡି ନିଜ ଗ୍ରାମକୁ ଫେରୁଛନ୍ତି। ତେବେ ଗହଳିରେ ଯାତ୍ରା କରିବା ଦ୍ୱାରା ବିପଦ ଘନେଇଥାଏ।
ମୋଦୀ ଦେଶବାସୀଙ୍କୁ ପ୍ରାର୍ଥନା କରି କହିଛନ୍ତି, କିଛି ଦିନ କର୍ମସ୍ଥାନରେ ରହିଯାଆନ୍ତୁ। ଏହା ରୋଗ ବ୍ୟାପିବାରୁ ମୁକ୍ତି ଦେବ। ରେଳ ଷ୍ଟେସନ, ବସଷ୍ଟାଣ୍ଡରେ ଭୀଡ ଲଗାନ୍ତୁ ନାହିଁ। ଜରୁରୀ ନହେଲେ ଘରୁ ନବାହାରିବାକୁ ସେ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ, ନରେନ୍ଦ୍ର ମୋଦୀ ରବିବାର ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି। ସକାଳ ୭ଟାରୁ ରାତି ୯ଟା ଯାଏଁ ଏହା ପାଳନ କରାଯିବ।