Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

କରୋନା ମୁକାବିଲା ଜୋରଦାର : ପଞ୍ଜାବରେ ଜରୁରୀ ସ୍ଥିତି,ଦିଲ୍ଲୀ ଓ ହିମାଚଳ ପ୍ରଦେଶରେ ଲକଡାଉନ , ଗୋଆରେ ଆହୁରି ୩ଦିନ ଯାଏଁ ଜନତା କର୍ଫ୍ୟୁ, ଭିଡିଓ କନଫରେନ୍ସିଂରେ ଜରୁରୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

23/03/2020 at 2:51 PM

ନୂଆଦିଲ୍ଲୀ ୨୩/୦୩ : ଦେଶ ସାରା କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି | ଗତ ୨୪ ଘଣ୍ଟା ମଧ୍ୟରେ ୫୦ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି | ଦିଲ୍ଲୀ, ରାଜସ୍ଥାନ, ବିହାର, ପଞ୍ଜାବ, ଉତ୍ତରାଖଣ୍ଡ, ଛତିଶଗଡ଼, ଝାରଖଣ୍ଡ, ଜାମ୍ମୁ କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ନାଗଲ୍ୟାଣ୍ଡ, ଅରୁଣାଚଳ ପ୍ରଦେଶ ଆସନ୍ତା ମାର୍ଚ୍ଚ ୩୧ ତାରିଖ ଯାଏଁ ଲକଡାଉନ ଘୋଷଣା ହୋଇଛି | ପଞ୍ଜାବରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି |

ହିମାଚଳ ପ୍ରଦେଶ ସରକାର  ସୋମବାର ରାଜ୍ୟରେ ତତ୍କାଳ ଲକଡାଉନ ଘୋଷଣା କରିଛନ୍ତି | ସରକାରଙ୍କ ତରଫରୁ ଆଗାମୀ ନିର୍ଦେଶ ନ ଆସିବା ଯାଏଁ ଲକଡାଉନ ଜାରି ରହିବ | କରୋନା ମହାମାରୀ କାୟା ବିସ୍ତାର କରୁଥିବା ଦେଖି ସରକାର ରାଜ୍ୟକୁ ଲକଡାଉନ ଘୋଷଣା କରିଛନ୍ତି |

କରୋନାର ଭୟାବହତା ଯୋଗୁଁ ମାର୍ଚ୍ଚ ୩୧ ତାରିଖ ଯାଏଁ ଦିଲ୍ଲୀ ମେଟ୍ରୋ ସେବା ବନ୍ଦ ରହିଛି | ମେଟ୍ରୋ ଷ୍ଟେସନରେ ଟ୍ରେନଗୁଡିକ ବନ୍ଦ ରହିଛି | ଫଳରେ ଦିଲ୍ଲୀବାସୀଙ୍କୁ ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି | ଲକଡାଉନ ଘୋଷଣା ପରେ ଦିଲ୍ଲୀରୁ ଯାନବାହାନ ଗାୟବ ହୋଇଯାଇଛି |

ଏହି ସଙ୍କଟ ପରିସ୍ଥିତିରେ ପଞ୍ଜାବ ସରକାର ଏବେ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି | ସରକାରଙ୍କ ତରଫରୁ ଜରୁରୀ ସ୍ଥିତିରେ ତଥା ଅଭାବୀ ଏବଂ  ଅସୁବିଧାରେ ଥିବା ଲୋକଙ୍କୁ  ମାଗଣାରେ ଖାଦ୍ୟ, ଔଷଧ ଓ ରହିବା ପାଇଁ ସୁବିଧା ଯୋଗେଇ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି | ଏଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୨୦ କୋଟି ଟଙ୍କା ଅନୁଦାନ ମଂଜୁର କରିଛନ୍ତି |

 କେବଳ ବିଭିନ୍ନ ରାଜ୍ୟ ସରକାର ନୁହନ୍ତି , ସର୍ବୋଚ୍ଚ ଅଦାଲତ ବି କରୋନା ନେଇ ସତର୍କ,ଏବଂ କରିଛନ୍ତି ସ୍ୱତନ୍ତ୍ର ନିୟମ । କରୋନା ଭାଇରସର ମୁକାବିଲା ପଦକ୍ଷେପ ସ୍ୱରୂପ, ଏବେ  ସୁପ୍ରିମକୋର୍ଟରେ କେବଳ ଜରୁରୀ ଶୁଣାଣି ହେବ | ଏବଂ ସେହି ଜରୁରୀ ଶୁଣାଣି ଭିଡିଓ କନଫରେନସିଙ୍ଗ ଜରିଆରେ ହେବ | କରୋନାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଅଦାଲତ ପରିସରରେ ଥିବା ଓକିଲଙ୍କ ପ୍ରକୋଷ୍ଠକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ପ୍ରଶାସନ |

ରବିବାର ପାଳିତ ଜନତା କର୍ଫ୍ୟୁ  ଶୋମବାର ମଧ୍ୟ ଗୋଆରେ ଜାରି ରହିଛି | କୋଭିଡ-୧୯ ସଂକ୍ରମଣ ରୋକିବା ପାଇଁ ଜନତା କର୍ଫ୍ୟୁ ଆଉ ୩ ଦିନ ପର୍ଯ୍ୟନ୍ତ ଜାରି ରଖିବାକୁ ଗୋଆ ସରକାର ଗତକାଲି ନିଷ୍ପତ୍ତି ନେଇଛନ୍ତି |

ସୂଚନାଯୋଗ୍ୟ ଯେ, ଗ୍ରେଟର ନଏଡାରେ ଆଉ ଦୁଇଜଣ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି | ଦୁଇ ସଂକ୍ରମିତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି | ଯେଉଁ ଅଞ୍ଚଳରୁ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି ସେହି ସୋସାଇଟିକୁ ମାର୍ଚ୍ଚ ୨୫ ତାରିଖ ଯାଏଁ ସିଲ୍ କରିଦିଆଯାଇଛି |

 ତେବେ କରୋନା ଆତଙ୍କ ସତ୍ତ୍ୱେ କର୍ଣ୍ଣାଟକ ବିଧାନସଭା ଅଧିବେଶନ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ସିଏନ ଅସ୍ୱଥ ନାରାୟଣ | ସଂସଦ ଅଧିବେଶନ ଜାରି ରହିବା ଯାଏଁ ବିଧାନସଭା ଅଧିବେଶନ ଜାରି ରହିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ |

ରାଜଧାନୀ ଦିଲ୍ଲୀରେ ଲକ୍‌ଡାଉନ ବେଳେ  ସୋମବାର ୩୦ କରୋନା ପଜିଟିଭ୍‌ ମାମଲା ସାମ୍ନାକୁ ଆସିଛି | ୩୦ ଜଣଙ୍କ ମଧ୍ୟରୁ ୨୩ ଜଣ ବିଦେଶରୁ ଫେରିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୂଚନା ଦେଇଛନ୍ତି | ଅନ୍ୟ ୭ଜଣ ସେମାନଙ୍କ ପରିବାରର ସଦସ୍ୟ | ବର୍ତ୍ତମାନ ଦିଲ୍ଲୀର ସ୍ଥିତି ନିୟନ୍ତ୍ରଣାଧୀନ ବୋଲି କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି | ତେବେ ଲକଡାଉନ ନିୟମ ପାଳନ କରିବାକୁ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି |

କରୋନା ଯୋଗୁଁ ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି | ମହାରାଷ୍ଟ୍ରରେ ଏଯାଏଁ ୮୯ ଜଣ ଆକ୍ରାନ୍ତ ହୋଇଛନ୍ତି |

ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଘଣ୍ଟାଘରରେ ମହିଳାମାନଙ୍କ ସିଏଏ ବିରୋଧୀ ଧାରଣା ସ୍ଥଗିତ ରଖିବା ପରେ ସେହି ଅଞ୍ଚଳକୁ ସାନିଟାଇଜ କରାଯାଇଛି |

କରୋନା ଭାଇରସକୁ ରୋକିବା ପାଇଁ ଜାମ୍ମୁ କାଶ୍ମୀରକୁ ମାର୍ଚ୍ଚ ୩୧ ତାରିଖ ଯାଏଁ ଲକଡାଉନ ଘୋଷଣା କରାଯାଇଛି | ଲକଡାଉନ ଯୋଗୁଁ ରାସ୍ତାଘାଟ ଶୂନଶାନ ରହିଛି | ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି |

ଲକଡାଉନକୁ ନେଇ କେନ୍ଦ୍ର ସରକାର ଦୃଢ ପଦକ୍ଷେପ ନେଇଛନ୍ତି | ରାଜ୍ୟ ସରକାରଙ୍କୁ ଲକଡାଉନ ଜାରି ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି | ନିୟମ ଉଲଂଘନ କଲେ ଉଲଙ୍ଘନକାରୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କେନ୍ଦ୍ର ସରକାର |

ଦେଶରେ କରୋନା ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି | ମହାରାଷ୍ଟ୍ରରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି | ମହାରାଷ୍ଟ୍ରରେ କରୋନା ମୃତ୍ୟୁ ସଂଖ୍ୟା ୩ ହୋଇଛି | ମୃତକ ଜଣକ ଫିଲିପାଇନ୍ସର | ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଛି | ସୂଚନାଯୋଗ୍ୟ ଯେ, ସେହି ବ୍ୟକ୍ତିଙ୍କର ରକ୍ତନମୁନା ପ୍ରଥମମେ କରୋନା ପଜିଟିଭ ବାହାରିଥିଲା । କିନ୍ତୁ ଚିକିତ୍ସା ତଥା ଆରୋଗ୍ୟ ହେବା ପରେ ତାଙ୍କର  ମୃତ୍ୟୁ ହୋଇଛି । ସେ  କିଡନୀ  ଜନିତ ରୋଗ ତତା ଶ୍ୱାସ ପ୍ରଶ୍ୱାସ ଜନୀତ କାରଣରୁ ଅସୁସ୍ଥ ହୋଇ ପଡିଥିଲେ । ତାଙ୍କୁ ମୁମ୍ବାଇ କସ୍ତୁରବା ହସ୍ପିଟାଲରୁ ଏକ ଘରୋଇ ସ୍ଥାନାନ୍ତର କରାଯାଇଥିଲା | ତାଙ୍କ କିଡ଼ନୀ ଫେଲ ହେବା ଓ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି | ସେପଟେ ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨୫ କୁ ଛୁଇଁଲାଣି |

   Related Posts