ରିଅଲ୍ ଇଷ୍ଟେଟ୍ ବିଜନେସ୍‌କୁ କରୋନା ମାଡ: ଆର୍ଥିକ କ୍ଷତି ସାଙ୍ଗକୁ ନିଯୁକ୍ତି କ୍ଷେତ୍ରକୁ ବି ବଡ଼ ବିପଦ, ଏବେ ସରକାରଙ୍କ ଉପରେ ଆଶା….

Published By : Prameya-News7 Bureau | April 16, 2020 IST

ଭୁବନେଶ୍ବର୧୬/୪: କରୋନା ମହାମାରୀରୁ ବଞ୍ଚିବା ପାଇଁ ସମସ୍ତଙ୍କ ସେଫ୍ ହାଇଡ଼ଆଉଟରେ ବନିଛି ଘର। ତେବେ ଲକ୍ ଡାଉନ୍‌ରେ ବିଶେଷ ଭାବେ ପ୍ରଭାବିତ ହୋଇଛି ଘର ବନାଉଥିବା ରିଅଲ୍ ଇଷ୍ଟେଟ ବିଜନେସ୍‌। ଲେବର ଇସ୍ୟୁ, ଟ୍ରାନ୍‌ସପୋର୍ଟ ବନ୍ଦ, ସପ୍ଲାଏ ଚେନ୍ ବନ୍ଦ ଥିବାରୁ ମାଟେରିଆଲ ମିଳିପାରୁନି, ତେଣୁ ପ୍ରୋଜେକ୍ଟ ହ୍ୟାଣ୍ଡ ଓଭର ଡେରି ହେବାର ଆଶଙ୍କା ବଢିଲାଣି। ଅନ୍ୟ ପକ୍ଷରେ ପେମେଣ୍ଟ ଡିଫଲ୍ଟ କ୍ୟାସ ଫ୍ଲୋ ସମସ୍ୟା ଆରମ୍ଭ କଲାଣି ରିଅଲ୍ ଇଷ୍ଟେଟ ସେକ୍ଟର ପାଇଁ।

୧୨ ବିଲିଅନ୍ ଡଲାର ଭାରତୀୟ ରିଅଲ୍‌ ଇଷ୍ଟେଟ ସେକ୍ଚଟର ପାଇଁ ଏବେ ବଡ଼ ଅସୁବିଧା ସମୟ। ଗତ କିଛି ବର୍ଷ ହେବ ମାନ୍ଦା ଅବସ୍ଥାରେ ଚାଲୁଥିବା ଏହି ସେକ୍ଟରରେ ଅଭିବୃଦ୍ଧି ସଂଙ୍କେତ ଦେଇଥିଲା। ହେଲେ ଏହି ସମୟରେ ଆସିଲା କରୋନା ମହାମାରୀ, ଯାହା ପାଇଁ ଆରମ୍ଭ ହେଲା ଲକ୍ ଡାଉନ୍। ଏବେ ପ୍ରୋଜେକ୍ଟ କାମ ବନ୍ଦ, ଲେବର ଘର ମୁହାଁ। ଟ୍ରାନ୍‌ସପୋର୍ଟ ବନ୍ଦ, ସପ୍ଲାଏ ଚେନ୍ ବନ୍ଦ। ସାଧାରଣରେ ସେଣ୍ଟିମେଣ୍ଟ ଏପରି ଯେ  ଲକ୍ ଡାଉନ୍ ଉଠିଲେ ମଧ୍ୟ ପ୍ରୋଜେକ୍ଟରେ କାମ କରୁଥିବା ଲୋକେ କେବେ ଫେରିବେ କହିବା ମୁସ୍କିଲ, ଆଉ ମାର୍କେଟ ସେଣ୍ଟିମେଣ୍ଟ ଏପରି ବୁକିଂ ନାହିଁ, କ୍ୟାସ ଫ୍ଲୋ ବନ୍ଦ।

ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ବିଗତ ବର୍ଷରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛି ରିଅଲ ଇଷ୍ଟେଟ ସେକ୍ଟର। ଆଉ ଲକ୍ ଡାଉନ୍ ବଢିବା ସହ ଏହି କ୍ଷତିର ପରିମାଣ ବଢି ଚାଲିଛି।  ଅନ୍ୟ ପକ୍ଷରେ ରେରା ନିୟମ ଅନୁଯାୟୀ ଅନୁମୋଦନ ପାଇଥିବା ପ୍ରୋଜେକ୍ଟ ନିର୍ଦ୍ଦିଷ୍ଟ ସମୟରେ ସରିବା ଆବଶ୍ୟକ ନହେଲେ ଲାଗିବ ବଡ଼ ପେନାଲ୍‌ଟି। ତେଣୁ ଚିନ୍ତାରେ ରିଆଲ ଇଷ୍ଟେଟ ସେକ୍ଟରେ କାମ କରୁଥିବା ବିଲ୍‌ଡରସ ଓ କନଷ୍ଟ୍ରକ୍ସନ କମ୍ପାନୀମାନେ। ତେଣୁ ରାଜ୍ୟର ରିଅଲ୍ ଇଷ୍ଟେଟ ସେକ୍ଟର ପକ୍ଷରୁ ଓଡ଼ିଶା ରେରାକୁ ପ୍ରୋଜେକ୍ଟ କପ୍ଲିସନ୍‌ ସମୟ ପଠାଇବା ସହ ବିଳମ୍ବ ପାଇଁ ପେନାଲ୍‌ଟି ଏକ ବର୍ଷ ପାଇଁ ଛାଡ଼ କରିବାକୁ ଅନୁରୋଧ କରାଯାଇଛି। ଏହା ସହ ଗତ ୧ ମାସ ହେବ ଓଡ଼ିଶାରେ ଅନୁମୋଦନ ପାଇଁ ପଡ଼ିଥିବା ପ୍ରୋଜେକ୍ଟକୁ ଶ୍ରୀଘ୍ର ଅନୁମୋଦନ କରିବାକୁ ଦାବି ରଖିଛନ୍ତି। କାରଣ ବୁକିଂ ଆରମ୍ଭ ହେଲେ କ୍ୟାସ ଫ୍ଲୋ ହେବ, କର୍ମଚାରି ଦରମା ଓ ଶ୍ରମିକ ପାଉଣା ପାଇବେ, ସେକ୍ଟର ଚଳଚଞ୍ଚଳ ହେବ।

ତେବେ StopCorona, StayHome ମନ୍ତ୍ର ରିଅଲ ଇଷ୍ଟେଟ ସେକ୍ଟର ପାଇଁ କିଛିଟା ଆଶା ମଧ୍ୟ ଆଣିଛି। ତେଣୁ ଆଗାମୀ ଦିନରେ ଲୋକଙ୍କର ନିଜର ଘର କଣିବା ପାଇଁ ଆଗ୍ରହୀ ହେବେ ବୋଲି କିଛି ରିଅଲ୍ ଇଷ୍ଟେଟ କମ୍ପାନି ମତ ରଖିଛନ୍ତି। ଦେଶର ଜିଡିପିରେ ରିଅଲ୍ ଇଷ୍ଟେଟ ସେକ୍ଟରର ଯୋଗ ଦାନ ପ୍ରାୟ ୫ ପ୍ରତିଶତ। ଦେଶରେ ପ୍ରାୟ ୮୦ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେଇଛି ଏହି ସେକ୍ଟର। ଷ୍ଟିଲ୍ , ସିମେଣ୍ଟ ଓ ଅନେକ ଆନ୍‌ସିଲାରୀ ଇଣ୍ଡଷ୍ଟ୍ରି ଏହା ଉପରେ ନିର୍ଭର ଶୀଳ। ତେଣୁ କରୋନା ଲକ୍ ଡାଉନ୍ର ଘଡ଼ି ସନ୍ଧି ମୁହୁର୍ତ୍ତରେ ସରକାରଙ୍କ ତରଫରୁ ସହାୟତା, ବ୍ୟାଙ୍କମାନଙ୍କ ଠାରୁ କମ୍ ସୁଧରେ ଋଣ ଓ ନିୟାମକଙ୍କ ମାନଙ୍କ ଠାରୁ ସହଯୋଗ ଆବଶ୍ୟକ ବୋଲି ରିଅଲ୍‌ ଇଷ୍ଟେଟ ସେକ୍ଟର ପକ୍ଷରୁ ଦାବି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.