ଆମେରିକାରେ ଓଡ଼ିଆ ଶିଶୁ, କହୁଛନ୍ତି କରୋନା କଥା

Published By : Prameya-News7 Bureau | April 13, 2020 IST

ଭୁବନେଶ୍ୱର ୧୩।୦୪: ଆମେରିକାର କରୋନା ପ୍ରାୟ ୨ ହଜାର ମୁଣ୍ଡ ନେଲାଣି । ୫ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି । ସେଠାକାର ସ୍ଥିତି ଏବେ ଅସମ୍ଭାଳ । ଏକଥା ସମସ୍ତେ ଜାଣନ୍ତି । ଆମେରିକାରେ ଅନେକ ଓଡିଆ ମଧ୍ୟ ଅଛନ୍ତି । ଯେଉଁମାନେ ସେଠାକାର ସ୍ଥିତିକୁ ସାମ୍ନା କରୁଛନ୍ତି ଏବଂ ସାବଧାନ ବି ଅଛନ୍ତି । ବିଶ୍ୱର ଅନ୍ୟତମ ବିକଶିତ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ହୋଇବି ଆମେରିକାରେ ଭୟଙ୍କର ସ୍ଥିତି । କୋଭିଡ-୧୯ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟାରେ ଏବେ ଏହି ଦେଶ ସବୁଠାରୁ ଆଗରେ । ସମସ୍ତେ ଏକ ଅଭାବନୀୟ ପରିସ୍ଥିତିରେ ହନ୍ତସନ୍ତ ହେଉଥିବା ଅବସରରେ ସେଠାରେ ରହୁଥିବା ଏକ ପ୍ରବାସୀ ଓଡିଆ ପରିବାରର ଛୋଟ ପିଲାଟିଏ ଏକ ଭିଡିଓ ପଠାଇଛି । ସେଥିରେ ସେ ଦରୋଟି ଭାଷାରେ ବଖାଣୁଛନ୍ତି କରୋନା ଭୟାବହତା ଏବଂ ତାର ମୁକାବିଲା କଥା । କୁନି ପିଲାଟିର ନାଁ ପ୍ରନାଲ୍ ମିଶ୍ର । ବାପା ଓ ମାଆଙ୍କ ସହ ସେ ସେଠାରେ ରୁହନ୍ତି । ଶୁଣନ୍ତୁ ପ୍ରନାଲ୍‌ଙ୍କ ମୁହଁରୁ ଆମେରିକାର ସ୍ଥିତି…

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.