Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୫୭୭ ଶିକ୍ଷକଙ୍କର କରୋନାରେ ମୃତ୍ୟୁ : ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ କରିଥିଲେ ଡ୍ୟୁଟି, ସରକାରଙ୍କ ନିକଟରେ ଦାବି ରଖିଲା ଶିକ୍ଷକ ସଙ୍ଘ

29/04/2021 at 2:26 PM

ଲକ୍ଷ୍ନୌ,୨୯/୦୪: ଉତ୍ତର ପ୍ରଦେଶରେ ଚାଲିଛି ପଞ୍ଚାୟତ ନିର୍ବାଚନ । ଗୁରୁବାର ଅନୁଷ୍ଠିତ ହୋଇଛି ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ନିର୍ବାଚନ ଦାୟିତ୍ୱରେ ଥିବା ପ୍ରାୟ ୫୭୭ଜଣ ଶିକ୍ଷକ କୋଭିଡରେ ଜୀବନ ହାରିଛନ୍ତି ।  ଏନେଇ ଉତ୍ତରପ୍ରଦେଶ ରାଜ୍ୟ ଶିକ୍ଷକ ସଙ୍ଘ ଦାବି କରିଛି । ଏହାପୂର୍ବରୁ ନିର୍ବାଚନ ବେଳେ ୧୩୫ ପୋଲିଂ ଅଧିକାରୀ ପ୍ରାଣ ହରାଇଥିବା ରିପୋର୍ଟ ଆସିଥିଲା । ଯାହାକୁ ଗୁରୁତର ସହ ନେଇଥିଲେ ଆଲହାବାଦ ହାଇକୋର୍ଟ ।

ରାଜ୍ୟ ଶିକ୍ଷକ ସଙ୍ଗଠନ ଉତ୍ତର ପ୍ରଦେଶ ନିର୍ବାଚନ ଆୟୋଗଙ୍କୁ ୫୭୭ ଶିକ୍ଷକଙ୍କର ତାଲିକା ଦେଇଛି । ଏହି ଶିକ୍ଷକମାନେ ନିର୍ବାଚନ ସମୟରେ ଓ ଡ୍ୟୁଟି ସରିବା ପରେ ପ୍ରାଣ ହରାଇଛନ୍ତି । ଏହାସହ ଶିକ୍ଷକ ସଙ୍ଘ ପକ୍ଷରୁ ମେ ୨ରେ ହେବାକୁ ଥିବା ଭୋଟଗଣନା ସ୍ଥଗିତ ରଖିବାକୁ ଦାବି କରିଛନ୍ତି । ତେବେ ନିର୍ବାଚନ ଆୟୋଗ ଏହାକୁ ନାମଞ୍ଜୁର କରିଦେଇଛନ୍ତି ।

ମହାସଙ୍ଘର ଅଧ୍ୟକ୍ଷ ଦିନେଶ ଚନ୍ଦ୍ର ଶର୍ମା କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ନାଁରେ ନିର୍ବାଚୟ ଆୟୋଗ ୭୧ ଜିଲ୍ଲାରେ ୫୭୭ ଶିକ୍ଷକଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲେ । ଏହି ଶିକ୍ଷକମାନେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଏହି ସମସ୍ତଙ୍କ ନାଁ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରାଯାଇଛି । ଏହାପୂର୍ବରୁ ସରକାର  ସମସ୍ତ ଜିଲ୍ଲାପାଳ, ଏସପି ଓ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏକ ସର୍କୁଲାର ପଠାଇଥିଲେ । ଏଥିରେ ଶିକ୍ଷକଙ୍କ ମୃତ୍ୟୁର ତଦନ୍ତ ପାଇଁ କୁହାଯାଇଥିଲା ।

ଦିନେଶ ଚନ୍ଦ୍ର ଆହୁରି କହିଛନ୍ତି ଯେ, ଅନେକ ଜିଲ୍ଲାରେ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ବାବଦରେ ତଥ୍ୟ ହସ୍ତଗତ ହୋଇନାହି । ଲୋକମାନେ ଡରୁଛନ୍ତି । ସେମାନଙ୍କ ପରିବାରର ଆଉ କେହି ସଂକ୍ରମିତ ନହୁଅନ୍ତୁ ବୋଲି ସେମାନେ ଚାହୁଁଛନ୍ତି । ଏବେ ସ୍ଥିତି ଗମ୍ଭୀର ରହିଛି । ସେମାନେ ଏପ୍ରିଲ ୧୨ରେ ନିର୍ବାଚନ ଘୁଞ୍ଚାଇବାକୁ କହିଥିଲେ । କିନ୍ତୁ ଅନୁରୋଧକୁ ସରକାର ଅଣଦେଖା କରିଥିଲେ । ଯଦି ନିର୍ବାଚନ ଆୟୋଗ ଭୋଟ ଗଣତିକୁ ନଘୁଞ୍ଚାଇବେ ତାହାଲେ ସେମାନେ ଏହାର ବହିଷ୍କାର କରିବେ ବୋଲି ସେ ଚେତାବନୀ ଦେଇଛନ୍ତି ।

   Related Posts