ନୂଆଦିଲ୍ଲୀ, ୧୮।୦୯ :ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୮୧ ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୫୬୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୨୦୦ ଟପିଛି। ୨୪ ଘଣ୍ଟା ମଧ୍ୟରେ ୨୮୧ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୪ ଲକ୍ଷ ୧୭ ହଜାର ୩୯୦ରେ ପହଞ୍ଚିଛି।
wp:html/wp:htmlभारत में पिछले 24 घंटों में कोरोना वायरस के 35,662 नए मामले आए, 37,950 रिकवरी हुईं और 281 लोगों की कोरोना से मौत हुई।
— ANI_HindiNews (@AHindinews) September 18, 2021
कुल मामले: 3,34,17,390
सक्रिय मामले: 3,40,639
कुल रिकवरी: 3,26,32,222
कुल मौतें: 4,44,529
कुल वैक्सीनेशन: 79,42,87,699 pic.twitter.com/L8VNz4v2ll
ଏତତ୍ ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୪ ହଜାର ୫୨୯ରେ ପହଞ୍ଚିଛି। ଏବେ ଦେଶରେ ୩୪୦୬୩୯ ସକ୍ରିୟ ମାମଲା ରହିଛି ।ସେହିପରି ୩୨୬୩୨୨୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।