ଓଡ଼ିଶାରେ ପହଞ୍ଚିଲା କରୋନା ମେଡିସିନ୍, ରାଜ୍ୟର ବିଭିନ୍ନ ମେଡିକାଲରେ ଏବେ ଉପଲବ୍ଧ
29/06/2020 at 1:41 PM

ଭୁବନେଶ୍ୱର ୨୯।୦୬: ଓଡ଼ିଶାକୁ ଆସି ସାରିଛି କରୋନା ମେଡିସିନ୍ । କରୋନା ମୁକାବିଲା ପାଇଁ ବର୍ତ୍ତମାନ ବିଶ୍ବରେ ଯେଉଁସବୁ ମେଡ଼ିସିନକୁ ବ୍ୟବାହର ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେଇଛି ଏବେ ସେ ସବୁ ମେଡ଼ିସିନ ରାଜ୍ୟରେ ଉପଲବ୍ଧ ହୋଇଛି। ସେ ମଧ୍ୟରେ ରେମେଡେସିଭର୍ ଓଡ଼ିଶାରେ ପହଞ୍ଚିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ମେଡିକାଲରେ ରେମେଡେସିଭର୍ ଉପଲବ୍ଧ ହୋଇଛି। ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏହା ବ୍ୟବହାର ହୋଇପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହା ସହିତ ଫାବି ଫ୍ଲୁ ମେଡ଼ିସିନର ୧୨ ଶହ ଷ୍ଟ୍ରିପ୍ ଆଜି (ସୋମବାର) ଆସିଛି ଓଡ଼ିଶା। କରୋନାର ଅଳ୍ପ କିମ୍ବା ମଧ୍ୟମ ସଂକ୍ରମିତ ରୋଗୀଙ୍କ ଠାରେ ଏହା ପ୍ରୟୋଗ କରାଯାଇପାରିବ। ତେବେ ମଧ୍ୟମରୁ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ରେମଡେସିଭିର ବ୍ୟବହାର କରାଯିବ।

ସେପଟେ ରାଜ୍ୟରେ ପ୍ରଚୁର ପରିମାଣରେ ଡେକ୍ସାମେଥାସୋନ ମହଜୁଦ ଅଛି। ଏହାର ୨ ଲକ୍ଷ ଟାବ୍ଲେଟ ଏବଂ ୨ ଲକ୍ଷ ଇଞ୍ଜେକ୍ସନ ରାଜ୍ୟରେ ମହଜୁଦ ଅଛି ବୋଲି ଡ୍ରଗ୍ସ କଣ୍ଟ୍ରୋଲର ସୂଚନା ଦେଇଛନ୍ତି। ଡେକ୍ସାମେଥାସୋନ ଏକ ଷ୍ଟେରଏଡ ମେଡ଼ିସିନ ଏବଂ ଏଥିରେ ୬୦ ପ୍ରତିଶତ ରୋଗୀ ଭଲ ହେଉଥିବା ଅକ୍ସଫୋର୍ଡର ବିଶେଷଜ୍ଞ ଘୋଷଣା କରିବା ପରେ ଏହାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁମତି ଦେଇଥିଲେ। ପରେ ପରେ ଭାରତରେ ମଧ୍ୟ ଏହି ଔଷଧ ପ୍ରୟୋଗ ପାଇଁ ଆଇସିଏମଆର ଅନୁମତି ଦେଇଛି।
