କରୋନା ଭାଇରସର ସମ୍ଭାବିତ ଔଷଧ ରେମଡେସିଭିର୍ ୩ ମାସ ପାଇଁ ଆଉଟ୍ ଅଫ୍ ଷ୍ଟକ୍

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ ୦୨/୦୭ : କରୋନା ଭାଇରସର ସମ୍ଭାବିତ ଔଷଧ ରେମଡେସିଭିର ୩ ମାସ ପାଇଁ ଆଉଟ ଅଫ ଷ୍ଟକ ହୋଇଯାଇଛି । କାରଣ ଆମେରିକା ସରକାର ଏହି ଔଷଧର ପ୍ରାୟ ପୁରା ଷ୍ଟକ କିଣିଦେଇଛନ୍ତି । ହ୍ୟୁମାନ ଟ୍ରାଏଲରେ ଏହି ଔଷଧ ସକାରାତ୍ମକ ପରିଣାମ ଦେଇଛି । ଏହି ଔଷଧକୁ ଆମେରିକାର Gilead Sciences Inc ତିଆରି କରିଛି । କମ୍ପାନୀ ଔଷଧର ୫ ଲକ୍ଷ ଟ୍ରିଟ୍ମେଣ୍ଟ କୋର୍ସ ପାଇଁ ଆମେରିକା ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସ ସହିତ ଚୁକ୍ତି କରିଛି ।

{"id":294927,"sizeSlug":"large"}

ଆମେରିକା ରାଷ୍ଟ୍ରପତିଙ୍କ ଆମେରିକା ଫାଷ୍ଟ ଆପ୍ରୋଚ ଅନୁରୂପ । ଭାରତରେ ରେମଡେସିଭିର ଜେନେରିକ ଭର୍ସନ କୋବିଫୋର ବ୍ରାଣ୍ଡ ନାଁରେ ଜଣାଯିବ । ଏହାର ମେନୁଫେକ୍ଟରିଙ୍ଗ ଓ ମାର୍କେଟିଙ୍ଗ ପାଇଁ ଦୁଇଟି ଔଷଧ କମ୍ପାନୀ ସିପଲା ଓ Hetero କୁ ଭାରତୀୟ ଔଷଧୀ ମହାନିୟନ୍ତ୍ରକ  (DCGI) ର ଅନୁମତି ମିଳିଛି । DCGI ହସ୍ପିଟାଲରେ ଭର୍ତ୍ତି କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧ ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି ।  ଆମେରିକାର ହେଲ୍ଥ ଆଣ୍ଡ ହ୍ୟୁମାନ ସର୍ଭିସ ବିଭାଗ ଏକ ବୟାନରେ କହିଛି ଯେ ସେ ଆମେରିକା ହସ୍ପିଟାଲରେ ରେମଡେସିଭିର ଔଷଧର ୫ ଲକ୍ଷ ଟ୍ରିଟ୍ମେଣ୍ଟ କୋର୍ସ ଉପଲବ୍ଧ କରାଇଛି । ରେମଡେସିଭିର ଜରିଆରେ କୋଭିଡ -୧୯ ଚିକିତ୍ସା ପାଇଁ ଜଣେ ରୋଗୀଙ୍କ ପାଇଁ ୬.୨୫ ୱାଇଲ୍ସ ଆବଶ୍ୟକ ପଡିବ । ପ୍ରତି ଟ୍ରିଟ୍ମେଣ୍ଟ ପାଇଁ ହସ୍ପିଟାଲ ୩୨୦୦ ଡଲାର ଦେବ ।

{"id":294926,"sizeSlug":"large"}

Gilead ପୂର୍ବରୁ ରେମଡେସିଭିରର ପାଖାପାଖି ୧ ଲକ୍ଷ ୨୦ ହଜାର ଟ୍ରିଟ୍ମେଣ୍ଟ କୋର୍ସ ଆମେରିକାକୁ ଡୋନେଟ କରିସାରିଛି । ରେମଡେସିଭିର ଇଞ୍ଜେକ୍ସନ ଭାବେ ଦିଆଯିବ । ପ୍ରଥମ ଡୋଜର ରୋଗୀଙ୍କୁ ୨୦୦ ମିଲିଗ୍ରାମ ଇଞ୍ଜେକ୍ସନ ଦିଆଯିବ । ତାପରେ ୫ ଦିନ ପର୍ଯ୍ୟନ୍ତ ପ୍ରତିଦିନ ୧୦୦ ମିଲିଗ୍ରାମ ଡୋଜ ଇଞ୍ଜେକ୍ସନ ଦିଆଯିବ । ଗର୍ଭବତୀ କିମ୍ବା ସ୍ଥନପାନ କରାଉଥିବା ମହିଳାଙ୍କୁ ହିଁ ଔଷଧ ଦିଆଯିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.