ଖୁସି ଖବର, ରାଜ୍ୟରେ ପହଞ୍ଚିଲା କରୋନା ମେଡିସିନ : ସାମାନ୍ୟ ସଂକ୍ରମିତଙ୍କ ପାଇଁ ଫାବିଫ୍ଲୁ ଓ ଗୁରୁତର ରୋଗୀଙ୍କ ପାଇଁ ରେମଡେସିଭିର୍

Published By : Prameya-News7 Bureau | June 29, 2020 IST

ଭୁବନେଶ୍ୱର ୨୯/୦୬ : ଏ ଟେନ୍‌ସନ ଭିତରେ ଆସିଲା ଖୁସି ଖବର । ରାଜ୍ୟରେ ପହଞ୍ଚିଲା କରୋନା ମେଡିସିନ। ରେମଡେସିଭିର ଏବଂ ଫାଭି ଫ୍ଲୁ କରୋନା ମେଡିସିନ୍ ପହଞ୍ଚିଛି । ଏଥିପାଇଁ ଏକ ଡାକ୍ତରୀ ଟିମ ଗଠନ କରାଯାଇଛି । ଏପଟେ ଗତକାଲି ଠାରୁ ପୁରୀରୁ  ସେରୋଲୋଜିକାଲ ସର୍ଭେ ଆରମ୍ଭ ହୋଇଛି । ଏହା ସହିତ ଖୁବ ଶୀଘ୍ର ଇମୋନୋଲଜିକାଲ ଷ୍ଟଡି ଆରମ୍ଭ ହେବ… 

{"id":293427,"sizeSlug":"large"}

କେରାନା ଆକ୍ରାନ୍ତଙ୍କ ପାଇଁ ଖୁସି ଖବର। ରାଜ୍ୟରେ ପହଞ୍ଚିଲା  କରୋନା ମେଡିସିନ । ରେମଡେସିଭିର ଏବଂ ଫାବି ଫ୍ଳୁ ରାଜ୍ୟରେ ପହିଛି। ଏହା କେବଳ ଗୁରୁତର ରୋଗୀଙ୍କୁ ଦିଆଯିବ। ’ଫାବିଫ୍ଲୁ ମେଡିସିନ ୧୨୦୦ ଷ୍ଟ୍ରିପ ରାଜ୍ୟକୁ ଆସିଛି। ଏହା ନେଇ ମାଇଲଡ ରୁ ମଡେରେଟ ରୋଗୀଙ୍କୁ ଦିଆଯାଇପାରିବ। ତେବେ ରେମଡେସିଭିର ମଡରେଟ ରୁ ସିଭିୟର ରୋଗୀଙ୍କୁ ଦିଆଯିବ। ଏହି ମେଡିସିନ ଡାକ୍ତରଙ୍କ ପରାର୍ମଶ ଅନୁଯାୟୀ ଦିଆଯିବ । ସେଥିପାଇଁ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି।  ଏହା ସହିତ ଡେକ୍ସାମେଥାସୋନ ପ୍ରଚୂର ପରିମାଣରେ ମହଜୁଦ ଅଛି । ୨ଲକ୍ଷ ଇଂଜେକସନ ଏବଂ ୨ଲକ୍ଷ ଟାବଲେଟ ରହିଛି ବୋଲି ସୂଚନା ଦେଇଛନ୍ତି ଡ୍ରଗ୍‌ କଣ୍ଟ୍ରୋଲର  ମାମିନା ପଟ୍ଟନାୟକ।

{"id":293428,"sizeSlug":"large"}

ଏପଟେ ରାଜ୍ୟରେ ସେରୋଲଜିକାଲ ସର୍ଭେ ଆରମ୍ଭ ହୋଇଛି । ଗତକାଲି ଠାରୁ ପୁରୀରୁ ଆରମ୍ଭ ହୋଇଛି। ବାହୁଡା ଯାତ୍ରା ଥିବାରୁ ପୁରୀକୁ ପ୍ରାଥମିକତା ଦିଆଯାଇଛି । ପ୍ରତିଦିନ ୧୦୦୦ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଏହାପରେ ଭୁବନେଶ୍ବର,ଗଞ୍ଜାମ, ଗଜପତି ଏବଂ ବଡମ୍ବା ନରସିଂହପୁରରେ ସର୍ଭେ କରାଯିବ।   ଏହା ସହିତ ଆଣ୍ଟିବଡି ଏବଂ ଆଣ୍ଟି ଜେନ ଟେଷ୍ଟ ହେବ। ୫୦ହଜାର କିଟ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। କରୋନା ରୋଗି ସୁସ୍ଥ ହୋଇ ଫେରିବା ପରେ  ଦ୍ବତିୟ ଥର ସଂକ୍ରମିତ ହେବକି ନାହିଁ ସେ ନେଇ  ଆଇଏଲଏସ ପକ୍ଷରୁ ଇମୁନୋଲଜିକାଲ ଷ୍ଟଡି ହେବ । ଏହା ସହିତ ବର୍ତ୍ତମାନ ସ୍ଥିତିରେ ସତର୍କ ରହିବା ଜରୁରୀ । ଯେଉଁ ଅଞ୍ଚଳରେ ସଂକ୍ରମିତ ହେଉଛି ସେହି ଅଞ୍ଚଳକୁ ସଟଡାଉନ କରିବାକୁ ପରାମର୍ଶ ଦେଇଛନ୍ତି ଆଇଏଲ ଏସ ନିର୍ଦ୍ଦେଶକ ଅଜୟ ପରିଡା।

{"id":293429,"sizeSlug":"large"}

ଜୁଲାଇ ମାସ ଅତ୍ୟନ୍ତ ଗୁରୁତ୍ବ ପୂର୍ଣ୍ଣ । ଆକ୍ରାନ୍ତ ସଂଖ୍ୟାରେ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ସେଥିପାଇଁ ଟେଷ୍ଟ ବଢ଼ାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଆସନ୍ତା ଜୁଲାଇ ୧୦ ତାରିଖରୁ ପୁରୀ, ଅନୁଗୁଳ, କେନ୍ଦୁଝର, ଝାରସୁଗୁଡା ଓ କଳାହାଣ୍ଡିରେ ପରୀକ୍ଷା ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.