ଲୁପିନ୍‌ର କୋଭିଡ୍-୧୯ ଔଷଧ ଫାବିପିରାବିର୍, ଭାରତରେ ଗୋଟିଏ ଟାବଲେଟକୁ ୪୯ ଟଙ୍କା

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ, ୦୬|୦୮:  ଔଷଧ କମ୍ପାନୀ ଲୁପିନ୍ ୪୯ ଟଙ୍କାରେ କରୋନା ଟାବଲେଟ୍ ଫାବିପିରାବିର ବିକ୍ରି କରିବ ବୋଲି ଘୋଷଣା କରିଛି । ଏହି ଫାବିପିରାବିର ଟାବଲେଟ୍ କୋଭିହଲ୍ଟ ବ୍ରାଣ୍ଡ ନେମ୍‌ରେ ବଜାରରେ ଉପଲବ୍ଧ ହେବ । ଏହାକୁ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯିବ । ଫାବିପିରାବିର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆ ବା ଡିଜିସିଆଇଙ୍କ ଦ୍ୱାରା ସ୍ୱୀକୃତି ଲାଭ କରିଛି ।

ଏହି ଔଷଧ ୨୦୦ ଏମଜିରେ ଉପଲବ୍ଧ । ଏହାର ଗୋଟିଏ ଷ୍ଟ୍ରିପରେ ୧୦ଟି ଟାବଲେଟ୍ ରହୁଛି । ଗୋଟିଏ ଟାବଲେଟ୍‌ର ଦାମ ହେଉଛି ୪୯ ଟଙ୍କା ।

ଲୁପିନ୍‌ର ଇଣ୍ଡିଆନ ରିଜିୟନ ଫର୍ମୁଲେସନ ବା ଆଇଆରଏଫର ସଭାପତି ରାଜୀବ ଶିବଲ କହିଛନ୍ତି ଯେ, ଏହି ଔଷଧ ଦେଶରେ ଯକ୍ଷ୍ମା, କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହେବ । ଫଳରେ ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇବ ।

ସୂଚନାଯୋଗ୍ୟ, ଅଗଷ୍ଟ ୪ରେ ସନ୍ ଫାର୍ମା ୩୫ ଟଙ୍କାରେ କରୋନା ଔଷଧ ବିକ୍ରି କରିବା ନେଇ ଘୋଷଣା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.