Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଚୀନରେ ପୁଣି ହୋଇପାରେ କରୋନା ବିସ୍ଫୋରଣ, ଦୈନିକ ୬.୩ ଲକ୍ଷ ସଂକ୍ରମିତ ଚିହ୍ନଟ ନେଇ ଚେତାବନୀ

28/11/2021 at 9:34 PM

ବେଜିଂ ୨୮/୧୧: କରୋନା ଭୂତାଣୁର ନୂଆ ଓମିକ୍ରୋନ୍‌ ଭାରିଏଣ୍ଟକୁ ନେଇ ବିଶ୍ବ ଚିନ୍ତାରେ ପଡ଼ିଥିବା ବେଳେ ଅନ୍ୟ ଏକ ଚେତାବନୀ ଭୟ ସୃଷ୍ଟି କରିଛି। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଚୀନରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇବ। ଏପରିକି କରୋନା ପ୍ରକୋପ ଏତେ ଅଧିକ ବଢ଼ିବ ଯେ ଚୀନରେ ପ୍ରତିଦିନ ପାଖାପାଖି ସାଢ଼େ ୬ ଲକ୍ଷ କରୋନା ମାମଳା ମିଳିବ।

ପେକିଂ ବିଶ୍ବବିଦ୍ୟାଳୟର ଗଣିତଜ୍ଞଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନ ଅନୁସାରେ, ଚୀନ ଯଦି ନିଜର ଜିରୋ କୋଭିଡ୍‌ ନୀତି ନମାନେ ଏବଂ ଅନ୍ୟ ଦେଶ ପାଇଁ ଲାଗିଥିବା ଯାତ୍ରା ପ୍ରତିବନ୍ଧ ହଟାଇଦିଏ ତେବେ ଦନକୁ ୬୩୦,୦୦୦ରୁ ଅଧିକ କରୋନା ପଜିଟିଭ୍‌ ଚିହ୍ନଟ ହେବେ। ଭବିଷ୍ୟତର ବିଶାଳ କରୋନା ବିସ୍ଫୋରଣର ସମ୍ଭାବନାକୁ ଅଧ୍ୟୟନରେ ଧ୍ୟାନରେ ରଖାଯାଇଛି।

ଗତ ୨୪ ଘଣ୍ଟାରେ ଚୀନରେ ୨୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୦ ସଂକ୍ରମିତ ନିକଟରେ ବିଦେଶରୁ ଫେରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ୨୦୧୯ରେ ପ୍ରଥମ କରୋନା ସଂକ୍ରମଣ ମିଳିଥିବା ସହର ଉହାନରେ ବର୍ତ୍ତମାନ ସୁଦ୍ଧା ୯୮,୬୩୧ ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ୪,୬୩୬ ଜଣଙ୍କ ଜୀବନ କରୋନାରେ ଯାଇଥିବା ବେଳେ ୭୮୫ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପଟେ, ଚୀନ ଭ୍ୟାକସିନ୍‌ ନିର୍ମାତା କମ୍ପାନୀ ସିନୋଭାକ୍‌ ବାୟୋଟେକ୍‌ ପକ୍ଷରୁ ବିଶେଷ ଭାବେ ଓମିକ୍ରୋନ୍‌ ଭାରିଏଣ୍ଟ ସମ୍ପର୍କରେ ଅଧିକରୁ ଅଧିକ ଅଧ୍ୟୟନ କରାଯାଉଛି। ଏହା ବ୍ୟତୀତ ଚୀନ କରୋନା ନିୟମକୁ କୋହଳ କରିବା ସପକ୍ଷରେ ଆଦୌ ନାହିଁ । ଚୀନ ସରକାର କଡ଼ା ସମାଲୋଚନା ପରେ ମଧ୍ୟ ଭାରତ ସମେତ ଅନ୍ୟ ଦେଶର ଛାତ୍ରୀଛାତ୍ରୀଙ୍କୁ ନିଜ ବିଶ୍ବବିଦ୍ୟାଳୟ​‌ରେ ଅଧ୍ୟୟନ  ପାଇଁ ଅନୁମତି ଦେଇନାହିଁ। ବିଦେଶରୁ ଆସୁଥିବା ଲୋକଙ୍କୁ କିଛି ନିର୍ଦ୍ଦିଷ୍ଟ ହୋଟେଲରେ ୨୧ ଦିନିଆ କ୍ବାରେଣ୍ଟାଇନ୍‌ରେ ରହିବାକୁ ଜିନପିଙ୍ଗ ସରକାର ନିୟମ କରିଛନ୍ତି ।

   Related Posts