Corona ଯୋଗୁ ସାରା ବିଶ୍ୱରେ ହେବ ବିନାଶ, ମରିବେ ଦେଢ କୋଟି ଲୋକ: ରିପୋର୍ଟ

Published By : Prameya-News7 Bureau | March 09, 2020 IST

ମେଲବର୍ଣ୍ଣ:  ଚୀନ ଉହାନରୁ ବ୍ୟାପୀଥିବା କରୋନା ଭାଇରସ୍ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଏବେ ଆତଙ୍କ ଖେଳିଯାଇଛି। ଭୂତାଣୁ ସଂକ୍ରମଣ ପରଠାରୁଏପର୍ଯ୍ୟନ୍ତ ୩ ହଜାର ୮୦୦ ଲୋକଙ୍କ ମୃତ୍ୟୁ ହେଲାଣି। ଏଥିରେ ଏକ ଗବେଷଣା ରିପୋର୍ଟରେ ସଂକ୍ରମଣକୁ ନେଇ ଭୟାନକ ଆଶଙ୍କା ବ୍ୟକ୍ତ କରାଯିବା ପରିସ୍ଥିତିକୁ ଅଧିକ ଜଟିଳ କରିପକାଇଛି। ରିପୋର୍ଟରେ ସଂକ୍ରମଣ ରୋକିବାକୁ ଚେଷ୍ଟା କରାଗଲେ ମଧ୍ୟ ସାରା ବିଶ୍ୱରେ ଏଥିଯୋଗୁ ଦେଢ କୋଟି ଲୋକଙ୍କ ମୃତ୍ୟୁ ହେବ ବୋଲି ଆଶଙ୍କା କରାଯାଇଛି। ଅଷ୍ଟ୍ରେଲିଆ ନ୍ୟାସନାଲ ୟୁନିଭର୍ସିଟି ଏହି ଗବେଷଣା କରିଛି। ଯେଉଁଥରେ ବିଶ୍ୱ ଅର୍ଥବ୍ୟବସ୍ଥା ଲାଗି ଏହି ଭୂତାଣୁସଂକ୍ରମଣ ବଡ ଆହ୍ୱାନ ବୋଲି କୁହାଯାଇଛି।

{"id":235557,"sizeSlug":"large"}

ଗବେଷଣାରୁ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି। ଏଥିରେ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଯଦି କୌଣସି ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ସମୟରେ ସାରା ବିଶ୍ୱରେ ୬ କୋଟି ୮୦ ଲକ୍ଷରୁ ବି ଅଧିକ ଲୋକେ ଏହି ଭୂତାଣୁର ଶିକାର ହେବେ। ଏଥିରେ ଚୀନ ଓ ଭାରତ ସବୁଠାରୁ ଅଧିକ ପ୍ରଭାବିତ ଦେଶ ହେବେ ବୋଲି ଆଶଙ୍କା କରାଯାଇଥିବା ବେଳେ ଆମେରିକାରେ ମଧ୍ୟ ୨ ଲକ୍ଷ ଲୋକେ ପ୍ରାଣ ହରାଇ ପାରନ୍ତି ବୋଲି ଆଶଙ୍କା କରାଯାଇଛି। ଏହା ଛଡା ବ୍ରିଟେନ, ଜର୍ମାନ ଓ ଫ୍ରାନ୍ସ ଆଦି ଦେଶମାନେ ମଧ୍ୟ ଭୂତାଣୁ ସଂକ୍ରମଣ ଜନିତ ଲୋକଙ୍କ ମୃତ୍ୟୁ ଦେଖିବେ  ବୋଲି କୁହାଯାଇଛି।

{"id":235558,"sizeSlug":"large"}

ସେହିପରି ବିଶ୍ୱ ଅର୍ଥନୀତିକୁ ମଧ୍ୟ ଏହା ଗୁରୁତର ପ୍ରଭାବିତ କରିବ। ଗ୍ଲୋବାଲ ଜିଡିପି ୨.୩ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ଖସିଆସିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏହି ସମୟରେ ଆମେରିକାର ଜିଡିପିରେ ୨ ଓ ବ୍ରିଟେନ ଜିଡିପିରେ ୨.୩ ପ୍ରତିଶତ ହ୍ରାସ ହେବ ବୋଲି ଆଶଙ୍କା କରାଯାଇଛି। ସୂଚନା ଯୋଗ୍ୟଯେ କରୋନା ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ସେୟାର ବଜାର ଏବେ କ୍ଷତିଗ୍ରସ୍ତ ହୋଇଛି। ସେପଟେ ସୋମବାର ଚୀନରେ କରୋନା ସଂକ୍ରମଣ ଯୋଗୁ ଆଉ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ କରୋନାର ୪୦ଟି ନମୁନା ମିଳିଛି। ଏହି ସବୁ ଲୋକେ ଦୁବାଇରୁ ଫେରିଥିବାବେଳେ ସେଠାରେ ସଂକ୍ରମିତ ଥିଲେ ବୋଲି କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.