ଘରେ ରହିଲେ ମଧ୍ୟ ହୋଇପାରନ୍ତି କରୋନାରେ ଆକ୍ରାନ୍ତ : ଯଦି କରନ୍ତି ଏହି ୫ଟି ଭୁଲ୍

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୫/୪: ଦେଶରେ କରୋନା ଭାଇରସର ପ୍ରକୋପ ଥମିବାର ନାଁ ନେଉନାହିଁ। ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ କରୋନା ଭାଇରସ୍ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ି ୪୦୬୭ ହୋଇଯାଇଛି । ଏହି ଭାଇରସ୍ ଯୋଗୁଁ ଏବେ ସୁଦ୍ଧା ୧୦୯ଜଣଙ୍କ ମୃତ୍ୟୁ ହୋଇସାରିଛି। ଭାଇରସର ଭୟାବହତାକୁ ଧ୍ୟାନରେ ରଖି ଦେଶରେ ୨୧ଦିନର ଲକଡାଉନ୍ ଘୋଷଣା କରାଯାଇଛି। ଲକଡାଉନ୍ ସତ୍ବେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯଦି ଆପଣ ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ଘରେ ବସିଛନ୍ତି ତେବେ ଏହି ୫ଟି ଜିନିଷ ପ୍ରତି ଧ୍ୟାନ ରଖନ୍ତୁ;

wp:list
  • ଯଦି ଆପଣ ଜଣେ ମହିଳା ତେବେ ଆପଣ ରୋଷେଇ ଘରେ କାମ କରିବା ବେଳେ ହାତରେ ଗ୍ଲୋବସ୍ ପିନ୍ଧନ୍ତୁ ଯାହା ଦ୍ବାରା ଆପଣଙ୍କ ଖାଦ୍ୟ ସୁରକ୍ଷିତ ରହିବ। କିନ୍ତୁ ଧ୍ୟାନ ରଖନ୍ତୁ ଯେ ଗ୍ଳୋବସରେ ମଧ୍ୟ ଭାଇରସ୍ ରହିପାରେ ତେଣୁ ବ୍ୟବହାର କରିବା ପୂର୍ବରୁ ଏହାକୁ ଗରମ ପାଣି​‌ରେ ଧୋଇ ଦିଅନ୍ତୁ ଯାହା ଫଳରେ ବ୍ୟାକ୍ଟେରିଆ ମୁକ୍ତ ହୋଇଯିବ।
  • ଘରେ ବ୍ୟବହାର ହେଉଥିବା ଚାଦର ଏବଂ ତକିଆକୁ ମଧ୍ୟ ମଝିରେ ମଝିରେ ସଫା କରୁଥାନ୍ତୁ ।
  • ପ୍ରତିଦିନ ବ୍ୟବହାର ହେଉଥିବା ଟାଓ୍ବେଲକୁ ମଧ୍ୟ ସଫା ରଖନ୍ତୁ କାରଣ ଏଥିରେ ଆପଣ ନିଜ ମୁହଁ ପୋଛନ୍ତି ଏଥିପାଇଁ ଏଥିରେ ସବୁଠୁ ବେଶୀ ବ୍ୟାକ୍ଟେରିଆ ରହିବାର ଆଶଙ୍କା ରହିଛି।
  • ଘରେ ପଶିବା ମାତ୍ରେ ଆପଣ ନିଜ ଗୋଡ଼ ପାପୋଛରେ ପୋଛନ୍ତି ତେଣୁ ଏହାକୁ ମଝିରେ ମଝିରେ ସଫା କରିବେ।
  • ଏବେ ଲକଡାଉନ୍ ଚାଲିଛି କିନ୍ତୁ ତଥାପି ଲୋକେ ଘରୁ ବାହାରକୁ ଯାଉଛନ୍ତି କିଛି ଏମରଜେନ୍ସି ପାଇଁ ହେଉ କିମ୍ବା କୌରସି ଆବଶ୍ୟକ ଜିନିଷପତ୍ର ପାଇଁ। ଘରେ ପଶିବାମାତ୍ରେ ଆପଣ ନିଜ ପୋଷାକ ଖୋଲି ଦିଅନ୍ତୁ କାରଣ ଆପଣ ବାହାରୁ ଆସିବା ଫଳରେ ଆପଣଙ୍କ ପୋଷାକରେ ଭାଇରସ ଥାଇପାରେ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.