Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ବାଲିଚନ୍ଦ୍ରପୁରରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ଥାନା ଅଧିକାରୀ ଓ ସ୍ୱେଚ୍ଛାସେବୀ ସଙ୍ଗଠନ

24/04/2021 at 9:29 AM

ଚଣ୍ଡିଖୋଲ,୨୪/୦୪  ମହାବାହୁ ଗ୍ରୁପ ଓଡ଼ିଶା ଓ ବାଲିଚନ୍ଦ୍ରପୁର ଥାନାର ମିଳିତ ସହଯୋଗରେ ଶନିବାର ବାଲିଚନ୍ଦ୍ରପୁର ବଜାରରେ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କରୋନାରୁ ରକ୍ଷା ପାଇବା ନିମନ୍ତେ ଜନସାଧାରଣ ତଥା ବାଲିଚନ୍ଦ୍ରପୁର ବଜାରରେ ଦୋକାନ କରିଥିବା ସମସ୍ତ ବ୍ୟବସାୟୀ ମାନଙ୍କୁ ବିଶେଷ ଭାବରେ ସଚେତନ  କରାଯାଇଥିଲା।

କାର୍ଯ୍ୟକ୍ରମରେ ମହାବାହୁ ଗ୍ରୁପ ଓଡ଼ିଶାର ବହୁ ସକ୍ରିୟ ସ୍ବେଛାସେବୀ ଓ ବାଲିଚନ୍ଦ୍ରପୁର ଥାନାର ବହୁ ପୋଲିସ କର୍ମଚାରୀ  ଥାନାଅଧିକାରୀ  ସୁକାନ୍ତ କୁମାର ପାତ୍ରଙ୍କ ନେତୃତ୍ୱରେ ବାଲିଚନ୍ଦ୍ରପୁର ଥାନା ନିକଟରୁ ପଦଯାତ୍ରା ମାଧ୍ୟମରେ ବଜାରକୁ ଯାଇଥିଲେ । ସେଠାରେ ବ୍ୟାଙ୍କ,ମନ୍ଦିର,ପୋଷ୍ଟାଲ, ଜନଗହଳିପୂର୍ଣ୍ଣ ସ୍ଥାନ ତଥା ବଜାର ପରିକ୍ରମା କରି ସାହାସପୁର ମହାବିଦ୍ୟାଳୟ ପର୍ଯ୍ୟନ୍ତ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା।

ମାସ୍କ ପିନ୍ଧିବା, ହାତକୁ ସାବୁନ୍ ଓ ସାନିଟାଇଜର୍ ମାଧ୍ୟମରେ ସଫା ରଖିବା, ସାମାଜିକ ଦୂରତା ବଜାୟ ରଖିବା ଓ ସରକାରଙ୍କ କୋଭିଡ୍ ନିୟମକୁ ପାଳନ କରିବାକୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରାଯାଇଥିଲା । ଏଥି ସହିତ ଦୋକାନରେ ଗହଳି ନକରି ଗ୍ରାହକମାନଙ୍କୁ ମାସ୍କ ପିନ୍ଧିବା ପାଇଁ କୁହାଯାଇଥିଲା। ମାସ୍କ ପିନ୍ଧି ନଥିବା ବ୍ୟକ୍ତି ମାନଙ୍କୁ ସଚେତନ କରିବା ସହିତ ମାସ୍କ ବଣ୍ଟନ ମଧ୍ୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସର୍ବସାଧାରଣମାନଙ୍କୁ ସଚେତନତାର ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା । ଏଥି ସହିତ ବ୍ୟାଙ୍କ, ଏଟିଏମ,ବଜାରର ପ୍ରତି ଦୋକାନ,ପୋଷ୍ଟ ଅଫିସ ,ଜନଗହଳି ସ୍ଥାନମାନଙ୍କରେ କରୋନା ସଚେତନତାର ବାର୍ତ୍ତାକୁ ପୋଷ୍ଟର ମାଧ୍ୟମରେ ଲଗା ଯାଇଥିଲା।।

   Related Posts