Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କରୋନା ମ୍ୟାପିଂ ଆରମ୍ଭ, ଘରକୁ ଘର ବୁଲିଲେ ଆଶାକର୍ମୀ ଏବଂ ଏଏନଏମ, କରୋନା ଲକ୍ଷଣ ଥିବା ଲୋକଙ୍କର ନମୂନା ସଂଗ୍ରହ

16/06/2020 at 6:22 PM

ଭୁବନେଶ୍ୱର, ୧୬|୦୬:  ଆରମ୍ଭ ହେଲା କରୋନା ସଂକ୍ରମଣ ମ୍ୟାପିଂ । ଘରକୁ ଘର ବୁଲି କରୋନା ଲକ୍ଷଣ ଖୋଜୁଛନ୍ତି ଏନଏମ ଓ ଆଶା ଦିଦି । ଗାଁ ଓ ସହର ବସ୍ତିରେ ଏ ହେଉଛି ଭଦ୍ରକର ଦୃଶ୍ୟ । ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ରେ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟକର୍ମୀ ମାନେ ଗ୍ରାମବାସୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି । କାହା ପାଖରେ କିକି ପ୍ରକାର ଲକ୍ଷଣ ରହିଛି ପଚାରି ବୁଝୁଛନ୍ତି।  ସେହି ଅନୁସାରେ ପଞ୍ଜୀକରଣ କରାଯାଉଛି। ସେହିପରି ଭୁବନେଶ୍ବରର  ବସ୍ତିରେ ବି ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଘର ଘର ବୁଲି ଘର ଘର କରୋନା ସଂକ୍ରମିତ ଲକ୍ଷଣ ଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରୁଛନ୍ତି  । ଶରୀର ର ତାପମାତ୍ରା ମାପିବା ସହ ପ୍ରତ୍ୟକ ବ୍ୟକ୍ତିଙ୍କ ଲକ୍ଷଣ ପଚାରି ବୁଝିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର କଣ୍ଟେନମେଣ୍ଟ ଜୋନ୍ ସମେତ ମାଳିଗୁଡା ଗ୍ରାମରେ ଲୋକଙ୍କର ଯାଞ୍ଚ କରାଯାଇଛି।

ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ବଢ଼ାଇବା ଉଦ୍ଦେଶ୍ୟରେ ଜୁଲାଇ ୩୧ ଯାଏଁ ସାମ୍ପଲ ସଂଗ୍ରହ  ଅଭିଯାନ ଜାରି ରହିବ।   ସେପଟେ କିନ୍ତୁ ବିରୋଧୀ ସରକାରଙ୍କୁ ଘେରିଛନ୍ତି । କଂଗ୍ରେସ କହିଛି ସରକାର ଦିନକୁ ୧୫ ହଜାର ସାମ୍ପୁଲ ଟେଷ୍ଟ କରିବେ ବୋଲି କହି ମାତ୍ର ୨ ହଜାର ଟେଷ୍ଟ କରୁଛନ୍ତି । ବିଜେପି ମଧ୍ୟ ସମାନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛି । ଯେଉଁମାନେ ଘର ଘର ବୁଲି ସର୍ଭେ କାମ କରୁଛନ୍ତି ସେମାନଙ୍କ ସୁରକ୍ଷାର ବ୍ୟବସ୍ଥା କରିବାକୁ ଦାବି କରିଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ସବୁଦିନ ୧୫ ହଜାର  ପରୀକ୍ଷା ହେଉଛି । ଓଡିଶାର ୧୦ ଦିନର ପରିସଂଖ୍ୟାନ କହୁଛି ୧୩ ତାରିଖରେ  ସବୁଠୁ ଅଧିକ ୩୮୮୦  ପରୀକ୍ଷା ହୋଇଛି । ଜବାବରେ ବିଜେଡି କହିଛି ଭାରତ ସରକାରଙ୍କ ଆଇସିଏମଆର ଗାଇଡଲାଇନ୍ ଅନୁସାରେ ରାଜ୍ୟ ସରକାର କରୋନା ଟେଷ୍ଟିଙ୍ଗ କରୁଛନ୍ତି  । କଂଗ୍ରେସ ଓ ବିଜେପି ସେମାନଙ୍କ ଶାସିତ ରାଜ୍ୟର ସ୍ଥିତି ଦେଖନ୍ତୁ । ଶସ୍ତା ରାଜନୀତି ନକରନ୍ତୁ ବୋଲି କହିଛି ବିଜେଡି ।

   Related Posts