Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ଲକଡାଉନ୍‌ ବି ଏକାଠି କରିପାରିଲାନି ବ୍ରିଟିଶ ରାଜକୁମାରଙ୍କୁ: ପୁସ୍ତକ ‘ଆମେରିକାନ ପ୍ରିନ୍ସେସ୍’

17/05/2020 at 3:55 PM

ବ୍ରିଟିଶ ରାଜ ପରିବାରର ସଦସ୍ୟଙ୍କ ସମ୍ବଦ୍ଧ ସମ୍ପର୍କିତ ଏକ ରୋଚକ ଖବର ଏବେ ବ୍ରିଟେନ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହେଉଛି। ଲେଖିକା ଲେସ୍ଲି କାରୋଲ ପ୍ରିନ୍ସ ୱିଲିୟମ ଓ ହ୍ୟାରିଙ୍କ ସମ୍ବଦ୍ଧକୁ ତାଙ୍କ ପୁସ୍ତକ ‘ଆମେରିକାନ ପ୍ରିନ୍ସେସ୍’ରେ ବେଶ୍ ବିସ୍ତୃତ ବର୍ଣ୍ଣନା କରିଛନ୍ତି। ଯେଉଁଥିରେ ହ୍ୟାରି ତାଙ୍କ ମା ଡାୟେନାଙ୍କ ପରଲୋକ ଘଟଣାରୁ ନିଜକୁ ଭାବନାତ୍ମକ ଭାବେ ସମ୍ପୂର୍ଣ୍ଣ ମୁକ୍ତ କରିପାରିନଥିବା ଲେଖିଛନ୍ତି। ସେହି ପରି ଏକଦା ପରସ୍ପର ଠାରୁ ଅଭିନ୍ନ ଦୁଇଭାଇ ପ୍ରିନ୍ସ ୱିଲିୟମ ଓ ହ୍ୟାରିଙ୍କ ସମ୍ପର୍କରେ ଅନେକ ଦିନରୁ ଭଟ୍ଟା ପଡିସାରିଥିବାର ବି ରାଜ ଲେଖିକାଙ୍କ ସୂଚନାରୁ ଜଣାପଡିଛି।

ପ୍ରିନ୍ସ ହ୍ୟାରିଙ୍କୁ ୱିଲିୟମସ କେବେ ନିଜର ବୋଲି ଭାବୁ ନଥିବା ଦୁଇଭାଇଙ୍କ ଶିଥିଳ ସମ୍ପର୍କର ମୁଖ୍ୟ କାରଣ ବୋଲି ଲେଖିକା ଦର୍ଶାଇଥିବା ବେଳେ ହ୍ୟାରି ଗତବର୍ଷ ସେମାନେ ଭିନ୍ନ ପଥର ପଥିକ ବୋଲି ପ୍ରଥମ ଥର ସାର୍ବଜନିକ କରିଥିଲେ। ସେହିପରି ମେଘାନଙ୍କ ସହ ହ୍ୟାରିଙ୍କ ସମ୍ପର୍କକୁ ମଧ୍ୟ ୱିଲିୟମଙ୍କ ଅନୁମୋଦନ ନଥିଲା ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା।

ରାଜପରିବାରରେ ଦୁଇ ଭାଇଙ୍କ ଭୂମିକା ମଧ୍ୟ ସବୁ ବେଳେ ପୃଥକ ରହି ଆସିଛି। ୱିଲିୟମଙ୍କୁ ଭବିଷ୍ୟତର ରାଜା ଭାବେ ପରିବାର ଦେଖିଆସିଥିବା ବେଳେ ହ୍ୟାରିଙ୍କୁ ଏକ୍ସଟ୍ରା ଭାବେ ସର୍ବାଦା ଉଦାସ ଦେଖାଯାଇଛି। କୋଭିଡ-୧୯ ଲକଡାଉନ୍‌ ଦୁଇଭାଇଙ୍କୁ ପୁଣି ଏକାଠି ହେବେ ବୋଲି ଆଶା କରାଯାଉଥିଲା। ସେମାନଙ୍କ ଆତ୍ମ ନିର୍ବାସନରେ ଉଭୟ ୱିଲିୟମ ଓ ହ୍ୟାରି ସୋସିଆଲ ମଡିଆରେ ବିଭିନ୍ନ ସ୍ନିପେଟ୍ ପୋଷ୍ଟ କରୁଥିଲେ। କିନ୍ତୁ କେବେବି ଅନଲାଇନ୍‌ ଚାଟ୍‌ରେ ସେମାନଙ୍କ ଭାବର ଆଦାନ ପ୍ରଦାନ କରିନଥିବା ଏକ ବ୍ରିଟିଶ ଗଣମାଧ୍ୟମକୁ ଲେଖିକା ଲେସ୍ଲି କହିଛନ୍ତି।

ନିକଟରେ ୱିଲିୟମ ଓ କେଟ୍ ମିଡିଲଟନ ହ୍ୟାରି ଓ ମେଘାନଙ୍କ ପ୍ରଥମ ପୁତ୍ର ଆର୍ଚୀର ଜନ୍ମ ଦିନରେ ଏକ ସୁନ୍ଦର ବାର୍ତ୍ତା ଦେଇଥିଲେ। ତେବେ ହ୍ୟାରି ଅଥବା ମେଘାନ ଏହାର ଜବାବ ବି ଦେଇ ନାହାନ୍ତି।  ଏ ନେଇ ସେମାନେ ହୁଏତ ଟେଲିଫୋନ ବାର୍ତ୍ତାଳାପ କରିଥାଇପାରନ୍ତି ବୋଲି ଲେଖିକା କହିଛନ୍ତି। ଏହି କାର୍ଯ୍ୟକ୍ରମ କରୋନା ଲକଡାଉନ ସମୟରେ ହିଁ ହୋଇଛି। ତେବେ ପିତା ଚାର୍ଲସଙ୍କ ସହ ହ୍ୟାରି ବେଶ୍ ସ୍ୱଭାବିକ ଦେଖାଯାଆନ୍ତି, ହେଲେ ୱିଲିୟମଙ୍କ ସହ ନୁହେଁ ବୋଲି କହିଛନ୍ତି ଲେସ୍ଲି । ତେବେ କରୋନା ଲକଡାଉନ ସମୟରେ ହ୍ୟାରି ପରିବାରରୁ ଦୂରେଇ ରହିବା ପ୍ରସଙ୍ଗ ୱିଲିୟମଙ୍କୁ ଦୁଃଖିତ କରିଛି। ଅପରପକ୍ଷେ ଏଭଳି ପରିସ୍ଥିତିରେ ପରିବାରଠାରୁ ଦୂରରେ ରହିଥିବାରୁ ଦୁଃଖ ବ୍ୟକ୍ତ କରିଥିବା ଜଣାପଡିଛି।

   Related Posts