Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଫ୍ରାନ୍ସରେ ବଢୁଛି କରୋନା ମୃତ୍ୟୁ, ପୁଣି ଜାରିହୋଇପାରେ ଲକଡାଉନ୍

28/10/2020 at 5:06 PM

ପ୍ୟାରିସ୍‌ ୨୮।୧୦:  କରୋନା ଭାଇରସ ମହାମାରୀ ଫ୍ରାନ୍ସରେ ପୁଣି ପ୍ରକୋପ କରିଛି। ଦେଶରେ ଗତ ୨୪ ଘଣ୍ଟାରେ କୋଭିଡ ଆକ୍ରାନ୍ତ ୫୨୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ଏପ୍ରିଲ ମାସ ପରେ ଦେଶରେ ଏହା ସର୍ବାଧିକ କରୋନା ମୃତ୍ୟୁ ବୋଲି କୁହାଯାଇଛି। ଏଣୁ ଉପୁଜିଥିବା ପରିସ୍ଥିତିରେ ରାଷ୍ଟ୍ରପତି ଇମାନୁଏଲ ମେକ୍ରନ୍‌ ଖୁବ୍ ଶୀଘ୍ର ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ କରୋନା କଟକଣା ଜାରି କରିପାରନ୍ତି ବୋଲି ଆକଳନ କରାଯାଉଛି।

ସ୍ଥାନୀୟ ଗଣମାଧ୍ୟମ ଆକଳନ ଅନୁସାରେ ଫରାସୀ ସରକାର ଉପୁଜିଥିବା ପରିସ୍ଥିତିରେ ଆଗାମୀ ୧ ମାସ ପର୍ଯ୍ୟନ୍ତ ଦେଶକୁ ଲକଡାଉନ କରିପାରନ୍ତି। ହୁଏତ ରାଷ୍ଟ୍ରପତି ଏ ନେଇ ଦେଶ ଉଦ୍ଦେଶ୍ୟରେ ଦେବାକୁ ଥିବା ଅଭିଭାଷଣରେ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି। ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ଏପର୍ଯ୍ୟନ୍ତ ଅଧିକାରୀକ ଭାବେ କିଛି କୁହାଯାଇନାହିଁ।

ଫ୍ରାନସରେ କରୋନା ଭାଇରସ ମହାମାରୀରର ପ୍ରକୋପକୁ ଗତ ୨୪ ଘଣ୍ଟାର ଆକଳନରୁ ସହଜରେ ଅନୁମାନ କରାଯାଇପାରେ। ଏହି ସମୟରେ ସାରା ଦେଶରେ ୩୩ ହଜାର ୪୧୭ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୫୨୩ଜଣଙ୍କ ମୃତ୍ୟୁ ହୋଇଛି। ଏଣୁ ଉପୁଜିଥିବା ପରିସ୍ଥିତିରେ ରାଷ୍ଟ୍ରପତି ନିଶ୍ଚିତ ରୂପେ କଡ଼ା ନିଷ୍ପତ୍ତି ନେଇପାରନ୍ତି ବୋଲି ଗୃହମନ୍ତ୍ରୀ ଗେରାଲ୍ଡ ଡର୍ମେନିନ୍‌ ଆଶଙ୍କା ପ୍ରକାଶ କରିଛନ୍ତି। ଦେଶରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ସୁରକ୍ଷା ପରିଷଦର ୨ଟିଜରୁରିକାଳୀନ ବୈଠକ ମଧ୍ୟ କରିଛନ୍ତି।  ତେବେ ମିଳୁଥିବା ସୂଚନାରୁ ଦେଶରେ ଯଦି ଲକଡାଉନ୍‌ ଜାରି ହୁଏ ତେବେ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ କିନ୍ତୁ ଏଥର ବନ୍ଦ କରାଯାଇ ନପାରେ ବୋଲି କୁହାଯାଉଛି।

   Related Posts