Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବଢିଲା ସଂକ୍ରମଣ ଫେରିଲା ଲକଡାଉନ୍ : ଅକ୍ଟୋବର ୧୩ ଯାଏଁ ୬୧ ଗାଁରେ ଲାଗିଲା କଟକଣା

5/10/2021 at 11:38 AM

ମୁମ୍ବାଇ,୦୫/୧୦:  ଦେଶରେ କରୋନା ସଂକ୍ରମଣ କମିଥିବା ବେଳେ କିଛି ସ୍ଥାନରେ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାକୁ ନଜରରେ ରଖି ପ୍ରଶାସନ ମହାରାଷ୍ଟ୍ର ପୁଣେ ନିକଟବର୍ତ୍ତୀ ୬୧ଟି ଗାଁରେ ଲକଡାଉନ୍ ଲଗାଯାଇଛି ।

ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣି ବଢୁଛି । ପୁଣେଠୁ ୧୨୨ କିମି ଦୂରରେ ଥିବା ଅହମ୍ମଦନଗର ଜିଲ୍ଲାର ୬୧ ଗାଁରେ ସଂକ୍ରମଣ ମାଡି ଚାଲିଛି । ଏହାକୁ ନଜରରେ ରଖି ପ୍ରଶାସନ ଅକ୍ଟୋବର ୧୩ ତାରିଖ ଯାଏଁ ଏଠାରେ ଲକଡାଉନ୍ ଭଳି କଟକଣା ଜାରି କରିଛି । ଅହମ୍ମଦନଗର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଲେ ଅକୋଲେ, କରଢ୍ଜତ, କୋପରଗାଁ, ନେବାସା, ପାରନେର, ପାଥରଡୀ, ରହାଟା, ସଙ୍ଗମନେର, ଶେବଗାଁ, ଶ୍ରୀଗୋଡା ଓ ଶ୍ରୀରାମପୁର ତହସିଲରେ ଅନେକ ଗ୍ରାମରେ କଟକଣା ଲାଗିଛି ।

ଜିଲ୍ଲପାଳ ଆଦେଶ ଜାରି କରି କହିଛନ୍ତି ଯେ, କିଛିଦିନ ମଧ୍ୟରେ ୫୦୦ରୁ ୮୦୦ କେସ୍ ଆସୁଛି । ପଜିଟିଭିଟି ରେଟ୍ ୫ ପ୍ରତିଶତରେ ପହଁଚିଛି । ୧୦ରୁ ଅଧିକ ଆକ୍ଟିଭ୍ କେସ୍ ଥିବା ଗାଁରେ କଟକଣା ଲାଗୁ କରାଯାଇଛି । ଏପରି ଭାବେ ୧୧ ତହସିଲର ୬୧ ଗାଁରେ କଟକଣା ରହିବ ।

କଟକଣା ବେଳେ କେବଳ ମେଡିକାଲ ଷ୍ଟୋର, କ୍ଲିନିକ ଓ ଡାଏଗ୍ନୋଷ୍ଟିକ୍ ଲ୍ୟାବ୍ ଖୋଲା ରହିବ । ଏହାବ୍ୟତୀତ ସବୁ ଦୋକାନ ୧୩ ତାରିଖ ଯାଏଁ ବନ୍ଦ ରହିବ । ଏପରିକି ୫ଜଣ ଏକାଠି ଛିଡା ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି । ଏହାସହ ସକାଳ ୮ଟାରୁ ୧୧ ଯାଏଁ ପନିପରିବା ଓ ରାସନ ଦୋକାନ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts