ଦିଲ୍ଲୀରେ ତାଲାବନ୍ଦ: ଭିଟାମାଟି ମୁହାଁ ପ୍ରବାସୀ, ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ଗହଳି

Published By : Prameya-News7 Bureau | April 20, 2021 IST

ନୂଆଦିଲ୍ଲୀ ୨୦/୪: ଦିଲ୍ଲୀରେ ରେକର୍ଡ କରୁଛି ମହାମାରୀ । କ୍ରମାଗତ ଭାବେ ଦୈନିକ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାର ୬ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ସୋମବାର ରାତିରୁ ସାରା ସହରରେ ଆରମ୍ଭ ହୋଇଯାଇଛି ତାଲାବନ୍ଦ । ତେବେ ତାଲାବନ୍ଦ ଘୋଷଣା ହେବା ପରେ ବା ଲାଗୁହେବା ପରେ ଚିନ୍ତାରେ ପଡିଯାଇଛନ୍ତି ପ୍ରବାସୀ । ଆରମ୍ଭ ହୋଇଯାଇଛି ପ୍ରବାସୀଙଙ୍କ ଘରବାହୁଡା ।

ଆନନ୍ଦ ବିହାର, କୌସାମ୍ବି ବସଷ୍ଟାଣ୍ଡରୁ ଉତ୍ତର ପ୍ରଦେଶ ଓ ବିହାର ସହ ଦୂରଦୂରାନ୍ତରକୁ ପ୍ରବାସୀମାନେ ପଳାୟନ କରୁଛନ୍ତି । ପୂର୍ବବର୍ଷ  ୨୦୨୦ ଭଳି ଏଥର ବି ସେମିତି ସମାନ ସ୍ଥିତି ଉପୁଜୁଛି । ଗତବର୍ଷ ଯେତେବେଳେ ଲକଡାଉନ ଘୋଷଣା ହୋଇଥିଲା ଆନନ୍ଦ ବିହାର ରେଳଷ୍ଟେସନ ଦେଇ ପ୍ରବାସୀ ଶ୍ରମିକମାନେ ଦିଲ୍ଲୀ ଛାଡ଼ି ପଳାଇଥିଲେ । ପ୍ରବାସୀଙ୍କ ମତରେ ନିୟନ୍ତ୍ରଣ ବାହାରେ ସଂକ୍ରମଣ । ଅବସ୍ଥା ଆହୁରି ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି । ଲକଡାଉନ ସୀମା ମଧ୍ୟ ବଢ଼ାଇ ଦିଆଯାଇଛି । ତେଣୁ ଦିଲ୍ଲୀରେ ରହି ଏବେ ପରିବାର ଚଳାଇବା ସହଜ ନୁହେଁ । ତେଣୁ ଘରକୁ ଫେରିଯିବା ଏକମାତ୍ର ବାଟ । ସୂଚନା ଥାଉକି ଲକଡାଉନ ଘୋଷଣା ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ, ସରକାର ଆପଣମାନଙ୍କର ପୁରା ଯତ୍ନ ନେବେ । ଆପଣ ଦିଲ୍ଲୀର ରୁହନ୍ତୁ । କିନ୍ତୁ ଗତଥର ଲକଡାଉନ ହୋଇଥିଲା, ସେ ସମୟରେ ମଧ୍ୟ ପ୍ରବାସୀ ନିଜ ଭିଟା ମାଟିକୁ ଫେରିଆସିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.