Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

କରୋନାକୁ ନେଇ ଚିନ୍ତିତ କି ? ସବୁବେଳେ କରୋନା ବିଷୟରେ ଚିନ୍ତା କଲେ ହୋଇପାରନ୍ତି ଅସୁସ୍ଥ

30/03/2020 at 10:18 AM

ନୂଆଦିଲ୍ଲୀ ୩୦/୦୩ : କରୋନା ଚୀନରୁ ସାରା ବିଶ୍ୱକୁ ବ୍ୟାପିଲା ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିଛନ୍ତି | ଏହି ଭୟଙ୍କର ମହାମାରୀରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଛନ୍ତି | ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି | କୋଭିଡ -୧୯ ଅର୍ଥାତ୍ କରୋନା ଭାଇରସକୁ ପରାସ୍ତ କରିବା ପାଇଁ ସରକାର ଏବଂ ସମାଜ ଦ୍ୱାରା ଅନେକ ଉଦ୍ୟମ କରାଯାଉଛି | ଏପରି ପରିସ୍ଥିତିରେ ଆପଣଙ୍କ ହୃଦୟ ଏବଂ ମନରେ କରୋନା ଭୟକୁ ଆଦୌ ପ୍ରଭାବଶାଳୀ ହେବାକୁ ଦିଅନ୍ତୁ ନାହିଁ | ସବୁବେଳେ କରୋନା ବିଷୟରେ ଚିନ୍ତା କରିବା ଆପଣଙ୍କୁ ଅନାବଶ୍ୟକ ମାନସିକ ଚାପରେ ପକାଇପାରେ | ଷ୍ଟେଟ ନୋଡାଲ ଅଫିସର ମାନସିକ ଡାକ୍ତର ସୁନୀଲ ପାଣ୍ଡେ କହିଛନ୍ତି ଯେ, ଯେଉଁ ବିଷୟ ଆମେ ଅଧିକ ସମୟ ଚିନ୍ତା କରୁ ତାହା ଆମ ମନ ଉପରେ ଅଧିକ ଚାପ ପକାଇଥାଏ। ଏହାପରେ ସେହି ରୋଗ ପ୍ରତି ମନରେ ନାନା ଧାରଣା ଆସେ, ତାକୁ ନେଇ ମଣିଷ ଅନେକ ଲାଭ କ୍ଷତି ଚିନ୍ତା କରିବସେ ଯାହା ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ବିପଦପୂର୍ଣ୍ଣ |

ସେ କହିଛନ୍ତି ଯେ, ଲକଡାଉନ୍ ଘଟଣାରେ ଲୋକଙ୍କ ଜୀବନରେ ଯେମିତି ଗୋଟେ ପ୍ରକାର ଫୁଲଷ୍ଟପ ପଡିଯାଇଛି | ସବୁକିଛି ଗୋଟିଏ ଜାଗାରେ ଅଟକି ରହିଛି। ସେଥିପାଇଁ ଦୈନନ୍ଦିନ ଜୀବନରେ କିଛି କିଛି ପରିବର୍ତ୍ତନ କରିବା ଉଚିତ ଏବଂ ଅନାବଶ୍ୟକ ସ୍ଥଳେ ଘରୁ ବାହାରକୁ ଯିବା ବାରଣ କରିବା ଉଚିତ | ଟିଭି, ଖବରକାଗଜ ଏବଂ ସୋସିଆଲ ମିଡିଆରେ କେବଳ କରୋନା ବିଷୟରେ ଦେଖିବା ଏବଂ ବୁଝିବା ଠାରୁ ଦୂରେଇ ରୁହନ୍ତୁ ଏବଂ ସବୁବେଳେ ଏହା ବିଷୟରେ କଥାବାର୍ତ୍ତା କରିବା ବନ୍ଦ କରନ୍ତୁ | ସବୁବେଳେ କରୋନା ବିଷୟରେ ଖବର ପଢିବା କିମ୍ବା ଆଲୋଚନା କରିବା ଦ୍ୱାରା ଆପଣ ମାନସିକ ଚାପଗ୍ରସ୍ତ ହେବେ ଏବଂ ଘରର ଅନ୍ୟ ସଦସ୍ୟମାନଙ୍କୁ ମଧ୍ୟ ମାନସିକ ଚାପରେ ପକାଇ ପାରନ୍ତି |

କରୋନା ଠାରୁ ଦୁରେଇ ରହିବ ପାଇଁ ଟିଭି ସିରିଏଲ୍ ଦେଖିବା, ବହି ପଢିବା, ପେଣ୍ଟିଙ୍ଗ କରିବା, ଅନ୍ୟାନ୍ୟ କାମ ଆଦି କରିବା ପିନ ଡାକ୍ତର ପରାମର୍ଶ ଦେଇଛନ୍ତି | ସେ କହିଛନ୍ତି, “ଯଦି ଆପଣ ରୋଷେଇ କରିବାକୁ ଭଲ ପାଆନ୍ତି, ତେବେ ରୋଷେଇ ଘରେ କିଛି ସମୟ ବିତାନ୍ତୁ, ଯଦି ଆପଣଙ୍କୁ ଘରେ ରହିବାକୁ ପଡିବ, ତେବେ ଆପଣଙ୍କର ଯେଉଁ ଜିନିଷ ପ୍ରତି ଦୁର୍ବଳତା ରହିଛି କିମ୍ବା ଯେଉଁ କାମ କରି ଆପଣଙ୍କୁ ଖୁସି ମିଳେ ସେହି କାମ କରନ୍ତୁ | ଯଦି ଆପଣ ରୋଷେଇ କରିବାକୁ ଭଲପାଆନ୍ତି ତାହେଲେ ନିଜେ କିଛି ନୂଆ ଖାଦ୍ୟ ରୋଷେଇ କରି ଏହାର ରେସିପି ନିଜ ଲୋକଙ୍କ ସହ ସେୟାର କରନ୍ତୁ | ଏହାଦ୍ୱାରା ସମୟ ଅତିବାହିତ ହେବାସହ ମନ ମଧ୍ୟ ପ୍ରଫୁଲ୍ଲ ରହିବ |”

   Related Posts