Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନାକୁ ନେଇ ନୂଆ ଦାବି, ଭାଇରସ୍‌କୁ ସମାପ୍ତ କରିଦେଉଛି ମେସିନ୍

1/08/2020 at 9:34 PM

ବେଙ୍ଗାଲୁରୁ ୧।୮: ରାଜା ବିଜୟ କୁମାର ନାମକ ବେଙ୍ଗାଲୁରର ଜନୈକ ଯୁବକ ଏକ ଏପରି ମେସିନ ବିକଶିତ କରିଛନ୍ତି ଯାହା ଆପଣଙ୍କ ଘର, କାର୍ଯ୍ୟାଳୟ ଓ ସପିଙ୍ଗ ମଲ ସମେତ ଭିଡଭାଡ ଅଞ୍ଚଳରେ କରୋନା ଭୂତାଣୁକୁ ନଷ୍ଟ କରିଦେଉଛି। ଏହି ମେସିନକୁ ୟୁରୋପ ଓ ଆମେରିକାରେ ୨୬ କଠିନ ପରୀକ୍ଷା ପରେ ମଞ୍ଜୁରି ମିଳିଛି।  ଅର୍ଥାତ ମେସିନ୍‌ ଭୂତାଣୁ ନଷ୍ଟ କରିପାରୁଥିବାର ଦାବି ସମ୍ପୂର୍ଣ୍ଣ ଯଥାର୍ଥ ବୋଲି ପ୍ରମାଣିତ ହୋଇଛି।

ଏହି ମେସିନ ଦେଖିବାକୁ ଏକ କ୍ଷୁଦ୍ର ସିସିଟିଭି କ୍ୟାମେରା ଭଳି। କାର୍ଯ୍ୟାଳୟ ହେଉ ଅଥବା ସାର୍ବଜନିକ ସ୍ଥଳ କୌଣସି ସ୍ଥାନରେ ମେସିନକୁ ଲଗାଇଲେ ସମ୍ପୃକ୍ତ ଅଞ୍ଚଳକୁ ଏହା ଭୂତାଣୁ ମୁକ୍ତ କରିଦେଉଛି। ତେବେ ଅଞ୍ଚଳର ବ୍ୟାପ୍ତି ଅନୁସାରେ ମେସିନ ସଂଖ୍ୟା ନିର୍ଣ୍ଣିତ ହେଉଛି। ଯେତେବଡ ଅଞ୍ଚଳ ସେତେ ଅଧିକ ମେସିନ ଲଗାଇବକୁ ପଡିବ। ଯଦି ଭୂତାଣୁ ସଂକ୍ରମିତ କୌଣସି ବ୍ୟକ୍ତି ମେସିନ ଲାଗିଥିବା ଅଞ୍ଚଳରେ ଛିଙ୍କନ୍ତି. କାସନ୍ତି ଅଥବା ଲୋକଙ୍କ ସହ ମିଳାମିଶା କରନ୍ତି ତାଙ୍କଠାରୁ ବ୍ୟାପୁଥିବା ଭୂତାଣୁକୁ ମେସିନ ତୁରନ୍ତ କାବୁ କରିନେଉଛି।

ତେବେ ଲ୍ୟାବଟେଷ୍ଟିଂରୁ ମିଳିଥିବା ପ୍ରମାଣରେ ଏହା କେବଳ କରୋନା ପରିବାରର ଭୂତାଣୁ ବିରୋଧରେ କାର୍ଯ୍ୟ କରୁଛି। ପରିବେଶର ଅନ୍ୟ ହିତକାରୀ ଭୂତାଣୁ ଅଥବା ଫଙ୍ଗସର କୌଣସି କ୍ଷତି କରୁନାହିଁ। ଏଣୁ ଏହାକୁ ଆମେରିକା ଓ ୟୁରୋପର ମଞ୍ଜୁରି ମିଳିଥିବା ବେଳେ ସମ୍ମାନଜନକ ‘ସିଇ’ ସାର୍ଟିଫିକେଟ୍ ମଧ୍ୟ ମିଳିଛି। ଭାରତରେ ଅଗଷ୍ଟ ୧୫ ତାରିଖ ଦିନ ଏହି ମେସିନକୁ ଲଞ୍ଚ କରାଯିବ।

ସାରା ବିଶ୍ୱରେ କରୋନା ଭାଇରସ ମହାମାରୀ ଏବେ ବିତ୍ପାତ ରଚିଛି। ଏଣୁ ବିଶ୍ୱରେ ମେସିନର ବିପୁଳ ଆବଶ୍ୟକତା ରହିଛି। ସେହି ଆଧାରରେ ମେଶିନର ଉତ୍ପାଦନକାର୍ଯ୍ୟ ମଧ୍ୟ ଏବେ ଯୁଦ୍ଧକାଳୀନ ଭିତ୍ତିରେ ହେଉଥିବାର ଜଣାପଡିଛି। ମେସିନ ବଜାରକୁ ଆସିବା ପରେ କରୋନାକୁ ନେଇ ଉପୁଜିଥିବା ପରିସ୍ଥିତିରୁ ଉପସମ ମିଳିବ ବୋଲି ଆଶା କରାଯାଉଥିବା ବେଳେ ଆମକୁ ଏହି ମେସିନ ପୁଣି କରୋନା ପୂର୍ବ ସମୟକୁ ଫେରାଇ ନେବାରେ ସକ୍ଷମ ହେବ ବୋଲି ଆଶା କରାଯାଉଛି।

   Related Posts