Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

କାଳରୂପୀ କରୋନା : ପ୍ରଥମେ ମାଆକୁ ଛଡାଇ ନେଲା, ଏବେ ବାପାଙ୍କୁ କରିଦେଲା ପର

12/11/2020 at 11:52 AM

ବ୍ରହ୍ମପୁର, ୧୨|୧୧: ଏବେବି ଦେଶ କରୋନା ମହାମାରୀରୁ ମୁକୁଳିପାରି ନାହିଁ । ପ୍ରତିଦିନ ନୂଆ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାସହ ଅନେକ ଆକ୍ରାନ୍ତ ଜୀବନ ମଧ୍ୟ ହାରୁଛନ୍ତି । କେତବେଳେ କାହାର ସ୍ୱାମୀ କରୋନା ପଜିଟିଭ୍ ହୋଇ ଆରପାରିକୁ ଚାଲି ଯାଉଛି ତ ପୁଣି କେତେବେଳେ ଛୋଟଛୋଟ ପିଲାମାନେ ନିଜ ପିତାମାତାଙ୍କୁ ହରାଇ ଅନାଥ ହୋଇଯାଉଛନ୍ତି । ଆଉ ପଣି କେତେବେଳେ ବାପା-ମାଆ ନିଜ ଜୁଆନ ପୁଅକୁ ହରାଉଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏହି ମାରାତ୍ମକ ଭାଇରସ ଏକ ପରିବାରକୁ ଉଜାଡି ଦେଇଛି ।   

କରୋନାରେ ଆକ୍ରାନ୍ତ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପରେ ସ୍ୱାମୀଙ୍କ ମଧ୍ୟ ପରଲୋକ ହୋଇଯାଇଛି । ମୃତକ ରାଜେନ୍ଦ୍ର ପାତ୍ର ଓ ବିଜୟଲକ୍ଷ୍ମୀ ପାତ୍ର ବୋଲି ପରିବାର ସୂତ୍ରରୁ ଜଣାପଡିଛି ।

ସୂଚନାନୁସାରେ ଗତ ୨୪ ତାରିଖରେ ବିଜୟଲକ୍ଷ୍ମୀ ଓ ତାଙ୍କ ସାନ ପୁଅ କୋଭିଡ୍ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଥିଲେ। ନଭେମ୍ବର ୪ରେ ସାନପୁଅ ଡିସଚାର୍ଜ ହୋଇଥିବା ବେଳେ ମାଆଙ୍କ ମୃତ୍ୟୁ ଘଟିଥିଲା। ରାଜେନ୍ଦ୍ର ଓ ତାଙ୍କ ବଡ଼ ପୁଅ ମଧ୍ୟ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଘରୋଇ ହସ୍‌ପିଟାଲ୍‌ ଯାଇଥିଲେ । ମଙ୍ଗଳବାର ବଡ଼ ପୁଅ ସୁସ୍ଥ ହୋଇଥିବା ବେଳେ ରାଜେନ୍ଦ୍ରଙ୍କ ମୃତ୍ୟୁ ପରିବାର ପାଇଁ ଦୁଃଖ ଆଣିଦେଇଛି । ଏପରିକି ଦୁଇ ପୁଅ ଅନାଥ ହୋଇଯାଇଛନ୍ତି ।

   Related Posts