Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ବିପଦ ଆଣୁଛି କେରଳ ! ସଂକ୍ରମଣ ହାର ବଢ଼ାଇଛି ଚିନ୍ତା, ୨୪ ଘଣ୍ଟାରେ ୧୨୨ ଜୀବନ ନେଲା କରୋନା

22/07/2021 at 9:03 PM

ଥିରୁଅନନ୍ତପୁରମ୍‌ ୨୨/୭: କେରଳ​‌ରେ ଗୁରୁବାର ୧୨,୮୧୮ ନୂଆ ସଂକ୍ରମତି ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ୧୨୨ ଜଣ ପ୍ରାଣ ହରାଇଛନ୍ତି। କିନ୍ତୁ ରାଜ୍ୟରେ ଏବେ କରୋନା ସଂକ୍ରମଣ ହାର ମୁଣ୍ଡବିନ୍ଧାର କାରଣ ପାଲଟିଛି। ଏହା ଆଗକୁ ଆହୁରି ଘାତକ ସାବ୍ୟସ୍ତ ହୋଇପାରେ। ଏବେ କେରଳରେ ପଜିଟିଭିଟି ରେଟ୍‌ ୧୨.୩୮ ପ୍ରତିଶତ ରହିଛି। ଗୋଟିଏ ଦିନ ପୂର୍ବରୁ କେରଳରୁ ୪୫ ଦିନରେ ପ୍ରଥମ ଥର ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ।

ରାଜ୍ୟରେ ବୁଧବାର ୧୭,୪୮୧ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସବୁଠୁ ବଡ଼ କଥା ହେଉଛି ଦେଶରେ ଏବେ ସଂକ୍ରମଣ ହାର ୨.୪୧ ଥିବା ବେଳେ କେରଳର ସ୍ଥିତି ସଙ୍ଗୀନ ହେବାକୁ ଯାଉଛି।  ଏହାକୁ ନଜରରେ ରଖି ରାଜ୍ୟ ସରକାର ବଡ଼ ଧରଣର ଟେଷ୍ଟିଂ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ସହ ୨୪ ଏବଂ ୨୫ ତାରିଖରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା ହୋଇଛି।

ତେବେ ରାଜ୍ୟରେ ଏବେ କଟକଣାରେ ବିଶେଷ କିଛି କୋହଳ ମିଳିବ ନାହିଁ ବୋଲି ଜଣାପଡ଼ିଛି। ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ଥିବା ଜିଲ୍ଲାକୁ ବିଶେଷ ଧ୍ୟାନ ଦେବା ବ୍ୟତୀତ ଶୁକ୍ରବାର ଦିନ ୩ ଲକ୍ଷ ଟେଷ୍ଟିଂ ସହ ଏବ ବଡ଼ ପରୀକ୍ଷା ଅଭିଯାନ ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ସେପଟେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଥିଲେ ଏବେ ଲାଗୁ ଥିବା କଟକଣା ଆହୁରି ସପ୍ତାହେ ବଳବତ୍ତର ରହିବ କାରଣ ସଂକ୍ରମଣ ହାର ୧୦ ପ୍ରତିଶତ ଉପରେ ରହିଛି ।

   Related Posts